• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ସାତ ଦିନିଆ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଉଦ୍‌ଘାଟିତ

by Voice of Victims
January 24, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ସାତ ଦିନିଆ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପୁରୀ (ଭିଓଭି): ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଭୁବନେଶ୍ୱରର ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଏକ ସାତ ଦିନିଆ ବେଳାଭୂମି ସଫେଇ ଓ ସୁରକ୍ଷା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଆଜି ପୁରୀ ବେଳାଭୂମିର ଦିଗ ବାରେଣି ଛକ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରାୟ ୨୫ ଜଣ ସଦସ୍ୟ ସମୁଦ୍ରକୂଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବେଳାଭୂମି ସଫାସୁତରା ରଖିବା, ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ଏବଂ ଯଦି ବ୍ୟବହାର ହୋଇଥାଏ ତେବେ ଏହାକୁ ବ୍ୟବହାର ପରେ ଏଣେ ତେଣେ ନ ପକାଇ ଘର ସଜାଇବା ବା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ବାର୍ତ୍ତା ଲେଖାଥିବା ପ୍ଲା କାର୍ଡ ମାନ ଧରି ସଚେତନତା ପ୍ରଚାର କରିଥିଲେ। ସଂଗଠନର ସଦସ୍ୟ ମାନେ ହାତରେ ଝୁଡ଼ି ଏବଂ ବ୍ୟାଗ୍ ଧରି ଦିଗ ବାରେଣୀ ଖୁଣ୍ଟି ଠାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପୁରୀ ଦିଗବାରେଣୀ ଖୁଣ୍ଟି କ୍ଷୁଦ୍ର ବ୍ୟବସାୟୀ ସଂଘ ସଭାପତି ସି. ଗଣେଶ ରାଓ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ ଏବଂ ସଂଗଠନର ପୁରୀ ଜିଲ୍ଲା ସଂଯୋଜକ ହେମନ୍ତ କୁମାର ଦାସ ପରିଚାଳନା କରିଥିଲେ। କେଶବ ଚନ୍ଦ୍ର ସେନାପତି, କରୁଣାକର ସାମଲ, ଜୟରାମ ନାୟକ, ନିରଞ୍ଜନ ମହାରଣା, ଘନଶ୍ୟାମ ଭୋଇ, ହରପ୍ରିୟା ପତି, ତଟିନୀ ବିଶ୍ୱାଳ, ହରପ୍ରିୟା ଖଟୋଇ, ପ୍ରିତିପଜ୍ଞା ସ୍ୱାଇଁ, ମନିଦିପା ସାହୁ, ପ୍ରମୋଦ କୁମାର ବେହେରା, ଅଜୟ କୁମାର ମହାରଣା ପ୍ରମୁଖ ସଂଗଠନର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିବେଶ ସୁସ୍ଥ ଜୀବନର ଏକ ବିଶେଷ ଅଙ୍ଗ। ଯଦି ପରିବେଶ ସ୍ୱଚ୍ଛ ରହିବ ତାହେଲେ ଆମ ଭବିଷ୍ୟତ ମଧ୍ୟ ସେହିଭଳି ସ୍ୱଚ୍ଛ ଓ ସୁରକ୍ଷିତ ରହିବ। ତେଣୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଳାଭୂମିକୁ ସଫାସୁତରା ରଖି ପୁରୀର ପରିବେଶକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି ପ୍ରକାଶ କରିଛନ୍ତି।

Post Views: 112
Share210Tweet132Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In