• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତିଗ୍ରସ୍ତ ବୀମାଭୁକ୍ତ ଚାଷୀଙ୍କ ଆବେଦନ

by Voice of Victims
January 13, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତିଗ୍ରସ୍ତ ବୀମାଭୁକ୍ତ ଚାଷୀଙ୍କ ଆବେଦନ

ଭୁବନେଶ୍ୱର: ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି। ଆଜି ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କା କ୍ଷତିପୂରଣ ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ବୀମା କମ୍ପାନୀମାନଙ୍କ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିଛି। ଗତ ଡିସେମ୍ବରରେ ଦୁଇ ଥର ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଖରିଫ ଫସଲ ବିଶେଷ କରି ଅମଳ ହୋଇ ସାରି ଜମିରେ ଥିବା ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୭୨ ଘଣ୍ଟା ମଧ୍ୟରେ ଫସଲ ବୀମା ପୋର୍ଟାଲରେ କ୍ଷୟକ୍ଷତିର ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ପ୍ରଦାନ କରି ନଥିବା ଚାଷୀମାନଙ୍କୁ ସୂଚନା ପ୍ରଦାନ ନିମନ୍ତେ ପୁନର୍ବାର ଆଉ ତିନି ଦିନ ସୁଯୋଗ ଦିଆଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ପଞ୍ଜୀକୃତ ଚାଷୀ ଫସଲବୀମା ପୋର୍ଟାଲରେ ମୋଟ ୨,୦୦,୭୨୯ଟି ପ୍ଲଟରେ କ୍ଷତି ହୋଇଥିବାର ଆବେଦନ କରିଥିଲେ। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୭,୯୬୯ ସଂଖ୍ୟକ ଆବେଦନ ପତ୍ର ମିଳିଥିବା ବେଳେ ଗଞ୍ଜାମ ସମେତ ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ, କଟକ,ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରୁ ମୋଟ ୧,୬୨,୯୭୨ ସଂଖ୍ୟକ ଆବେଦନ ପତ୍ର ମିଳିଥିଲା। ଏହି ସମସ୍ତ ଆବେଦନକୁ ଭିତ୍ତି କରି ତୁରନ୍ତ କ୍ଷେତ୍ରୀୟ ସ୍ତରରେ ଫସଲ କ୍ଷତି ଆକଳନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଚାରି ଗୋଟି ବୀମା କମ୍ପାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ବୀମା କମ୍ପାନୀ ପକ୍ଷରୁ ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୁଚାରୁରୂପେ ଜାରି ରହିଛି। ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ କ୍ଷତିପୂରଣ ରାଶି ପ୍ରଦାନ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ସମବାୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ତଦାରଖ ଓ ସମୀକ୍ଷା କରୁଛନ୍ତି ବୋଲି ଜଣାପଡିଛି। 

Post Views: 47
Tags: PM Crop Insurance Loss Assessment Final
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In