• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନକଲେ ମୁଖ୍ୟମନ୍ତ୍ରୀ

by Voice of Victims
January 18, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ ପ୍ରଧାନମନ୍ତ୍ରୀ ବାର୍ତ୍ତାଳାପ କରିଛନ୍ତି। ଏହି ଅବସରରେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର୍ ଯୋଗେ ଆସି ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତରେ ହିତାଧିକାରୀମାନଙ୍କୁ ସ୍ୱାମୀତ୍ୱ ଯୋଜନାରେ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲାରେ ୨୪୨ ହିତାଧିକାରୀଙ୍କ ଜମି ଡ୍ରୋନ୍ ମାଧ୍ୟମରେ ଚିହ୍ନଟ କରି ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଛି। ଏହି ସମ୍ପତ୍ତି କାର୍ଡ ମାଧ୍ୟମରେ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହେବା ସହ ବ୍ୟାଙ୍କରେ ଦେଖାଇ ଲୋନ୍ ନେଇ ନିଜର ଆର୍ôଥକ ବିକାଶ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ସର୍ବେକ୍ଷଣ ବିଭାଗ ଏବଂ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ଦ୍ୱାରା ଡ୍ରୋନ୍ ମାଧ୍ୟମରେ ଚିହ୍ନଟ କରାଯାଇ ଓଡ଼ିଶାର ରାୟଗଡ଼ା, ଝାରସୁଗୁଡା଼, ନବରଙ୍ଗପୁର,ଗଜପତି ଓ ଢ଼େଙ୍କାନାଳ ଆଦି ୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ୩୦୩୯ ଗୋଟି ରାଜସ୍ୱ ଗ୍ରାମର ସର୍ଭେ କରାଯାଇ ହିତାଧିକାରୀ ଚିହ୍ନଟ କରାଯାଇଛି। ସ୍ୱାମୀତ୍ୱ ଯୋଜନାରେ ସମ୍ପତ୍ତି କାର୍ଡ ପ୍ରଦାନ ପ୍ରଧାନମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ ଏବଂ ଏହି ଯୋଜନାରେ ରାୟଗଡ଼ା ଭଳି ଅନୁନ୍ନତ ଜିଲ୍ଲାର ବହୁ ହିତାଧିକାରୀ ଉପକୃତ ହୋଇପାରିବବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ‘ସ୍ୱାମୀତ୍ୱ’ଯୋଜନାରେ ପ୍ରଧାନମନ୍ତ୍ରୀ ସମ୍ପତ୍ତି କାର୍ଡ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼଼, ହିମାଚଳପ୍ରଦେଶ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର, ଲଦାଖରେ ଆଭାସୀ ମାଧ୍ୟମରେ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ରାୟଗଡ଼଼ା ଜିଲ୍ଲା ସଦର ମହକୁମା ବ୍ଲକର କୁମୁଟାଲପେଟାର ଗଜେନ୍ଦ୍ର ସଙ୍ଗୀତାଙ୍କ ସହ ବାର୍ତ୍ତାଳାପ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଆପ୍ପଲାସ୍ୱାମି କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧବ ହିକକା, ଜିଲ୍ଲାପାଳ ପାରୁଲ ପଟାୱରୀ ପ୍ରମୁଖ ମଞ୍ଚାସିନ ଥିଲେ।

Post Views: 42
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In