• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗୋ-ସମାବେଶ, ଓମଫେଡ୍‌କୁ ବିପଣନ ସହାୟତା, ଗିଫ୍ଟମିଲ୍କ କାର୍ଯ୍ୟକ୍ରମ, ମୟୂରଭଞ୍ଜରେ ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

by Voice of Victims
January 13, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗୋ-ସମାବେଶ, ଓମଫେଡ୍‌କୁ ବିପଣନ ସହାୟତା, ଗିଫ୍ଟମିଲ୍କ କାର୍ଯ୍ୟକ୍ରମ, ମୟୂରଭଞ୍ଜରେ ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ଼ ଦ୍ୱାରା ଓମ୍‌ଫେଡ୍‌କୁ ବିପଣନ ସହାୟତା ପ୍ରଦାନ କରାଯାଇଛି। ଗୋ-ସମାବେଶ, ଓମଫେଡ୍‌କୁ ବିପଣନ ସହାୟତା, ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ୩୦୦୦ ଚାଷୀଙ୍କୁ ଦୁଧିଆଳୀ ଗାଈ ପ୍ରଦାନ ସହିତ ୧୯ ବିଦ୍ୟାଳୟରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୋମବାର ରାଇରଙ୍ଗପୁର ମହତାବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ଗୋ ସମାବେଶ, ଓମଫେଡ୍‌କୁ ବିପଣନ ସହାୟତା ଓ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଯୋଜନାରେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଗୋ’ ଏବଂ ପିଲାମାନେ ଉଭୟ ଉପକୃତ ହେବେ। ଗ୍ରାମୀଣ ଗୋପାଳକ ମାନଙ୍କ ଆର୍ôଥକ ସ୍ଥିତି ରେ ଉନ୍ନତି ଆସିବ। କୃଷି କାର୍ଯ୍ୟରେ ମଧ୍ୟ ଗୋପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସ୍ୱାଗତଯୋଗ୍ୟ। ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟରେ ଗୋ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସଙ୍କର ଜାତୀୟ ଗାଈ ତଥା ଦେଶୀୟ ପ୍ରଜାତିର ଗୀର୍ ଓ ସହିୱାଲ୍ ଆଦି ପ୍ରଜାତି ଗାଈ ପାଳନ ପାଇଁ ୭୦% ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ଗାଈ, ମଇଁଷିଙ୍କ ବୀମା କରାଯାଇ ଗୋପାଳକଙ୍କୁ ଆର୍ôଥକ ସୁରକ୍ଷା ଦିଆଯାଉଛି। ଏଥିରେ ବୀମା ପ୍ରିମିୟମ ରାଶିର ୮୫% ରାଜ୍ୟ ସରକାର ବହନ କରୁଛନ୍ତି। ଅସହାୟ ଓ ବୁଲା ଗାଈ ଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଇତ୍ୟାଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏନ୍‌ଡିଡିବି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ ଅଧିନସ୍ଥ ପିଇଏସ୍ ଯୋଜନା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକକୁ ସମୁଦାୟ ୩୦୦୦ଟି ଉନ୍ନତ ମାନର ଦୁଧିଆଳୀ ଗାଈ ହିତାଧିକାରୀଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ହୋଇଛି ଏବଂ ସେଥିମଧ୍ୟରୁ ରାଇରଙ୍ଗପୁର ସବ୍ ଡିଭିଜନ ପାଇଁ ୧୦୦୦ ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ। କାରଣ ଦୁଗ୍ଧ ହେଉଛି ଜୀବନୀ ଶକ୍ତିର ଉତ୍ସ ଏବଂ ଗୋ-ସେବା ଆମ ସଂସ୍କୃତିର ବହୁ ପୁରାତନ ପରମ୍ପରା। ଗୋମାତାଙ୍କ ସେବା ଦ୍ୱାରା ଦୁଃଖରୁ ମୁକ୍ତି ମିଳେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଗାଈ ଗୁଡ଼ିକ ସୁଦୂର ଗୁଜୁରାଟ୍ ରାଜ୍ୟରୁ ଅଣାଯାଇ ମୟୂରଭଞ୍ଜ ଜିଲ୍ଳାର ଦୁଗ୍ଧ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ଏବଂ ଏହାର ମୂଳ ଲକ୍ଷ୍ୟ ହେଉଛି ଗାଈ ପ୍ରଜାତି ର ଆନୁବଂଶିକ ଉନ୍ନତି(ଜେନେଟିକ ଅପଗ୍ରେଡେସନ )କରିବା ଯଦ୍ୱାରା ଦୁଗ୍ଧ ଚାଷୀ ମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବଏବଂ ସେମାନଙ୍କ ଜୀବନ ଶୈଳୀ ରେ ଉନ୍ନତି ଘଟିବ। ଗାଈ ଯୋଗାଇ ଦେବା ପରେ ଏହାର ଉପଯୁକ୍ତ ପାଳନ ଓ ଆନୁସଙ୍ଗିକ ବିଷୟରେ ଚାଷୀଙ୍କୁ ଆବଶ୍ୟକ ତାଲିମ ଦେବା ବ୍ୟବସ୍ଥା ମଧ୍ୟ ଜରାଯାଇଛି। ଫଳରେ ଚାଷୀ ମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସକ୍ଷମ ହୋଇ ପାରିବେ। ଏତଦ ବ୍ୟତୀତ ଗିଫ୍ଟ ମିଲ୍କ ଯୋଜନାରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୯ ଟି ସରକାରୀ ବିଦ୍ୟାଳୟର ୧୧୮୪ ଜଣ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନରେ ୨୦୦ ଏମଏଲର ଭିଟାମିନ ଏ ଓ ଡି ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀପାଳନ ଓ ଡାଏରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ମତ୍ସ୍ୟ, ପଶୁ ପାଳନ ଓ ଡାଏରୀ ଏବଂ ପଞ୍ଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂହ ବଘେଲ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ନବ ଚରଣ ମାଝୀ, ସାଂସଦ ମମତା ମହାନ୍ତ, ବିଧାୟକ ଭାଦବ ହାଁସଦା, ବିଧାୟକ ଜଲେନ ନାଏକ, ଏନଡିଡିବି ଅଧ୍ୟକ୍ଷ ଡକ୍ଟର ମିନେଶ ସାହା ଓ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post Views: 47
Tags: marketing support to OMFEDPresident Draupadi Murmu launches Go-Sambesh
Share197Tweet123Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In