• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଉତ୍କର୍ଷ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ‘୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସମ୍ଭାବନା’

by Voice of Victims
January 24, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉତ୍କର୍ଷ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ‘୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସମ୍ଭାବନା’

ଭୁବନେଶ୍ୱର (ଭିଓଭି): ଇନ୍‌ଭେଷ୍ଟର୍ସ ମିଟ୍‌ରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ଏହାଦ୍ୱାରା ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ। ୧୦୦ଟି ଅଧିକ ନିବେଶକ ବୁଝାମଣା ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଦୁଇଦିନ ଧରି ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ଅନୁଷ୍ଠିତ ହେବ। ସ୍ଥାନୀୟ ଜନତା ମଇଦାନରେ ଏହାର ପ୍ରସ୍ତୁତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ। ରାଜ୍ୟ ପାଇଁ ଏକ ସୁଦୃଢ଼ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ରାଜ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଟୟ ପୂରଣହେବ। ଏହାସହିତ ଶ୍ରମିକ, କୃଷକମାନଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟିହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହାର ଉଦ୍‌ଘାଟନ କରିବେ। ଗତ ୭ ମାସ ମଧ୍ୟରେ ଓଡ଼ିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ହେବ। ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ଓଡ଼ିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଅଗ୍ରସର ହେଉଛି। ଏହା ସହିତ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଓ ଅଶ୍ୱିନୀ ବୈଷ୍ଣବଙ୍କ ପରି କେନ୍ଦ୍ରମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେକ୍ ଇନ୍ ଓଡ଼ିଶା ୱେବ୍‌ସାଇଟ୍‌ରେ ୭୫୦୦ରୁ ଅଧିକ ଡେଲିଗେଟ୍ ପଞ୍ଜିକରଣ କରିଛନ୍ତି। ଏଥିରେ ୨୦ଟିରୁ ଅଧିକ ଦେଶର ୧୦୦ରୁ ଅଧିକ ଆନ୍ତର୍ଜାତିକ ଡେଲିଗେଟ୍ ଅଛନ୍ତି। ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଆମର ପାର୍ଟନର ଦେଶମାନଙ୍କରୁ ଅଧିକ ଡେଲିଗେଟ୍ ଆସିବାର ସମ୍ଭାବନା ଅଛି। ଏଥିରେ କେତେକ କଣ୍ଟ୍ରି ଅଫ୍ କୋଟକ୍ ସେସନ୍ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୨୦ଟି ଦେଶର ପ୍ରତିନିଧିମାନେ ଆଲୋଚନା କରିବେ। ଏହାଦ୍ୱାରା ଆନ୍ତର୍ଜାତିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି କନକ୍ଲେଭ୍‌ରେ ଏକ ‘ମେକ୍ ଇନ୍ ଓଡ଼ିଶା ଏକ୍ସପୋ’ ଅନୁଷ୍ଠିତ ହେବ। ପ୍ରାୟ ୧୫୦ ଜଣ ଏକ୍ସିଭିଟର ସେମାନଙ୍କର ପ୍ରଡକ୍ଟ, ସର୍ଭିସ୍ ଓ ଇନୋଭେସନ ଆଦି ପ୍ରଦର୍ଶନ କରିବେ। ୨୮ରୁ୨୯, ଦୁଇ ଦିନ ଧରି ଏହା କେବଳ ଡେଲିଗେଟ୍‌ମାନଙ୍କ ପାଇଁ ଖୋଲା ରହିବ। ୩୦ରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ। ଏହାସହିତ ଷ୍ଟାର୍ଟ ଅପ୍ ଓଡ଼ିଶା, ସ୍କିଲଡ୍ ଇନ୍ ଓଡ଼ିଶା ଓ ସୁଭଦ୍ରା ଜରିଆରେ ମହିଳା ଉଦ୍ୟୋଗୀକରଣ ପରି ତିନୋଟି ଥିମାଟିକ୍ ସେସନ ଅନୁଷ୍ଠିତ ହେବ। ବିଭିନ୍ନ ରାଉଣ୍ଡ ଟେବୁଲ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ‘ମହିଳାଙ୍କ ନେତୃତ୍ୱ ରାଉଣ୍ଡଟେବୁଲ’, ‘ସିଇଓ ରାଉଣ୍ଡଟେବୁଲ’ ଓ ‘ଏଡିଟର୍ସ ରାଉଣ୍ଡଟେବୁଲ’ ଆଦି ଆଲୋଚନା ଜରିଆରେ ଶିଳ୍ପଦ୍ୟୋଗୀ ଓ ବିଶେଷଜ୍ଞମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ। ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ପ୍ରଦର୍ଶନ, ଡ୍ରୋନ ସୋ ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Views: 50
Tags: Chief Minister assesses the status of Excellence Odisha Investors Meet
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In