• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଏବଂ ପଦ୍ମବିଭୁଷଣ ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ୭୬ତମ ଜୟନ୍ତୀ ପାଳିତ

by Voice of Victims
January 15, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଏବଂ ପଦ୍ମବିଭୁଷଣ ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ୭୬ତମ ଜୟନ୍ତୀ ପାଳିତ

ପୁରୀ (ଭିଓଭି): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୋରୁଆଳ ପଞ୍ଚାୟତର ଆଳିପଡା ଗ୍ରାମସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳାରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଏବଂ ତୁଳସୀପୀଠାଧିଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ୭୬ତମ ଜୟନ୍ତୀ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମହୀପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ ମୁଖ୍ୟଅତିଥି ରୂପେ ଯୋଗଦେଇ, ଗୋରୁଆଳର ଗୋବିନ୍ଦ ଗୋଧାମ ଗୋଶାଳା ବର୍ତ୍ତମାନ ଗୋତୀର୍ଥରେ ପରିଣତ ହୋଇଛି । ଭାରତବର୍ଷର ବିଭିନ୍ନ ରାଜ୍ୟର ସାଧୁ, ସନ୍ଥ ବର୍ତ୍ତମାନ ଗୋରୁଆଳର ଗୋବିନ୍ଦ ଗୋଧାମ ଗୋଶାଳାକୁ ଗୋତୀର୍ଥ ବୋଲି ବିବେଚନା କରୁଛନ୍ତି । ଏହି ଗ୍ରାମର ପ୍ରତ୍ୟୈକଟି ଗ୍ରାମବାସୀ ଜଣେ ଜଣେ ଗୋଭକ୍ତ ଅଟନ୍ତି । ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଏହି ଗୋବିନ୍ଦ ଗୋଧାମରେ ଅବସ୍ଥାନ ସହିତ ବିଭିନ୍ନ ସାଧୁସନ୍ଥଙ୍କର ଆଗମନ ଗୋଭକ୍ତମାନଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରକାଶ କରିଛନ୍ତି।

ପୁରୀ ବ୍ରହ୍ମଗିରି ରାଷ୍ଟ୍ରୀୟ ରାଜମାର୍ଗ ଅବରୋଧ କରି ବିଶ୍ରାମ ନେଉଥିବା ଗୋମାତାଙ୍କୁ ସୁରକ୍ଷିତ ଗୋଶାଳା ମାଧ୍ୟମରେ ଆଶ୍ରୟ ଦେଉଥିବା ଗ୍ରାମବାସୀମାନଙ୍କୁ ସମ୍ମାନିତ ପର୍ବରେ ସାହଜାନ ପୁର, ସିଆରା, କେଉଟକୁଦୀର ପ୍ରଧାନ ସାହି, ଭୂବନପୁର, ଜେନାପୁର, ଶିତଳପଦା, ନିଆଜପୁର, ଚଣ୍ଡୀପୁଟ, ରାମେଶ୍ୱରପୁର, ଆଳିପଡା, ଅଙ୍କିପାଟଣା ପ୍ରମୁଖ ଗ୍ରାମବାସୀଙ୍କୁ ସାମୁହିକରୂପେ ଗୋ-ସେବକ ସମ୍ମାନ 2025ରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଡ. ଶରତ କୁମାର ବେହେରା, ଶ୍ରୀମନ୍ଦିରର ବରିଷ୍ଠ ସୁପକାର ସେବାୟତ ଝୁନା ଦୀକ୍ଷିତ, କାହ୍ନୁ ପଣ୍ଡା, ଗୋସେବା ଫୋରମର ଓଡିଶା ମୁଖ୍ୟ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ଟିବରିୱାଲ, ଭାଜପାର ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟ ରଞ୍ଜିତା ପାଢୀ, ଗୋବିନ୍ଦ ଗୋଧାମର ବାବା କୃଷ୍ଣଚନ୍ଦ୍ର ମହାରାଜ, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଭୁବନପୁରର ସରପଞ୍ଚ ଅମୁଲ୍ୟ ପ୍ରଧାନ, ଜଗତସିଂହପୁରର ଗୋ-ସେବକ ସୁରେନ୍ଦ୍ର ଦାସ ଏବଂ ଆଡଭୋକେଟ ସ୍ନେହାଶିଷ ମହାନ୍ତି ସମ୍ମାନିତ ଅତିଥିରୂପେ ଗ୍ରାମବାସୀଙ୍କୁ ସମ୍ମାନିତ କରିଥିଲେ । ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଦୀର୍ଘାୟୁ କାମନା କରି ଅହୋରାତ୍ର ସଂକୀର୍ତ୍ତନ ଓ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା । ଏହି ଉତ୍ସବ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଟ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

Post Views: 154
Share210Tweet131Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In