• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି

by Voice of Victims
January 26, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ  ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମାଣ୍ଡର ମହେଶ ରାହାଙ୍ଗ୍‌ଲେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡ୍‌ କମାଣ୍ଡର ଶ୍ରୀ ଶୁଭମ୍‌ ଭୋସଲେ ପରେଡ୍‌ ପରିଚାଳନା କରିଥିଲେ । ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ୍‌ କୁମାର ନାୟକ ଏବଂ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ଜେନା ପରେଡ୍‌ ପରିଚାଳନାରେ ସହାୟତା କରିଥିଲେ । ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୭ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୬ଟି ବେସାମରିକ ଦଳ ସମୁଦାୟ ୪୩ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କଟକ ଚୌଦ୍ୱାର ସଂଗୀତ କଳା ସଂସଦ ପକ୍ଷରୁ ପାରମ୍ପରିକ ଘୋଡ଼ାନାଚ, ରାୟଗଡ଼ା ଜିଲ୍ଲା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ ଦ୍ୱାରା ଜନଜାତିମାନଙ୍କ ଢେମ୍‌ସା ନୃତ୍ୟ, କେନ୍ଦୁଝର ଜିଲ୍ଲାର ଆଦିମ ସଂସ୍କୃତି ସଂଗଠନ ପକ୍ଷରୁ ହୋ-ମୁଣ୍ଡା ନୃତ୍ୟ ଓ ସମ୍ବଲପୁରର ରଙ୍ଗଫରୁଆ ସଂଗଠନର କଳାକାରବୃନ୍ଦଙ୍କ ଦ୍ୱାରା ସମ୍ବଲପୁରୀ ଢାପ୍‌ ବଜନିଆଁ ନୃତ୍ୟ ପରିବେଷଣ ଉତ୍ସବକୁ ମନମୁଗ୍ଧ କରିଥିଲା। ଏହା ପରେ ‘ସମୃଦ୍ଧ ଓଡ଼ିଶା-ଐତିହ୍ୟ ଏବଂ ବିକାଶ’ର ବାର୍ତ୍ତା ବହନ କରୁଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । ମହିଳା ଓ ଶିଶୁ ବିକାଶ (ସୁଭଦ୍ରା), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆୟୁଷ୍ମାନ ଆରୋଗ୍ୟ ମନ୍ଦିର), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (ଭୌଗୋଳିକ ସୂଚକାଙ୍କ ମାନ୍ୟତାପ୍ରାପ୍ତ ଉତ୍ପାଦ), ମିଶନ ଶକ୍ତି ବିଭାଗ (ଉଦ୍ୟୋଗିତା ମାଧ୍ୟମରେ ମହିଳା ସଶକ୍ତିକରଣ ଭାଗନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିଥିଲେ। ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ସମୃଦ୍ଧ କୃଷକ ଯୋଜନା), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଗ୍ରାମୀଣ ବିକାଶ କ୍ଷେତ୍ରରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ (ଉନ୍ନତ ସହରାଞ୍ଚଳ ପରିବହନ ବ୍ୟବସ୍ଥା), ଦକ୍ଷତା ବିକାଶ ଏବଂ ବୈଷିୟକ ଶିକ୍ଷା ବିଭାଗ (ଦକ୍ଷତା ବୃଦ୍ଧି କ୍ଷେତ୍ରରେ ପାରଦର୍ଶିତା), ପର୍ଯ୍ୟଟନ ବିଭାଗ (ଐତିହ୍ୟ ଓ ପରିବେଶ ପର୍ଯ୍ୟଟନ), ବାଣିଜ୍ୟ ଓ ପରିବହନ ବିଭାଗ (ମଲଫିମୋଡ଼ାଲ ସଂଯୋଗ-ପରିବର୍ତ୍ତନଶୀଳ ଯାତ୍ରା) ଓ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗ (ମହାସାଗରରୁ ଟେବୁଲ୍‌ ପର୍ଯ୍ୟନ୍ତ..ଓଡ଼ିଶା ଚିଙ୍ଗୁଡ଼ିର ଯାତ୍ରା) ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଶ୍ରୀ ସୁରେନ୍ଦ୍ର କୁମାର, ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଶାସନ ସଚିବ, ବରିଷ୍ଠ ପୋଲିସ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ଶ୍ରୀ ବିନାୟକ ମିଶ୍ର ରାଜ୍ୟସ୍ତରୀୟ ପ୍ୟାରେଡ୍‌ କାର୍ଯ୍ୟକ୍ରମରେ ଧାରାବିବରଣୀ ପ୍ରଦାନ କରିଥିଲେ।

Post Views: 76
Tags: In Bhubaneswar
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In