• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମହାକୁମ୍ଭରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୨୦ ଶିବିର, ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ

by Voice of Victims
January 19, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମହାକୁମ୍ଭରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୨୦ ଶିବିର, ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ

ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭ ମେଳା ଅଞ୍ଚଳରେ ରବିବାର ଅପରାହ୍ଣରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୮ରୁ ୨୦ଟି ଷ୍ଟଲ୍ ଜଳିଯାଇଥିବା କୁହାଯାଉଛି। ତେବେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୋଷେଇ ପାଇଁ ରଖାଯାଇଥିବା ଏକ ଗ୍ୟାସ୍ ସିଲିଣ୍ଡର ହଠାତ୍ ବିସ୍ଫୋରଣ ହେବାରୁ ନିଆଁ ଲାଗିଯାଇଥିଲା ବୋଲି କୁହାଯାଇଛି। ଅନ୍ୟପକ୍ଷେ ରିପୋର୍ଟ ଲେଖାହେବା ବେଳକୁ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗ ସହ ଏନ୍‌ଡିଆର୍‌ଏଫ୍ ଏବଂ ଏସ୍‌ଡିଆର୍‌ଏଫ୍ ଟିମ୍ ମିଳିତ ଭାବେ ନିଆଁ ଲିଭାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଯୋଗୀ ଆଦିତ୍ୟନାଥ ଏହି ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ୱର ସହିତ ନେଇ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଅଧିକାରୀ ଓ ଅଗ୍ନିଶମ ଟିମ୍ ସହ କଥା ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନ୍ ଯୋଗେ କଥାହୋଇ ମହାକୁମ୍ଭରେ ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିଛନ୍ତି। କୁମ୍ଭମେଳାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି, ମହାକୁମ୍ଭ ଟେଣ୍ଟ ସିଟିର (ମୋଟ୍ ୨୪ଟି ସେକ୍ଟର୍‌) ସେକ୍ଟର ୧୯ରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଗୀତା ପ୍ରେସ୍ ଟେଣ୍ଟରେ ଅପରାହ୍ଣ ପ୍ରାୟ ୪.୩୦ ସମୟରେ ସର୍ବପ୍ରଥମେ ନିଆଁ ଲାଗିଥିଲା ଏବଂ କ୍ଷଣକ ମଧ୍ୟରେ ଏହା ଅନ୍ୟ ଟେଣ୍ଟଗୁଡ଼ିକୁ ସମ୍ପ୍ରସାରିତ ହୋଇଯାଇଥିଲା। ତେବେ ତମ୍ବୁରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର କୁମାର କହିଛନ୍ତି ଯେ ଘଟଣାସ୍ଥଳରୁ ସମସ୍ତ ସିଲିଣ୍ଡର୍‌ଗୁଡ଼ିକୁ ହଟାଇ ଦିଆଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଏସବୁ ସ୍ଥାନରେ ସଫେଇ କାର୍ଯ୍ୟ ଶେଷ ସହ ନୂଆ ଟେଣ୍ଟ ନିର୍ମାଣ କାର୍ଯ୍ୟ ଜାରି କରାଯିବ। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୧୮ତାରିଖ ସୁଦ୍ଧା ମହାକୁମ୍ଭ ୨୦୨୫ରେ ୭.୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମ ତ୍ରିବେଣୀରେ ସ୍ନାନ କରିଛନ୍ତି। ରବିବାର ୪୬.୯୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିବା ପ୍ରୟାଗରାଜ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Post Views: 113
Tags: 20 camps burnt downGreat fire in Mahakumbhar
Share197Tweet123Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In