• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ୧୬କୁ ବୃଦ୍ଧି

by Voice of Victims
January 11, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସ୍ୱାସ୍ଥ୍ୟ
ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଏବେ ହ୍ୟୁମାନ୍ ମେଟାନ୍ୟୁମୋ ଭୂତାଣୁ (ଏଚ୍‌ଏମ୍‌ପିଭି) ସଂକ୍ରମଣଜନିତ ମାମଲା ନିରନ୍ତର ବୃଦ୍ଧିପାଇବାରେ ଲାଗିଛି। ଶନିବାର ସୁଦ୍ଧା ଚିହ୍ନଟ ହୋଇଥିବା ୨ ସଂକ୍ରମିତଙ୍କୁ ମିଶାଇ ଦେଶରେ ଏବେ ମୋଟ୍ ଏଚ୍‌ଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଶନିବାର ଆସାମ୍‌ରେ ଏକ ୧୦ ମାସର ଶିଶୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପଡିଥିବା ସୂଚନା ମିଳିଛି। ସଂକ୍ରମିତ ଶିଶୁକୁ ଦିବ୍ରୁଗଡ଼ ଆସାମ ମେଡିକାଲ କଲେ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଜି ସକାଳୁ ସକାଳୁ ପୁଡୁଚେରୀର ଜଣେ ୩ ବର୍ଷର ଶିଶୁକୁ ମଧ୍ୟ ଏଚ୍‌ଏମ୍‌ପିଭି ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶର ଗୁଜରାଟ ରାଜ୍ୟରେ ବର୍ତ୍ତମାନ ସୁର୍ଦ୍ଧା ସର୍ବାଧିକ ୪ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩ଟି, କର୍ଣ୍ଣାଟକ ଏବଂ ତାମିଲନାଡୁରେ ୨ଟି, ୟୁପି, ରାଜସ୍ଥାନ, ପୁଡୁଚେରୀ, ଆସାମ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ମାମଲା ରହିଛି। ତେବେ ଏମାନଙ୍କ ମଧ୍ୟରେ ଅଧିକାଂଶ ଆକ୍ରାନ୍ତଙ୍କ ବୟସ ୨ମାସରୁ ୮ ବର୍ଷ ମଧ୍ୟରେ ରହିଥିବା ବେଳେ କେବଳ ୨ଟି ମାମଲା (୬୦ରୁ ୮୦ ବର୍ଷର ନାଗରିକ) ରହିଛି। ପ୍ରକାଶ ଦେଶର ବିଭିନ୍ନ ପ୍ରାନ୍ତରୁ ଗତ ୬ ଜାନୁଆରୀରେ ଏକକାଳୀନ ୬ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଠାରୁ ଆରମ୍ଭ କରି ବିଶ୍ୱସ୍ତରର ବଡ଼ ବଡ଼ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ଭୂତାଣୁକୁ ନେଇ ଭୟଭୀତ ହେବାର କୌଣସି କାରଣ ନଥିବା କହିସାରିଛନ୍ତି, ତଥାପି କରୋନା ଭଳି ଲକ୍ଷଣ ରହୁଥିବା ଏହି ଭୂତାଣୁକୁ ନେଇ ଭାରତରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଅଧିକାଂଶ ରାଜ୍ୟ ସରକାର ନିଜ ହିସାବରେ ରାଜ୍ୟବାସୀଙ୍କ ପାଇଁ ସତର୍କତା ପାଳନ ପରିପ୍ରେକ୍ଷୀରେ ଗାଇଡ୍‌ଲାଇନ୍ ମଧ୍ୟ ଜାରି କରୁଛନ୍ତି। ରାଜସ୍ଥାନରେ ରାଜ୍ୟବାସୀଙ୍କୁ ଏବେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଗୁଜରାଟ ସରକାର ରାଜ୍ୟର ସମସ୍ତ ହସ୍ପିଟାଲରେ ଆଇସୋଲେସନ୍ ୱାଡ୍‌ର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ହରିଆଣାରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଭୂତାଣୁଜନିତ ସଂକ୍ରମଣ ଏବଂ ସାମ୍ନାକୁ ଆସୁଥିବା ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ନିବଦ୍ଧ ରଖିଛି। ଅନ୍ୟ ର।।ଜ୍ୟଗୁଡ଼ିକ ମଧ୍ୟ ନିଜ ହିସାବରେ ପ୍ରସ୍ତୁତି ଜାରି ରଖିଛନ୍ତି।

Post Views: 47
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In