• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭିତରକନିକାରେ କୁମ୍ଭୀର ଗଣନା ଶେଷ, ଗତବର୍ଷ ତୁଳନାରେ ଅଧିକ ୧୫

by Voice of Victims
January 22, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭିତରକନିକାରେ କୁମ୍ଭୀର ଗଣନା ଶେଷ, ଗତବର୍ଷ ତୁଳନାରେ ଅଧିକ ୧୫

ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଶେଷ ହୋଇଛି। ମୋଟ ୧୮୨୬ଟି କୁମ୍ଭୀର ଥିବା ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟରେ ୧୫ ବୃଦ୍ଧି ଘଟିଛି । ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜ୍‌ରେ କୁମ୍ଭୀର ଗଣନା କରାଯାଇଛି। ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ମାସ ୧୯ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କୁମ୍ଭୀର ଗଣନା କରିଥିଲେ। ଏହି କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଭାରତର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡ. ସୁଧାକର କର ଓ ପ୍ରାଣୀ ବିଜ୍ଞାନୀ ଡ. ଶିବପ୍ରସାଦ ପରିଡା, ଡିସିଏଫ୍ ସମ୍ୟକ ସାମନ୍ତରା, ଏସିଏଫ୍ ପୁନମହୀରା ହାଂସଦା, ଗଗନବିହାରୀ ମଲ୍ଲିକ ଓ ମାନସ କୁମାର ଦାସ, ରାଜନଗର ରେଞ୍ଜ୍ ଅଫିସର ଚିତ୍ତରଞ୍ଜନ ବେଉରା, ମହାକାଳପଡ଼ା ରେଞ୍ଜ୍ ଅଫିସର ଶାନ୍ତନୁ କୁମାର ଦଳାଇ ପ୍ରମୁଖଙ୍କ ତତ୍ତ୍ୱାବଧାନରେ କୁମ୍ଭୀର ଗଣନା କରାଯାଇଥିଲା। ଚଳିତବର୍ଷ ହାଚେଲିଂ (ଛୋଟ ୨ଫୁଟିଆ )-୫୮୫, ୟାର୍ଲେଲିଂ (ବର୍ଷିକିଆ ୨ଫୁଟରୁ ୩ଫୁଟ) -୪୦୩, ଜୁଭେନାଇଲ୍ (୩ଫୁଟରୁ ୬ଫୁଟ) – ୩୨୮, ସବ୍‌ଆଡଲ୍ଟ (୬ଫୁଟରୁ ୮ଫୁଟ)-୧୬୪, ଆଡଲ୍ଟ (୮ ଫଟରୁ ଉର୍ଦ୍ଧ୍ୱ )- ୩୪୬ଟି କୁମ୍ଭୀର ଗଣନା କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In