• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଆରମ୍ଭ ହେବ ମହାକୁମ୍ଭ ମେଳା, ଚଳଚଞ୍ଚଳ ପ୍ରୟାଗରାଜ

by Voice of Victims
January 7, 2025
in ଆଧ୍ୟାତ୍ମିକ, ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆରମ୍ଭ ହେବ ମହାକୁମ୍ଭ ମେଳା, ଚଳଚଞ୍ଚଳ ପ୍ରୟାଗରାଜ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ମହାକୁମ୍ଭ ମେଳା । ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା । ଏହି ମହାକୁମ୍ଭ ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡୁଥିବା ଜଣାପଡିଛି । ବିଶ୍ବାସ ରହିଛି ଏହି ମହାକୁମ୍ଭ ରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ସେଥିପାଇଁ ଭାରତବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ ନାଗାବାବାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପାଇଁ ଏଠାରେ ଭବ୍ୟ ଆୟୋଜନ କରାଯାଇଛି । ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ତେବେ ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ମାସ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ଏହି ମହାକୁମ୍ଭ ମେଳା । ପ୍ରତ୍ୟେକ ଥର କୁମ୍ଭ ମେଳା କେବଳ ଚାରୋଟି ପବିତ୍ର ନଦୀ ଏବଂ ଭାରତର ଚାରି ତୀର୍ଥସ୍ଥାନରେ ଆୟୋଜିତ ହୋଇଥାଏ । ପୌରାଣିକ ମତେ ସମୁଦ୍ର ମନ୍ଥନ ସମୟରେ ବାହାରିଥିଲା ଅମୃତ କଳସ । ଯେଉଁ ଅମୃତ କଳସ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ସେହି କଳସରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି । ବିଶ୍ୱାସ କରାଯାଏ ଯେ, ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ୧୨ ଦିନ ଧରି ଯୁଦ୍ଧ ହୋଇଥିଲା । ଯାହା ମାନବ ଜୀବନର ୧୨ ବର୍ଷ ସହିତ ସମାନ । ସେଥିପାଇଁ ୧୨ ବର୍ଷରେ ଥରେ ହୋଇଥାଏ ଏହି ମହାକୁମ୍ଭ ମେଳା । ତେବେ ଏହି କୁମ୍ଭମେଳା ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଉତ୍ତର ପ୍ରଦେଶର ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସମସ୍ତେ ତତ୍ପରତା ସହ ଆୟୋଜନରେ ଲାଗି ରହିଥିବା ଦେଖିବାକୁ ମିଳିଛି । ଯାତ୍ରୀ ମାନଙ୍କ ରହିବା ଖାଇବା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଗଙ୍ଗା ନଦୀରେ ମଧ୍ୟ ଟ୍ୟୁବ ସାହାଯ୍ୟରେ ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି । ସଙ୍ଗମରେ ମଧ୍ୟ ପିଣ୍ଡଦାନ ଓ ଅସ୍ତି ବିସର୍ଜନ ପାଇଁ ମଧ୍ୟ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

Post Views: 76
Tags: Mahakumbh Mela will begin
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In