• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ; ଭାରତ ବିସ୍ତାରବାଦ ନୁହେଁ, ବିକାଶବାଦରେ ବିଶ୍ୱାସ କରେ: ମୋଦୀ

by Voice of Victims
January 15, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ; ଭାରତ ବିସ୍ତାରବାଦ ନୁହେଁ, ବିକାଶବାଦରେ ବିଶ୍ୱାସ କରେ: ମୋଦୀ

ନୂଆଦିଲ୍ଲୀ : ଆଜି ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱାସଯୋଗ୍ୟ ଓ ଦାୟିତ୍ୱସମ୍ପନ୍ନ ବନ୍ଧୁ ଭାବେ ପରିଚୟ ଲାଭ କରିଛି। ଭାରତ ବିସ୍ତାରବାଦ ନୁହେଁ ବରଂ ବିକାଶବାଦ ଭାବନରେ କାର୍ଯ୍ୟ କରିଥାଏ। ବୈଶ୍ୱିକ ସୁରକ୍ଷା, ଅର୍ଥନୀତି ଓ ଭୂ-ରାଜନୈତିକ ଗତିଶୀଳତାକୁ ଏକ ଦିଗ ଦେଖାଇବାରେ ଭାରତ ଭୂମିକା ବେଶ ଅଧିକ। ଆର୍ôଥକ ଓ ସାମରିକ କ୍ଷେତ୍ରରେ ଏହା ବେଶ ମହତ୍ତ୍ୱପୂର୍ଣ୍ଣ। ଏକବିଂଶ ଶତାବ୍ଦୀରେ ଭାରତର ସୈନ୍ୟ ସାମର୍ଥ୍ୟ ମଧ୍ୟ ଅଧିକ ସକ୍ଷମ ଓ ଆଧୁନିକ ହେଉ, ଏହା ଦେଶର ପ୍ରାଥମିକତା। ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର ଓ ମହାକାଶ ସମସ୍ତ କ୍ଷେତ୍ରରେ ଭାରତ ନିଜର ସ୍ୱାର୍ଥକୁ ସୁରକ୍ଷିତ କରୁଛି। ଏଥିପାଇଁ ନିରନ୍ତର ସୁଧାର କରାଯାଉଛି ବୋଲି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ପଶ୍ଚିମ ନୌସେନା କମାଣ୍ଡ ମୁମ୍ବାଇରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନଏସ ସୁରତ’, ‘ଆଇଏନଏସ ନୀଳଗିରି’ ଓ ‘ଆଇଏନଏସ ବାଘଶୀର’ ଭାରତୀୟ ନୌସେନାରେ ସାମିଲ ଅବସରରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ ଏହା କହିଛନ୍ତି। ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ୩ ଯୁଦ୍ଧ ଜାହାଜକୁ ସମର୍ପିତ କରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତର ୩ ସେନା ଆର୍ମନିର୍ଭରଶୀଳତା ମନ୍ତ୍ର ଆପଣାଇଛନ୍ତି। ସଙ୍କଟ ସମୟରେ ଅନ୍ୟ ଦେଶ ଉପରେ ଭାରତର ନିର୍ଭରତା କମିିଛି। ଗତ ୧୦ ବର୍ଷ ମଧ୍ୟରେ ନୌସେନାରେ ୩୩ ଜାହାଜ ଓ ୭ ବୁଡ଼ାଜାହାଜକୁ ସାମିଲ କରାଯାଇଛି। ଏହି ୪୦ ନୌସେନା ଜାହାଜ ମଧ୍ୟରେ ୩୯ ଭାରତୀୟ ସିପୟାର୍ଡରେ ନିର୍ମାଣ କରାଯାଇଛି। ଆଜି ଭାରତର ପ୍ରତିରକ୍ଷା ଉତ୍ପାଦନ ୧,୨୫ ଲକ୍ଷ କୋଟିରୁ ଅଧିକ। ଆମେ ୧୦୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛେ। ଏହା ଆମ ପାଇଁ ଗର୍ବର ବିଷୟ ଯେ ଆଇଏନ୍‌ଏସ୍ ସୁରତ, ଆଇଏନ୍‌ଏସ୍ ନୀଳଗିରି ଓ ଆଇଏନ୍‌ଏସ୍ ବାଘଶୀର ଭାରତରେ ନିର୍ମାଣ ହୋଇଛି। ଆଜି ଭାରତୀୟ ନୌସେନାର ଗୌରବଶାଳୀ ଇତିହାସ ଓ ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ଼ ଦିନ। ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ନୌସେନାକୁ ନୂଆ ଶକ୍ତି ଓ ନୂତନ ଭିଜନ ଦେଇଥିଲେ। ଆଜି ଏକବିଂଶ ଶତାବ୍ଦୀରେ ନୌସେନାକୁ ଆହୁରୀ ଶକ୍ତିଶାଳୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ଏକ ଡେଷ୍ଟ୍ରୟର, ଏକ ଫ୍ରିଗେଟ୍‌, ଏକ ସବ-ମେରାଇନକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି ବୋଲି ମୋଦୀ କହିଛନ୍ତି।

Post Views: 55
Tags: The navy consisted of 3 warships; India believes in development
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In