• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଗ୍ରେଟର ଫ୍ଲେମିଙ୍ଗୋ ଗୋଡ଼ରେ ଲାଗିଲା ଟ୍ରାକର, ଗତିବିଧି ଉପରେ ରଖାଯିବ ନଜର

by Voice of Victims
January 11, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗ୍ରେଟର ଫ୍ଲେମିଙ୍ଗୋ ଗୋଡ଼ରେ ଲାଗିଲା ଟ୍ରାକର, ଗତିବିଧି ଉପରେ ରଖାଯିବ ନଜର

ଭୁବନେଶ୍ୱର: ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ସାଜିଥା’ନ୍ତି ଗ୍ରେଟର ଫ୍ଲେମିଙ୍ଗୋ। ଏହି ପକ୍ଷୀର ଥଣ୍ଟ ଓ ଲମ୍ୱା ଗୋଡ଼ ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଭିନ୍ନ। ଏଥିପାଇଁ ଦେଖଣାହାରୀଙ୍କ ମନରେ ଏହି ପକ୍ଷୀ ସ୍ୱତନ୍ତ୍ର ସ୍ଥାନ ପାଇଥାଏ। ତେବେ ପ୍ରତିବର୍ଷ ଏହି ପକ୍ଷୀ ଚିଲିକାକୁ କେଉଁଠାରୁ ଆସୁଛନ୍ତି ଓ କେଉଁ ବାଟ ଦେଇ ଫେରୁଛନ୍ତି, ତାହା ଜାଣିବା ପାଇଁ ବନ ବିଭାଗ ଯୋଜନା କରିଛି। ଏଥିପାଇଁ ଗ୍ରେଟର ଫ୍ଲେମିଙ୍ଗୋଙ୍କୁ ଧରି ସେମାନଙ୍କ ଗୋଡ଼ରେ ଜିଏସ୍‌ଏମ୍‌-ଜିପିଏସ୍ ରିଙ୍ଗ୍ ଟ୍ୟାଗିଂ ଆରମ୍ଭ କରାଯାଇଛି। ଭାରତୀୟ ବନ୍ୟଜୀବ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡଃ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଗତ ଦୁଇଦିନରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର ଫ୍ଲାମିଂଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି। ଦୁଇଟି ଫ୍ଲେମିଙ୍ଗୋକୁ ୩୦ଗ୍ରାମ୍ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି। ଯାହା ପ୍ରତି ୧୦ମିନିଟ୍‌ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋମାନଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ରେକର୍ଡ କରିବ, ଯାହା ବନ ବିଭାଗକୁ ଗ୍ରେଟର ଫ୍ଲେମିଙ୍ଗୋ ବିଷୟରେ ଅଧିକ ତଥ୍ୟ ଯୋଗାଇ ପାରିବ। ପ୍ରତିବର୍ଷ ନଭେମ୍ୱର-ଡିସେମ୍ୱରରେ ସବୁ ବୟସ ବର୍ଗର ହଜାର ହଜାର ପକ୍ଷୀ ଚିଲିକାକୁ ଆସିଥା’ନ୍ତି ଏବଂ ଏପ୍ରିଲ-ମେ’ରେ ସେମାନଙ୍କର ପ୍ରଜନନ ଅଞ୍ଚଳକୁ ଚାଲିଯାଆନ୍ତି। କିନ୍ତୁ ଅଦ୍ୟାବଧି ଫ୍ଲେମିଙ୍ଗୋ କେଉଁଠାରୁ ଆସିଥାନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡ଼ିନାହିଁ। ଏହି ପକ୍ଷୀ ଗୁଜରାଟ କଚ୍ଛସ୍ଥିତ ରନ୍‌ରେ ‘ଫ୍ଲେମିଙ୍ଗୋ ସିଟି’ ଭାବରେ ପରିଚିତ ଏକ ଅଞ୍ଚଳରେ ପ୍ରଜନନ କରନ୍ତି ଏବଂ ଶୀତଦିନରେ ସମ୍ଭବତଃ ସେହି ଅଞ୍ଚଳରୁ ଆସୁଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏହାବ୍ୟତୀତ ଏସିଆ ମହାଦେଶର ଇରାନ, କାଜାକସ୍ଥାନ ଅଞ୍ଚଳରୁ ଆସିଥାଇ ପାରନ୍ତି ବୋଲି ‘ବମ୍ବେ ନେଚୁରାଲ୍ ହିଷ୍ଟ୍ରି ସୋସାଇଟି’ର ପୂର୍ବ ଗବେଷଣାରୁ ଜଣାପଡ଼ିଛି। ତେଣୁ ଏହି ଗବେଷଣାରୁ ଲବ୍ଧ ତଥ୍ୟକୁ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ପରୀକ୍ଷା ଓ ପ୍ରମାଣିତ କରିବା ପାଇଁ ଏହି ପ୍ରକ୍ରିୟା ଗ୍ରହଣ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି।

Post Views: 50
Share199Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In