• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

‘ଟ୍ୱିନ୍ ସିଟି’ ପରେ ‘ଟ୍ରାଇସିଟି’ ପରିକଳ୍ପନା: ଯୋଡ଼ି ହେବ କଟକ-ଭୁବନେଶ୍ୱର-ପୁରୀ

by Voice of Victims
January 12, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
‘ଟ୍ୱିନ୍ ସିଟି’ ପରେ ‘ଟ୍ରାଇସିଟି’ ପରିକଳ୍ପନା: ଯୋଡ଼ି ହେବ କଟକ-ଭୁବନେଶ୍ୱର-ପୁରୀ

ଭୁବନେଶ୍ୱର: ଯୋଡ଼ି ହେବ ହେବ ରାଜଧାନୀ ଭୁବନେଶ୍ୱର, ସିଲିଭର ସିଟି କଟକ ଓ ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର ପୁରୀ। ‘ଟ୍ୱିଟସିଟି’ ପରେ ରାଜ୍ୟର ଏହି ତିନି ପ୍ରମୁଖ ସହରକୁ ଯୋଡ଼ି ‘ଟ୍ରାଇସିଟି’ ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହାପାଇଁ ଏକାଧିକ ପ୍ରସ୍ତାବିତ ଟାଉନପ୍ଲାନିଂ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ରବିବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ସହରାଞ୍ଚଳ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଅଧିକ ଓଭରବ୍ରିଜ୍ ନିର୍ମାଣ କରାଯିବ। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ରିଂରୋଡ଼ ଏବଂ ଓଭରବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ, ସେନେଇ ମୁଖ୍ୟମନ୍ତ୍ରୀ ଦୁଇଥର ବୈଠକ କରି ତୁରନ୍ତ ପ୍ଲାନ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇ ସାରିଛନ୍ତି। ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ଓ ପୂର୍ତ୍ତ ବିଭାଗ ସହ ଆଲୋଚନା ହୋଇଛି। ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ୍ ସମସ୍ୟାକୁ ଦୂର ପାଇଁ ଆମେ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଉଛୁ। ଡବଲ-ଡେକର ବସ୍ ସେବା ଆରମ୍ଭ କରାଯାଇଛି। ଖୁବଶୀଘ୍ର ଏହି ‘ଟ୍ରାଇସିଟି’ ବା ‘ଟ୍ରିପଲ୍ ସିଟି’ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀକୁ ଛାଡ଼ିଲେ ଏହି ପରିକଳ୍ପନା ସମ୍ଭବନୁହେଁ। ପୁରୀରେ ଅପାର ସମ୍ଭାବନା ରହିଛି। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ରାଜ୍ୟ ସରକାର ‘ଟ୍ରାଇସିଟି’ କରିବେ। ତିନି ସହର ମଧ୍ୟରେ ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହି ‘ଟ୍ରାଇସିଟି’କୁ ପ୍ଲାନକୁ ଡେଭଲପ୍ କରିବେ। ପୁରୀକୁ ବିଶ୍ୱସ୍ତରୀୟ କରିବାକୁ ପ୍ଲାନ୍ ଅଛି। ‘ଟ୍ରାଇସିଟି’ରେ ସର୍ବତ୍ତୋମ ଗମନାଗମନ ସୁବିଧା ସହିତ ଆଧୁନିକ ସହରଗୁଡ଼ିକରେ ଉପଲବ୍ଧ ହେଉଥିବା ସବୁ ଆବଶ୍ୟକତା ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଭୁବନେଶ୍ୱର ହେଉଛି ଏକ ପ୍ଲାନଡ଼ ସିଟି। ତେଣୁ ରାଜଧାନୀରେ କୌଣସି ଅନପ୍ଲାନଡ଼ କାର୍ଯ୍ୟ କରାଯିବନାହିଁ। ନୀତି, ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି। ଅଧିକରୁ ଅଧିକ ଟାଉନ୍ ପ୍ଲାନିଂ ସ୍କିମ୍ ଉପରେ ଗୁରୁତ୍ୱ ଦିଆଯାଉଛି। କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଅଧିକ କାର୍ଯ୍ୟାଳୟ ଓ ମାନବ ସମ୍ବଳର ବ୍ୟବସ୍ଥା ମଧ୍ୟ ହେବ। ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ କୌଣସି ଅନପ୍ଲାନଡ କାମ ହେବନି। କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟାଉନ ପ୍ଲାନିଂ ସ୍କିମ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Post Views: 106
Tags: After 'Twin Cities'
Share199Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In