ଭୁବନେଶ୍ବର (ଭିଓଭି): ଗତ ରବିବାର ଦିନ ‘ଆମ ହାଣ୍ଡିଶାଳ’ଠାରେ ପୁରୁଣା ଭୁବନେଶ୍ୱରଠାରେ ଥିବା ତେଜସ୍ବିନୀ ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁମିଳନ ଉତ୍ସବରେ ଚଳିତ ବର୍ଷ ପାଇଁ ଟ୍ରଷ୍ଟର କ’ଣ କାର୍ଯ୍ୟକ୍ରମ ରହିବ ତା’ର ରୂପରେଖ ପ୍ରସ୍ତୁତି ସହିତ ବିଶେଷ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ ବୋଲି ସ୍ଥିର କରାଯାଇଥିଲା। ଟ୍ରଷ୍ଟର ସଦସ୍ୟ ବ୍ୟୋମକେଶ ମିଶ୍ର ତାଙ୍କର ସଂଗୀତ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଟ୍ରଷ୍ଟର ଅଧ୍ୟକ୍ଷ ଯତୀନ୍ଦ୍ର ନାଥ ଦାସ, ଉପାଧ୍ୟକ୍ଷ ରଣଜିତ୍ ପଟ୍ଟନାୟକ, ସମ୍ପାଦକ ସଞ୍ଜ ସମୀର ମହାପାତ୍ର, ଉପଦେଷ୍ଟା ଗିରିଜା ଶଙ୍କର ରାୟ, କୋଷାଧ୍ୟକ୍ଷ ତାପସ କୁମାର ପାତ୍ରଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ କିଛି ସକ୍ରିୟ ମହିଳା ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା l ସ୍ମୃତି ସ୍ୱାଗତ ରାୟ ମହାପାତ୍ର, ବିକାଶ ଜ୍ୟୋତି ବସନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
