• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

‘ଏଚ୍‌ଏମ୍‌ପିଭିକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ’

by Voice of Victims
January 13, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସ୍ୱାସ୍ଥ୍ୟ
‘ଏଚ୍‌ଏମ୍‌ପିଭିକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ’

ଭୁବନେଶ୍ୱର: ଏଚ୍‌ଏମ୍‌ପିଭି ଭାଇରସକୁ ନେଇ ଚାରିଆଡ଼େ ଏବେ ଭୟର ବାତାବରଣ। ଦେଶରେ ଜଣଙ୍କ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଏଚ୍‌ଏମ୍‌ପିଭି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଏହି ଭାଇରସକୁ ନେଇ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଏହାକୁ ନେଇ କୌଣସି ପ୍ରକାର ଡରିବାର ନାହିଁ। ସ୍ପେଶାଲ ଆଡଭାଇଜରୀ ଜାରି କରାଯାଇନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ‘କେନ୍ଦ୍ର ସରକାର ନୂଆ ଭାଇରସକୁ ନେଇ କୌଣସି ଆଡଭାଇଜରୀ ଜାରି କରିନାହାନ୍ତି। ତେଣୁ ଆମେବି କରିନାହୁଁ। କିଛି ଡରିବାର ନାହିଁ। ଥଣ୍ଡା, କାଶ ସାଧାରଣ କଥା। ବର୍ତ୍ତମାନ କୌଣସି ରିପୋର୍ଟ ଆସିନାହିଁ। ସମସ୍ତେ ଏନେଇ ଆଲର୍ଟ ଅଛନ୍ତି। ସର୍ଭେଲାନ୍ସ ନେଇ ଆମର ଆଇଡିଏସ୍‌ପି ଓ ଏନ୍‌ସିଡିସି କାମ କରୁଛି। ଶୀତ ଦିନରେ ଥଣ୍ଡା, ଜ୍ୱର ଓ କାଶ ଅଧିକ ହୁଏ। ଡବ୍ଲ୍ୟୁଏଚଓ ରିପୋର୍ଟ ଅନୁସାରେ ଚାଇନାରେ ବି କେସ କମିଛି। ଭାରତରେ ବି କମୁଛି। ଓଡ଼ିଶାରେ ଏ ଯାଏଁ କୌଣସି କେସ୍ ଆସିନି। ବ୍ୟସ୍ତ ହେବାରେ କିଛି ନାହିଁ। କେସ୍ ବଢ଼ିଲେ, ସେ ସମୟରେ ଦେଖାଯିବ। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ” ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ହେଲଥ ଏମରଜେନ୍ସି ଅପରେସନ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ସହ ଏମଓୟୁ ହୋଇଛି। ଏହି ସେଣ୍ଟର ୨୪ ଘଣ୍ଟା କାମ କରିବ। ସାରା ରାଜ୍ୟର ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡାସ୍‌ବୋର୍ଡ ପ୍ରସ୍ତୁତ ହେବ। ଏହା ରାଜ୍ୟ ଅଧୀନରେ କାମ କରିବ। ଖୁବଶୀଘ୍ର ଏହା କାମ ଆରମ୍ଭ ହେବ ।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In