• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଡ଼ ଘୋଷଣା କଲେ ଟ୍ରମ୍ପ୍‌, ଚଳିତ ସପ୍ତାହରେ ଶେଷହେବ ଗାଜା ଯୁଦ୍ଧ

by Voice of Victims
January 14, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବଡ଼ ଘୋଷଣା କଲେ ଟ୍ରମ୍ପ୍‌, ଚଳିତ ସପ୍ତାହରେ ଶେଷହେବ ଗାଜା ଯୁଦ୍ଧ

ଜେରୁଜେଲମ୍‌: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଗାଜାଷ୍ଟ୍ରିପ୍‌ରେ ହମାସ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଚଳିତ ସପ୍ତାହରେ ହିଁ ଶେଷ ହେବ। ଉଭୟ ହମାସ୍ ସଂଗଠନ ଏବଂ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି କରାଯିବା ନେଇ ସହମତି ହୋଇସାରିଛି ଏବଂ ଉଭୟ ଏହି ନୂଆ ଆଭିମୁଖ୍ୟକୁ ସ୍ୱାଗତ କରିବା ପୂର୍ବକ ହାତ ମିଳାଇଛନ୍ତି। ଏହି ଚୁକ୍ତି ଅନୁସାରେ ଇସ୍ରାଏଲ୍ ଗିରଫ କରିଥିବା ହମାସ୍ ଉଗ୍ରବାଦୀଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରିବ ଏବଂ ଅନ୍ୟପକ୍ଷେ ହମାସ୍ ମଧ୍ୟ ଇସ୍ରାଏଲୀୟ ବନ୍ଦୀଙ୍କୁ ପର୍ଯ୍ୟାୟକ୍ରମେ ଛାଡ଼ିବ। ରିପୋର୍ଟ ଅନୁସାରେ ଇସ୍ରାଏଲ୍ ପ୍ରଥମ ପର୍ଯ୍ୟାୟରେ ୧୫୦ରୁ ୨୦୦ ହମାସ୍ ଉଗ୍ରବାଦୀଙ୍କୁ ମୁକ୍ତ କରିବ ଅନ୍ୟପକ୍ଷେ ହମାସ୍ ପକ୍ଷରୁ ପ୍ରତିବଦଳରେ ୩୩ ବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଦୁଇପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଦ୍ୱିପାକ୍ଷିକ ଅସ୍ତ୍ରବିରତି ଆଲୋଚନା ଜାରି ରହିଥିବା ବେଳେ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ହୋଇଛି। ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍ ସେନା କରିଥିବା ଏୟାରଷ୍ଟ୍ରାଇକ୍‌ରେ ପ୍ରାୟ ୧୮ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ତେବେ ଏହି ଆକ୍ରମଣକୁ ନେଇ ହମାସ୍‌-ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତି ଆଲୋଚନା ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି। ଅପରପକ୍ଷେ ୟେମେନର ଇରାନ ସମର୍ôଥତ ହୁତି ବିଦ୍ରୋହୀମାନେ ମଙ୍ଗଳବାର କେନ୍ଦ୍ରୀୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଆକ୍ରମଣ କାରଣରୁ ସାଇରନ୍ ବାଜିଥିଲା ଏବଂ ଲୋକେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ଏଥିରେ ପ୍ରାଣହାନୀ ନେଇ କୌଣସି ଖବର ନାହିଁ।

Post Views: 48
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In