• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇସ୍ରାଏଲ-ତୁର୍କୀ ଯୁଦ୍ଧ ଆଶଙ୍କା ବଢ଼ିଲା, ଏର୍ଡୋଗାନ୍ ସାଜିଲେ ଖଳନାୟକ, ଦ୍ୱିପାକ୍ଷିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ

by Voice of Victims
January 6, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଇସ୍ରାଏଲ-ତୁର୍କୀ ଯୁଦ୍ଧ ଆଶଙ୍କା ବଢ଼ିଲା, ଏର୍ଡୋଗାନ୍ ସାଜିଲେ ଖଳନାୟକ, ଦ୍ୱିପାକ୍ଷିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ

ତେଲ ଅଭିବ, ଅଙ୍କାରା : ଗାଜା ଏବଂ ଲେବାନନ ପରେ ଇସ୍ରାଏଲ ଏବେ ତୁର୍କୀ ସହ ଏକ ନୂଆ ଯୁଦ୍ଧ ଲଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଆକ୍ରମଣକୁ ନେଇ ତୁର୍କୀ ବିଷୋଦ୍‌ଗାର କରିବା ସହ ହମାସ ଗୋଷ୍ଠୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲା। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ବୃଦ୍ଧିପାଇଥିଲା। ଏବେ କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ସିରିଆରେ ତୁର୍କୀ ସମର୍ôଥତ ଏଚ୍‌ଟିଏସ୍ ବାହିନୀ ସେଠାକାର ବିଦ୍ରୋହୀଙ୍କୁ କାବୁ କରିବା ପରେ ବର୍ତ୍ତମାନ ତୁର୍କୀ ସୈନ୍ୟଙ୍କ ସଂଖ୍ୟା ସିରିଆରେ ରଣନୀତିଗତ ଭାବରେ ବୃଦ୍ଧି ହେବାରେ ଲାଗିଛି। ତୁର୍କୀ ସୈନ୍ୟ ଏବଂ ତାଙ୍କର ସହାୟକ ଗୋଷ୍ଠୀ ସିରିଆରେ କୁର୍ଦ୍ଦମାନଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଅନ୍ୟପକ୍ଷେ କୁର୍ଦ୍ଦମାନେ ଏବେ ଇସ୍ରାଏଲ୍ ଠାରୁ ସାହାଯ୍ୟ ଲୋଡିଛନ୍ତି। ଆମେରିକା ମଧ୍ୟ କୁର୍ଦ୍ଦ ଯୋଦ୍ଧାଙ୍କୁ ସହାୟତା ଉଦ୍ଦେଶ୍ୟରେ ପ୍ରାୟ ୨୦୦୦ ସୈନ୍ୟଙ୍କୁ ସେଠାରେ ମୁତୟନ କରିସାରିଛି। ଇସ୍ରାଏଲ୍‌କୁ ସବୁ ପ୍ରସଙ୍ଗରେ ସମର୍ଥନ କରିଆସୁଥିବା ଆମେରିକା ମଧ୍ୟ ଏବେ କୁର୍ଦ୍ଦ ଲଢ଼ୁଆ ଯୋଦ୍ଧାଙ୍କୁ ତୁର୍କୀ ସେନା ବିରୋଧରେ ସୁରକ୍ଷା ଦେବାକୁ ଇସ୍ରାଏଲ୍‌କୁ କହିସାରିଛି। ସିରିଆର ସଙ୍କଟଜନକ ସ୍ଥିତି ପରେ ଇସ୍ରାଏଲ୍‌-ତୁର୍କୀ ମଧ୍ୟରେ ପ୍ରତ୍ୟକ୍ଷ ସାମରିକ ବିବାଦର ବିପଦ ସୃଷ୍ଟି ହେବାରେ ଲାଗିଛି। ବିଶେଷକରି ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଡୋଗାନ୍ ଇସ୍ରାଏଲ ବିରୋଧୀ ବିବୃତି ଦେଇ ନିଜ ଦେଶରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରୁଛନ୍ତି। ନିକଟରେ ଏର୍ଡୋଗାନ୍ ଯେ, କୁର୍ଦ୍ଦମାନେ ଦେଶର ସୁରକ୍ଷା ପାଇଁ ବିପଦ କାରଣ ସେମାନେ ଏକ ପୃଥକ ଦେଶ ଗଠନ କରିବାକୁ ଚାହୁଁଛନ୍ତି। ଏଥିରେ ତୁର୍କୀ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ କରିବାର ଯୋଜନା ଅଛି। ତୁର୍କୀ କିନ୍ତୁ ନିଜ ସାର୍ବଭୌମତ୍ୱ ସୁରକ୍ଷା ପାଇଁ ଯାହାକିଛି ଆବଶ୍ୟକ ସେସବୁ କରିବ। ସିରିଆର କୁର୍ଦ୍ଦମାନଙ୍କ ସହ ଇସ୍ରାଏଲର ଗୁପ୍ତ ବନ୍ଧୁତା ରହିଛି। କୁର୍ଦ୍ଦମାନଙ୍କ ସାହାଯ୍ୟକାରୀ ସାଜିଥିବା ଇସ୍ର୍ରାଏଲ୍‌କୁ ତୁର୍କୀ ଏକ ଉପଯୁକ୍ତ ଉତ୍ତର ଦେଇପାରେ। ପ୍ରକାଶ, ବଶର ଅଲ-ଅସଦ ସରକାରଙ୍କ ପତନ ପରେ ତୁର୍କୀ ସିରିଆରେ ଏକ ବଡ଼ ସୁଯୋଗ ଦେଖୁଛି। ବଶର ଅଲ-ଅସଦ ଦେଶ ଛାଡି ପଳାଇବା ପରେ ସିରିଆରେ ତୁର୍କୀର ପ୍ରଭାବ ବଢ଼ିବାରେ ଲାଗିଛି। ତୁର୍କୀ ସମର୍ôଥତ ଏଚ୍‌ଟିଏସ ବିଦ୍ରୋହୀ ସିରିଆକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏବେ ତୁର୍କୀ ସୈନିକଙ୍କ ସହିତ ଅସ୍ତ୍ରଶସ୍ତ୍ର ସିରିଆରେ ପ୍ରବେଶ କରୁଛି। ଫଳରେ ଇସ୍ରାଏଲ୍ ଏବଂ ତୁର୍କୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ଆଗକୁ ଏହା ଦୁଇ ଦେଶ ମଧ୍ୟରେ ଯୁଦ୍ଧର ରୂପ ନେବା ଆଶଙ୍କାକୁ ବହୁଗୁଣିତ କରିଦେଇଛି।

Post Views: 100
Tags: Erdogan Becomes CaptainIsrael-Turkey War Threat Raises
Share199Tweet125Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In