• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କୋଣାର୍କରେ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, ଫୋକସ୍‌ରେ ଦକ୍ଷ, ନିରାପଦ, ପରିବେଶ ଅନୁକୂଳ ଖଣି ଖନନ

by Voice of Victims
January 20, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କୋଣାର୍କରେ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, ଫୋକସ୍‌ରେ ଦକ୍ଷ, ନିରାପଦ, ପରିବେଶ ଅନୁକୂଳ ଖଣି ଖନନ

ଭୁବନେଶ୍ୱର: ଦକ୍ଷ, ନିରାପଦ ଓ ପରିବେଶ ଅନୁକୂଳ ଖଣି ଖନନ ସୁନିଶ୍ଚିତ କରିବା ଜରୁରୀ। ଭବିଷ୍ୟତକୁ ନଜର ଦେଇ ଖଣି ସମୃଦ୍ଧ ରାଜ୍ୟରେ ଏସବୁ ପ୍ରତି ଗୁରୁତ୍ୱ ଦେବାର ବେଳ ଆସିଛି। ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ଏହା ହିଁ ପ୍ରଥମ ଫୋକସ୍‌। ଏଥିରେ ଯେଉଁ ନିର୍ଯ୍ୟାସ ବହାରିବ ତାହା ଭାରତ ସରକାରଙ୍କ ‘ଭିଜନ୍‌-୨୦୪୭’ ଲକ୍ଷ୍ୟ ପୂରଣ ଦିଗରେ ରାସ୍ତାକୁ ଆହୁରି ପ୍ରଶସ୍ତ କରିବ। ସୋମବାର ପୂର୍ବାହ୍ଣରେ କୋଣାର୍କ ସନ୍ନିକଟ ରାମଚଣ୍ଡୀ ଇକୋ-ରି ଟ୍ରିଟ୍‌ରେ ଏକ ପ୍ରାକୃତିକ ପରିବେଶ ଭିତରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ଏହି ମତପ୍ରକାଶ ପାଇଛି। ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥିରେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଜି.କିଶନ ରେଡ୍ଡୀ ସଭାପତିତ୍ୱ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜାମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦ୍ର କୁମାର ଚୌଧୁରୀ, ରାଜ୍ୟ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୬ ଖଣି ସମୃଦ୍ଧ ରାଜ୍ୟ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜଙ୍ଗଲ ଓ ଖଣି ସମୃଦ୍ଧ ଏକ ପ୍ରାକୃ୍‌ତିକ ସୌନ୍ଦର୍ଯ୍ୟଭରା ଜିଲ୍ଲା କେନ୍ଦୁଝରରୁ ସେ ଆସିଛନ୍ତି। କେବଳ କେନ୍ଦୁଝର ନୁହେଁ ସାରା ଓଡ଼ିଶାରେ ଏମିତି ବହୁ ଜିଲ୍ଲା ଖଣିରେ ଭରପୂର। ନିକଟରେ ନୟାଗଡ଼ ଇଲାକାରୁ ବରିଳ ଲିଥିୟମ୍ ଖଣିର ସନ୍ଧାନ ମିଳିଛି। ତେଣୁ ଓଡ଼ିଶା ଗୋଟିଏ ରତ୍ନଗର୍ଭା ରାଜ୍ୟ। ଏଠି ସବୁକିଛି ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏକ ଶିଳ୍ପ ଅନୁକୂଳ ରାଜ୍ୟ। ଆମେ ନୂତନ ଉଚ୍ଚତା ବୃଦ୍ଧି କରିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୁର୍ବୋଦୟ ଯୋଜନା’ର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆମେ ପୂର୍ବ ଭାରତକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ ଦେଇଛୁ। ଓଡ଼ିଶା ଏହାର ସମୃଦ୍ଧ ପ୍ରାକୃତିକ ସମ୍ପଦ, ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ କୁଶଳୀ ମାନବ ସମ୍ବଳ ସହିତ ଭାରତର ଅଭିବୃଦ୍ଧି କାହାଣୀକୁ ଆଗେଇ ନେବାକୁ ପ୍ରସ୍ତୁତ। ଏକ ବିକଶିତ ଭାରତ ଆଡ଼କୁ ଏହି ପରିବର୍ତ୍ତନଶୀଳ ଯାତ୍ରାର ଅଗ୍ରସର ହେଉଛି। ସେଥିପାଇଁ ‘ଉତ୍କଳ ଓଡ଼ିଶା -ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌-୨୦୨୫’ ଆୟୋଜନ ହେବାକୁ ଯାଉଛି। କାରଣ ପୁଞ୍ଜିନିବେଶ ପାଇଁ ବିଶ୍ୱରୁ ନିବେଶକଙ୍କର ଓଡ଼ିଶା ହୋଇଛି ପ୍ରଥମ ପସନ୍ଦର କ୍ଷେତ୍ର। ଏନେଇ ଓଡ଼ିଶା ବି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ଓଡ଼ିଶାରେ ଆୟୋଜିତ ଏଭଳି ଖଣି ମନ୍ତ୍ରୀ ସମ୍ମିଳନୀରୁ ଗୁରୁତ୍ୱ ଢେର ରହିବ। ଭାରତ ସରକାରଙ୍କ ‘ଭିଜନ-୨୦୪୭’ ବି ଲକ୍ଷ୍ୟପୂରଣ ହେବ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ରାଜ୍ୟରୁ ଆସିଥିବା ଖଣି ମନ୍ତ୍ରୀମାନେ ଅପରାହ୍ଣରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଖଣି ମନ୍ତ୍ରାଳୟ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ବାଖ୍ୟାନ କେନ୍ଦ୍ର ପରିସରେ ଜାତୀୟ ଖଣିମନ୍ତ୍ରୀଙ୍କ ସମ୍ମିଳନୀ ଉପଲକ୍ଷେ ଡିଏମ୍‌ଏଫ୍ ପ୍ରଦର୍ଶନୀ ଆୟୋଜିତ ହୋଇଛି। ବିଭିନ୍ନ ଖଣି ଅଞ୍ଚଳର ମହିଳା ଏସ୍‌ଏଚ୍‌ଜି ମହିଳା ଗ୍ରୁପ୍ ପକ୍ଷରୁ ହାତତିଆରି ବିଭିନ୍ନ ଜିନିଷ ଏଠାରେ ବିକ୍ରି କରାଯାଉଥିବା ବେଳେ ମନ୍ତ୍ରୀମାନେ ବିଭିନ୍ନ ଷ୍ଟଲ୍ ବୁଲି ଦେଖୁଥିବା ଦେଖିବାକୁ ମିଳିଛି।

Post Views: 61
Tags: Chief Minister at National Mining Ministers Conference in KonarkFocus on EfficientSafe
Share199Tweet125Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In