• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ସବୁ ମହାନ ଲୋକଙ୍କୁ କଲେ ନତମସ୍ତକ

by Voice of Victims
January 26, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ସବୁ ମହାନ ଲୋକଙ୍କୁ କଲେ ନତମସ୍ତକ

ନୂଆଦିଲ୍ଲୀ: ସମଗ୍ର ଦେଶ ଆଜି ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ସମ୍ବିଧାନର ମୂଲ୍ୟକୁ ସଂରକ୍ଷିତ କରି ରଖିବାର ପ୍ରତୀକ ବୋଲି କହିଛନ୍ତି । ଦିଲ୍ଲୀର କର୍ତ୍ତବ୍ୟପଥରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିରଙ୍ଗା ଉତ୍ତୋଳନ କରିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ କହିଛନ୍ତି, ଗଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା । ଆଜି ଆମେ ଗଣତନ୍ତ୍ରକୁ ୭୫ ବର୍ଷ ପୂରଣ କରିଥିବା ଉତ୍ସବ ପାଳନ କରୁଛି । ଏହି ଅବସରରେ ମୁଁ ସବୁ ମହାନ ଲୋକଙ୍କୁ ନତମସ୍ତକ କରୁଛି । ସେମାନେ ଆମ ସମ୍ବିଧାନ ପ୍ରଣୟନ କରି ସୁନିଶ୍ଚିତ କରିଛନ୍ତି କି, ଆମର ବିକାଶ ଯାତ୍ରା ଲୋକତନ୍ତ୍ରର ଗାରିମା ଏବଂ ଏକତାକୁ ନେଇ ଆଧାରିତ । ଏହି ରାଷ୍ଟ୍ରୀୟ ଉତ୍ସବ ଆମ ସମ୍ବିଧାନର ମୂଲ୍ୟକୁ ସଂରକ୍ଷିତ କରିବା ସହିତ ଏକ ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ଦିଗରେ ଆମ ପ୍ରୟାସକୁ ମଜବୁତ କରୁ, ଏହା ଆମର କାମନା । ନୂଆଦିଲ୍ଲୀରେ ୭୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିରୁ ୧୦୦୦ରୁ ଅଧିକ କ୍ୟାମେରା ପରେଡ ରୁଟ ଉପରେ ନଜର ରଖିଛି । ଏହି କ୍ୟାମେରାରେ ଫେସ ରିକଗିନେସନ ସିଷ୍ଟମର ବ୍ୟବହାର କରାଯାଇଛି । ଯାହା ସନ୍ଦିଗ୍ଧ ଅପରାଧୀ ଏବଂ ଆତଙ୍କବାଦୀଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । କ୍ୟାମେରାରେ ୫୦,୦୦୦ରୁ ଅଧିକ ୱାଣ୍ଟେଡ ଅପରାଧି ଏବଂ ଆତଙ୍କୀଙ୍କ ଡାଟା ଫିଡ୍ କରାଯାଇଛି । ଗଣତନ୍ତ୍ର ଦିବସ ଅବସରରେ କୌଣସି ପ୍ରକାରର ଏୟାର ଷ୍ଟ୍ରାଇକକୁ ରୋକିବା ପାଇଁ ଆଣ୍ଟି ଏୟାରକ୍ରାଫ୍ଟ ଗନ ଏବଂ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି । ୨୫ ଜାନୁଆରୀ ରାତିରେ ଉଚ୍ଚ ବିଲିଡିଂରେ ୧୦୦ରୁ ଅଧିକ ସ୍ନାପନର ନିୟୋଜିତ ରହିଛନ୍ତି । ଲୁଟ୍ ହୋଉଥିବା ଜୋନରେ ୧୦ଟି ସ୍ଥାନରେ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ନିୟୋଜିତ ରହିଛି । ଏହାସହିତ ପରେଡ ରୁଟ ଏବଂ ଭିଭିଆଇପି ଅଞ୍ଚଳରେ ବୋମା ନିଷ୍କ୍ରିୟ ଟିମ, ସ୍ବାଟ କମାଣ୍ଡୋ, କ୍ବିକ୍ ରେସପନ୍ସ ଟିମ ଏବଂ ଡଗ୍ ସ୍କ୍ବାର୍ଡ ନିୟୋଜିତ ରହିଛି ।

Post Views: 39
Tags: Prime Minister Modi greeted the nation on the occasion of Republic Day
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In