• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାସ୍ତବ ବିଜ୍ଞାନ ଓ ତାତ୍ତ୍ବିକ ସାହିତ୍ୟ ପୁସ୍ତକ ଲୋକାର୍ପିତ

by Voice of Victims
January 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବାସ୍ତବ ବିଜ୍ଞାନ ଓ ତାତ୍ତ୍ବିକ ସାହିତ୍ୟ ପୁସ୍ତକ ଲୋକାର୍ପିତ

କଟକ (ଭିଓଭି) ସାହିତ୍ୟ ସହ ବିଜ୍ଞାନର ସଂପର୍କ ପ୍ରାଚୀନ କାଳରୁ ରହିଛି। ସାହିତ୍ୟକୁ ବେଳେବେଳେ ବିଜ୍ଞାନ ପ୍ରଭାବିତ କରିଥିଲା ବେଳେ ବିଜ୍ଞାନକୁ ମଧ୍ୟ ସାହିତ୍ୟ ପ୍ରଭାବିତ କରିଛି। ଲୋକପ୍ରିୟ ବିଜ୍ଞାନ ହିଁ ସାହିତ୍ୟ ସର୍ବସ୍ବ ବୋଲି ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଲୋକପ୍ରିୟ ବିଜ୍ଞାନ ଓ ଗଣିତ ଶିକ୍ଷକ ସ୍ବର୍ଗତ ଚୈାଧୁରୀ ଶରତ ଚନ୍ଦ୍ର ଦାଶଙ୍କ ପୁସ୍ତକ “ବାସ୍ତବ ବିଜ୍ଞାନ ଓ ତାତ୍ତ୍ବିକ ସାହିତ୍ୟ” ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଡ. ମିହିର କୁମାର ଦାସଙ୍କ ସଭାପତିତ୍ବରେ ଶତାବ୍ଦୀ ଭବନରେ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ହେମେନ୍ଦ୍ର ନାରାୟଣ ଦାସ ମୁଖ୍ୟଅତିଥି, ବିଶିଷ୍ଟ ଶିକ୍ଷାବିତ୍ ତଥା ବୋର୍ଡ ସ୍କୁଲ୍ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତ୍ୟାରି ସାହୁ ସମ୍ମାନିତ ଅତିଥି, ଦିବ୍ୟଲୋକ ସନ୍ଧାନେ ପତ୍ରିକାର ସଂପାଦକ ଶ୍ରୀ ସନ୍ନ୍ୟାସୀ ସମ୍ମାନିତ ବକ୍ତା, ଉତ୍କଳ ସମ୍ମିଳନୀର ସଭାପତି ଡାକ୍ତର ରବିରଂଜନ ସାହୁ, ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରଧ୍ୟାପିକା ଡକ୍ଟର ସୁବାସିନୀ ଲେଙ୍କା ଓ ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥି ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିବା ସହିତ ପୁସ୍ତକଟିରେ ଲିଖିତ ପ୍ରସଙ୍ଗର ଜନାଦୃତି ଘଟିବ ବୋଲି ମତବ୍ୟକ୍ତଲ କରିଥିଲେ। ଏହି ଅବସରରେ ପୁସ୍ତକର ପ୍ରକାଶକ ଓ ସଂକଳକ ଚୈାଧୁରୀ ଶ୍ରୀମତି ଦାସ ପୁସ୍ତକର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲାବେଳେ ଗାଳ୍ପିକ ତପନ କୁମାର ସ୍ବାଇଁ ସ୍ବାଗତ ଭାଷଣ ଓ କବି ରାଜୀବ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଜଂନକୃଷ୍ନ କମିଲା ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀହର୍ଷ ସାହୁ, ବିଷ୍ଣୁପ୍ରିୟା ସାହୁ, ସ୍ମିତା କମିଲା, ସଂଗୀତା ଚୈାଧୁରୀ, ସୋନୁ କମିଲା ଓ ଆରତୀ ପଣ୍ଡା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

Post Views: 110
Share205Tweet128Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In