• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ: ହାତୀ ପିଠିରେ ବସିଲେ, ଧନୁଯାତ୍ରା ଦେଖିଲେ

by Voice of Victims
January 12, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ: ହାତୀ ପିଠିରେ ବସିଲେ, ଧନୁଯାତ୍ରା ଦେଖିଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ଜିଲ୍ଲା ଗସ୍ତ କରି ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରାନଗରୀ (ବରଗଡ଼)ର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହାତୀ ଉପରେ ବସିଥିବାର ବିରଳ ଦୃଶ୍ୟ ଜନସାଧାରଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରେ ଦର୍ଶକଙ୍କୁ ନିରାଶ କରି ନାହାନ୍ତି। ସେ ହାତ ହଲାଇ, ନମସ୍କାର କରିବା ସହି ଦର୍ଶକଙ୍କୁ ଅଭିବାଦନ ଜଣାଇଛନ୍ତି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବରଗଡ଼ର ଧନୁଯାତ୍ରାରେ ଦର୍ଶକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସିଦ୍ଧ ଯାତ୍ରାରେ ସାମିଲ ହେବା ପାଇଁ ନିଜେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟି ମହଲରେ ଖୁସିର ଲହରି ଦେଖାଯାଇଥିଲା। ଏହାର କାରଣ ହେଲା ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ଯୋଗଦେଇଛନ୍ତି। ବରଗଡ଼ ଧନୁଯାତ୍ରାରେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୨ରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ଆସନ୍ତାକାଲି ଅର୍ଥାତ ଉଦ୍‌ଯାପିତ ହେବ। ଅନ୍ୟପକ୍ଷରେ ବରଗଡ଼ ଧନୁଯାତ୍ରା ଅନୁଦାନ ୧୦ଲକ୍ଷରୁ ୧ କୋଟି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଂସ ଦରବାରରେ ଘୋଷଣା କରିଛନ୍ତି। ଏଥିସହ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ଦିଆଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବରଗଡ଼ ସହରରେ ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚିତ୍ତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଛଡ଼ା ଜିରା ନଦୀରେ ୮୦ କୋଟି ବ୍ୟୟରେ ଆନିକଟ ମଧ୍ୟ ନିର୍ମାଣ ହେବାକୁ ଥିବାବେଳେ ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ତେଣେ ଆଜି ହେଉଛି ଯାତ୍ରାର ଦଶମ ଦିନ। ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା କୃଷ୍ଣ-ବଳରାମ ମଥୁରା ନଗରୀ ପରିଭ୍ରମଣ କରୁଛନ୍ତି। ଏହି ଅବସରର ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ ଦୃଶ୍ୟ ମଧ୍ୟ ଅନୁଷ୍ଠିତ ହୋଇଛି। ସେପଟେ ମଥୁରା ନଗରୀରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କଂସ ମହାରାଜ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା। ଉଲ୍ଲେଖ ଯୋଗ୍ୟ, ଧନୁଯାତ୍ରା ମହୋତ୍ସବ ପାଇଁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କଂସ ମହାରାଜଙ୍କ ନିମନ୍ତ୍ରଣ ପାଇ ସେଠାକୁ ଯାଇଛନ୍ତି। ଏନେଇ ଖୁସିବ୍ୟକ୍ତ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Post Views: 44
Tags: Chief Minister's visit to Bargarh: Elephant sat on back
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In