• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଆଜିଠୁ ମହାକୁମ୍ଭ ମେଳା

by Voice of Victims
January 12, 2025
in ଆଧ୍ୟାତ୍ମିକ, ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆଜିଠୁ ମହାକୁମ୍ଭ ମେଳା

ପ୍ରୟାଗରାଜ : ଆସନ୍ତାକାଲି ଠାରୁ ସଙ୍ଗମ୍ ନଗରୀ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ୧୪ ତାରିଖରେ ମକର ସଂକ୍ରାନ୍ତି ରହିଛି। ୧୪୪ ବର୍ଷ ପରେ ଏହି ଅନନ୍ୟ ଓ ଦିବ୍ୟ ତିଥି ପଡ଼ିଥିବାରୁ ଏହାର ମାହାତ୍ମ୍ୟ ବଢ଼ିଯାଇଛି। ଏହି ଦୁଇ ଦିନ ହେବ ସାହି ସ୍ନାନ। ପବିତ୍ର ତ୍ରିବେଣୀ ସଙ୍ଗମ (ଗଙ୍ଗା-ଯମୁନା-ସରସ୍ୱତୀ ନଦୀର ମିଳନ ସ୍ଥଳ) ଘାଟରେ ପବିତ୍ର ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇସାରିଛି। ସେହିପରି ଦେଶର ପ୍ରମୁଖ ଆଖଡା, ପୀଠରୁ ମଧ୍ୟ ଲକ୍ଷ ଲକ୍ଷ ସାଧୁ ସନ୍ଥ ପହଞ୍ôଚସାରିଛନ୍ତି। ବିଶ୍ୱର ଏହି ସର୍ବବୃହତ୍ ମାନବ ସମାବେଶଭିତ୍ତିକ କାର୍ଯ୍ୟକ୍ରମ ଉପରେ ସମଗ୍ର ବିଶ୍ୱର ନଜର ରହିଥିବା ବେଳେ ଭାରତ ଏଥିପାଇଁ ପ୍ରସ୍ତୁତ ହୋଇଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଲକ୍ଷ ଲକ୍ଷ ଲୋକେ ବି ଯେପରି ସୁରୁଖୁରୁରେ ବୁଡ଼ ପକାଇବେ ସେଥିପାଇଁ ସବୁପ୍ରକାର ପ୍ରସ୍ତୁତି ସରିଛି। ପ୍ରତି ୧୨ ବର୍ଷରେ ପାଳନ କରାଯାଉଥିବା ଏହି ଭବ୍ୟ ଉତ୍ସବରେ ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ତେବେ ଚଳିତ ମହାକୁମ୍ଭ ମଧ୍ୟ ଦୀର୍ଘ ୧୨ ବର୍ଷ ପରେ ହିଁ ପାଳନ ହେବାକୁ ଯାଉଛି। ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଏହି ପବିତ୍ର ମେଳା ଅନୁଷ୍ଠିତ ହେବ। ଏହି କୁମ୍ଭମେଳାରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସମେତ ପାଖାପାଖି ୪୦ରୁ ୪୫ କୋଟି ପର୍ଯ୍ୟଟକ ଯୋଗଦେବେ ବୋଲି ଅନୁମାନ କରାଯାଉଛି। ଏହି ଧାର୍ମିକ ଉତ୍ସବକୁ ଅନେକ ଭିଆଇପି, ଭିଭିଆଇପି ଓ କୋଟିପତି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି। ସୁତରାଂ ରାଜ୍ୟ ସରକାର ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରୁଛନ୍ତି। ଚଳିତବର୍ଷ ଏଥିରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଉଛି। ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି। ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ୪ହଜାର ହେକ୍ଟର ପରିମିତ ଅଞ୍ଚଳରେ ୧.୫୦ଲକ୍ଷରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଶିବିର ସବୁ ପ୍ରୟାଗରାଜ ଠାରେ ପ୍ରସ୍ତୁତ କରାଯାଇଛି। ସେହିପରି ଶ୍ରଦ୍ଧାଳୁଙ୍କ ଖାଦ୍ୟପାନୀୟ ବ୍ୟବସ୍ଥା ପାଇଁ ୩ହଜାର ରୋଷଘର, ୧.୫୦ ଲକ୍ଷ ବିଶ୍ରାମାଗାର ଏବଂ ୯୯ଟି ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି। ୪.୫୦ ଲକ୍ଷ ନୂଆ ବିଦ୍ୟୁତ ସଂଯୋଗ କରାଯାଇଛି। ଅନ୍ୟପକ୍ଷେ ଭାରତୀୟ ରେଳ ପକ୍ଷରୁ ପ୍ରାୟ ୯୮ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ନେବା ଆଣିବା କରିବାରେ ଏହି ଟ୍ରେନ୍‌ଗୁଡ଼ିକ ସହାୟକ ହେବ ବୋଲି କୁହାଯାଉଛି। ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର-ତୁନ୍ଦଲା-ଭୁବନେଶ୍ୱର କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଯିବ। ସେହିପରି ପୁରୀ-ତୁନ୍ଦଲା-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଦେଇ ଚଳାଚଳ କରିବ। ଟିଟିଲାଗଡ଼଼ା-ତୁନ୍ଦଲା-ଟିଟିଲାଗଡ଼଼ କୁମ୍ଭମେଳା ସ୍ୱତନ୍ତ୍ର ଏକ୍ସପ୍ରେସ ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଦେଇ ଯିବାକୁ ଥିବାବେଳେ ବିଶାଖାପାଟଣା-ଡିୟୁ-ବିଶାଖାପାଟଣା ସ୍ୱତନ୍ତ୍ରଟ୍ରେନ ରାୟଗଡ଼଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇଯିବ। ସେହପରି ବିଶାଖାପାଟଣା-ଗୋରଖପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯିବାକୁ ଥିବାବେଳେ ତିରୁପତି-ବନାରସ-ତିରୁପତି କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ରାୟଗଡ଼଼ା, ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା ଦେଇଯିବ। ଏନଏସ-ବନାରସ-ଏନଏସ କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ରାୟଗଡ଼଼ା, ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ଦେଇଯିବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁମ୍ଭମେଳାରେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି, ଯାହା ଭାରତର ଅର୍ଥନୀତିକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବ। ମହାକୁମ୍ଭ ଜିଡିପି ଆକଳନ ୧% ରୁ ଅଧିକ ବୃଦ୍ଧି କରିବ ବୋଲି ଅର୍ଥନୀତି ବିଶାରଦ ମତବ୍ୟକ୍ତ କରୁଛନ୍ତି। ଏପରି ହେଲେ ୨୦୨୩-୨୪ରେ ଭାରତର ଜିଡିପି ୨୯୫.୩୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା ବୃଦ୍ଧି ପାଇ ୩୨୪.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧିରେ ମହାକୁମ୍ଭ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Post Views: 61
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In