• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଜ୍ୟରେ ‘ମଧ୍ୟ-ଶୀତକାଳୀନ ପକ୍ଷୀ ଗଣନା’ ରିପୋର୍ଟ : ୨୦୦ ପ୍ରଜାତିର ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଚିହ୍ନଟ

by Voice of Victims
January 19, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟରେ ‘ମଧ୍ୟ-ଶୀତକାଳୀନ ପକ୍ଷୀ ଗଣନା’ ରିପୋର୍ଟ : ୨୦୦ ପ୍ରଜାତିର ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଚିହ୍ନଟ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଏକାକାଳୀନ କରାଯାଇଥିବା ‘ମଧ୍ୟ-ଶୀତକାଳୀନ ପକ୍ଷୀ ଗଣନା-୨୦୨୫’ ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଆଦ୍ରଭୂମିରେ ଏକକାଳୀନ ପକ୍ଷୀ ଗଣନା କରିଥିଲା ବନ ବିଭାଗ। ଯାହା ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ଓଡ଼ିଶାର ଏକ ଭିନ୍ନ ପଦକ୍ଷେପ ଥିଲା। ବିଦେଶାଗତ ଓ ଦେଶୀ ପକ୍ଷୀଙ୍କ ପ୍ରବାସ ଓ ଋତୁଭିତ୍ତିକ ଅବସ୍ଥାନ ପାଇଁ ଚିଲିକା, ଭିତରକନିକା ଏବଂ ହୀରାକୁଦ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଦ୍ରଭୂମି ଭାବରେ ସାମ୍ନାରେ ଆସିଛି। ତେବେ ଚଳିତବର୍ଷ ୨୦୦ ପ୍ରଜାତିର ପ୍ରାୟ ୧୫ ଲକ୍ଷରୁ ଅଧିକ ପକ୍ଷୀ ବିଶ୍ୱର କୋଣ ଅନୁକୋଣରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିଛନ୍ତି। ମାତ୍ର ହୀରାକୁଦ ଓ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବାବେଳେ ପକ୍ଷୀବିହାର ଚିଲିକାରେ କିନ୍ତୁ ସଂଖ୍ୟା ହ୍ରାସ ପାଇଛି। ଚିଲିକା ହ୍ରଦ ଏବଂ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିରେ ୧୯୬ ପ୍ରଜାତିର ପ୍ରାୟ ୧୧ ଲକ୍ଷ ୨୭ ହାଜର ୨୨୮ ପକ୍ଷୀଙ୍କ ପ୍ରବାସ ରେକର୍ଡ କରାଯାଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୦ ହଜାର କମିଛି । ଅର୍ଥାତ୍ ଗତବର୍ଷ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ। ଏପଟେ କିନ୍ତୁ ନଳବଣରେରେ ୯ ପ୍ରଜାତିର ପକ୍ଷୀ ବୃଦ୍ଧି ପାଇଛି। ସର୍ବେକ୍ଷକମାନେ ୧୦୯ ପ୍ରଜାତିର ପ୍ରାୟ ୧୦ ଲକ୍ଷ ୮୭ ହଜାର ୨୨୬ ଟି ପ୍ରବାସୀ ପକ୍ଷୀ ଚିହ୍ନଟ କରିଥିବାବେଳେ ଦେଶୀ ପକ୍ଷୀଙ୍କ ସଂଖ୍ୟା ୮୭ ପ୍ରଜାତିର ପ୍ରାୟ ୪୦ ହଜାର ୨ଟି ପକ୍ଷୀ ଥିଲା। ଚିଲିକା ନଳବଣ ଅଭୟାରଣ୍ୟ ଏକ ପ୍ରମୁଖ ସ୍ଥାନ ହୋଇ ରହିଛି। ଏଠାରେ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ପକ୍ଷୀ ଅଛନ୍ତି। ହୀରାକୁଦ ଜଳଭଣ୍ଡାରରେ ୧୨୨ ପ୍ରଜାତିରୁ ୩ ଲକ୍ଷ ୭୭ ହଜାର ୭୩୨ ପକ୍ଷୀ ଚିହ୍ନଟ କରାଯାଇଛି। ଗତବର୍ଷ ହିରାକୁଦରେ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ ଆସିଥିଲେ। ତେବେ ଚଳିତବର୍ଷ ପ୍ରାୟ ୩୫ ହଜାର ଅଧିକ ପକ୍ଷୀ ହୀରାକୁଦ ଆସିଛନ୍ତି। ୭୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ବିଶାଳ ଚିଲିକା ଜଳଭଣ୍ଡାରକୁ ୨୧ ସେକ୍ଟରରେ ବିଭକ୍ତ କରାଯାଇ ଏହି ଗଣନା କାର୍ଯ୍ୟ କରାଯାଉଥିଲା। ୩୨ଟି ବିଶେଷଜ୍ଞ ଦଳ ଏବଂ ୭୦ ଅଂଶଗ୍ରହଣକାରୀ ଏହି ସର୍ଭେରେ ନିୟୋଜିତ କରିଥିଲେ । ତେବେ ଚଳିତବର୍ଷର ସଂଖ୍ୟା ହୀରାକୁଦ ପାଇଁ ଏକ ଶୁଭ ସଙ୍କେତ ସୃଷ୍ଟି କରିଛି। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ତଥା ଏକମାତ୍ର ଲୁଣାଜଙ୍ଗଲ ଭିତରକନିକା ଜାତୀୟ ଉଦ୍ୟାନରେ ମୋଟ ୧୧୮ ପ୍ରଜାତିର ପ୍ରାୟ ୧ ଲକ୍ଷ ୫୧ ହଜାର ୬୧୪ ପକ୍ଷୀ ଚିହ୍ନଟ କରାଯାଇଛି। ତେବେ ଗତବର୍ଷ ଭିତରକନିକାରେ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ ଆସିଥିଲେ। ଏଥର ପ୍ରଜାତିରେ ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ସଂଖ୍ୟା ମଧ୍ୟ ସାମାନ୍ୟ ବଢ଼ିଛି। ଜାତୀୟ ଉଦ୍ୟମରେ ପ୍ରାୟ ୩ ପ୍ରଜାତି ସହ ୨ଶହ ଅଧିକ ପକ୍ଷୀ ଚଳିତବର୍ଷ ଚିହ୍ନଟ ହୋଇଛନ୍ତି। ଲେସର୍ ହ୍ୱିସଲିଂ ଡକ୍ (୪୪ ହଜାର ୮୨୫) ଏବଂ ନର୍ଦର୍ଣ୍ଣ ପିଣ୍ଟେଲ୍ (୧୮ ହଜାର ୭୭୬) ସର୍ବାଧିକ ବହୁଳ ପ୍ରଜାତିର ଚିହ୍ନଟ ହୋଇଛନ୍ତି। ମଧ୍ୟ-ଶୀତକାଳୀନ ଜଳପକ୍ଷୀ ଗଣନା ୨୦୨୫ କେବଳ ପକ୍ଷୀ ଗଣନା ନୁହେଁ, ବରଂ ଓଡ଼ିଶାର ପ୍ରାକୃତିକ ଐତିହ୍ୟର ଏକ ଉତ୍ସବ। ରାଜ୍ୟର ଆର୍ଦ୍ରଭୂମିରେ ୧୫ ଲକ୍ଷରୁ ଅଧିକ ପକ୍ଷୀ ରେକର୍ଡ କରାଯାଇଛି। ୨୦୦ରୁ ଅଧିକ ପ୍ରଜାତି ଚିହ୍ନଟ ହେବା ସହିତ, ଏହି ଗଣନା ପ୍ରବାସୀ ଏବଂ ବାସିନ୍ଦା ପକ୍ଷୀ ପ୍ରଜାତି ସଂରକ୍ଷଣରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃନିର୍ମାଣ କରୁଛି।

Post Views: 114
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In