• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଝୁମ୍ପରା-ଉଖୁଣ୍ଡା ସେତୁ ଉଦ୍‌ଘାଟିତ, ଉତ୍କର୍ଷ ଓଡ଼ିଶାରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ: ମୁଖ୍ୟମନ୍ତ୍ରୀ

by Voice of Victims
January 14, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଝୁମ୍ପରା-ଉଖୁଣ୍ଡା ସେତୁ ଉଦ୍‌ଘାଟିତ, ଉତ୍କର୍ଷ ଓଡ଼ିଶାରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝରରେ ହେବ ଏକ ମେଗା ଷ୍ଟିଲ ପ୍ଲାଣ୍ଟ। ଏଥିପାଇଁ ଭୁବନେଶ୍ୱରରେ ଆଗାମୀ ୨୮ଓ୨୯ରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ବୁଝାମଣା ପତ୍ର ବା ଏମଓୟୁ ସ୍ୱାକ୍ଷରିତ ହେବ। ମଙ୍ଗଳାବର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଖଣିରେ ଭରପୁର। ସବୁଥାଇ ଏଠାକାର ଲୋକେ ଗରୀବ। ସେଥିପାଇଁ ରାଜ୍ୟ ସରକାର କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି। କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ହେଲେ ଜିଲ୍ଲାର ଯୁବକଯୁବତୀ କର୍ମସଂସ୍ଥାନ ପାଇବେ। ଜିଲ୍ଲାର ବ୍ୟାପକ ବିକାଶ ହେବ। ରାଜ୍ୟ ବି ଅଧିକ ରାଜସ୍ୱ ପାଇବ। ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ ଶେଷ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଦ୍‌ଘାଟିତ ସେତୁଟି ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି। ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ ରହିଛି ୧୭୫ ମିଟର। ଏହାଦ୍ୱାରା ଝୁମ୍ପୁରା ଓ ଶ୍ରୀରାମପୁର ଗ୍ରାମ ଯୋଡ଼ି ହୋଇ ଯୋଗାଯୋଗର ସୁବିଧା ହୋଇପାରିଛି। ଏହା ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାର ରୁ ୧୦ ହଜାର ଲୋକ ଉପକୃତ ହେବେ। ଆଗାମୀ ଦିନରେ ଏଭଳି ଭିତ୍ତିଭୂମି କାର୍ଯ୍ୟ ଅବ୍ୟାହତ ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Post Views: 48
Tags: Jhumpra-Ukhunda Bridge inaugurated
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In