• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସରକାରୀ ଅଫିସର୍‌ଙ୍କ ଗାଡ଼ି ଭଡ଼ା ଦରରେ ସଂଶୋଧନ, ଫେବ୍ରୁଆରୀ ୧ରୁ ଲାଗୁହେବ ବର୍ଦ୍ଧିତ ଦର

by Voice of Victims
January 19, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସରକାରୀ ଅଫିସର୍‌ଙ୍କ ଗାଡ଼ି ଭଡ଼ା ଦରରେ ସଂଶୋଧନ, ଫେବ୍ରୁଆରୀ ୧ରୁ ଲାଗୁହେବ ବର୍ଦ୍ଧିତ ଦର

ଭୁବନେଶ୍ୱର : ସରକାରୀ ଅଫିସରଙ୍କ ଗାଡ଼ି ଭଡ଼ା ଦରରେ ସଂଶୋଧନ ହୋଇଛି। ଫେବ୍ରୁଆରୀ ୧ରୁ ବର୍ଦ୍ଧିତ ଦର ଲାଗୁହେବ ବୋଲି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତୈଳ ଦର ବୃଦ୍ଧିକୁ ତର୍ଜମା କରି ଅର୍ଥ ବିଭାଗର ଉଚ୍ଚସ୍ତରୀୟ କମିଟି ଗାଡ଼ି ଭଡ଼ା ଧାର୍ଯ୍ୟ ହୋଇଥାଏ। ଏବେ ୮ବର୍ଷ ଧରି ତାହା ହୋଇ ନଥିଲା। ଏବେ ଗାଡ଼ି ଭଡ଼ାରେ ସଂଶୋଧନ ହୋଇଛି। ଏଣିକି ଅଫିସରମାନେ ବାସଭବନରୁ ଅଫିସ୍ ଯିବା ନିମନ୍ତେ ଉପଯୋଗ କରୁଥିବା ସରକାରୀ ଗାଡ଼ିର ବର୍ଦ୍ଧିତ ଭଡ଼ାଦେବେ। ବିଶେଷକରି ବିଭାଗୀୟ ଶାସନ ସଚିବ, ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ବିଭାଗୀୟ ନିର୍ଦ୍ଦେଶକ ଓ ଆର୍‌ଡିସିଙ୍କୁ ଏଣିକି ମାସିକ ୧୬୮୦ ବଦଳରେ ୨୫୨୦ ଟଙ୍କା ଦେବେ। ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ମିଳିତ ଭାବେ ଗାଡ଼ି ଉପଯୋଗ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ମାସିକ ୧୧୨୦ ପରିବର୍ତ୍ତ ୧୬୮୦ଟଙ୍କା, ସରକାରୀ ଗାଡ଼ି ପାଇଥିବା ଅନ୍ୟ ଅଫିସରଙ୍କୁ ମାସିକ ୧୪୦୦ ପରିବର୍ତ୍ତେ ୨୧୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଫେବୃୟାରୀ ପହିଲାରୁ ସେମାନଙ୍କୁ ଏହି ସଂଶୋଧିତ ଭଡ଼ା ଦେବାକୁ ପଡ଼ିବ। ଅର୍ଥ ବିଭାଗର ବିଜ୍ଞପ୍ତିରେ ପୁଣି କୁହାଯାଇଛି ଯେ ଏବେ ମାସକୁ ସର୍ବାଧିକ ୩୦୦ କିମି ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨୫୨୦ ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ଯ୍ୟନ୍ତ ୪୨୦୦ଟଙ୍କା ଦେବାକୁ ପଡ଼ୁଛି। ତେବେ ସଂଶୋଧିତ ଦରରେ ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୭୮୦ଟଙ୍କା ଓ ୬୩୦୦ଟଙ୍କା ଦେବାକୁ ପଡ଼ିବ। ବର୍ଦ୍ଧିତ ନିୟମ ସଚିବ ଓ ତଦୁର୍ଦ୍ଧ୍ୱ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଆଇଜି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ୍ ଅଫିସର୍‌, ସିସିଏଫ୍ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫ୍‌ଏସ୍ ଅଫିସର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାର ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ। ଭୁବନେଶ୍ୱରୁ କଟକ ଅବା କଟକରୁ ଭୁବନେଶ୍ୱରରେ ଅଫିସ୍ କାର୍ଯ୍ୟ ପାଇଁ ଯାତାୟାତ କରୁଥିବା ଅଫିସର୍‌ମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି। ତେବେ ଗୋଟିଏ ଗାଡ଼ିକୁ ଯଦି ମିଳିତ ଭାବେ ଅଫିସରମାନେ ବ୍ୟବହାର କରିବେ ତା’ହେଲେ ସେମାନଙ୍କଠୁ ସମାନ ଭାବରେ ଭଡ଼ା ଭାଗଭାଗ କରି ଆଦାୟ କରାଯାଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In