• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପିଏମ କିଷାନ ଯୋଜନାରେ କୃଷକମାନେ ପାଇବେ ୧୯ତମ କିସ୍ତି

by Voice of Victims
January 26, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପିଏମ କିଷାନ ଯୋଜନାରେ କୃଷକମାନେ ପାଇବେ ୧୯ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ କିଷାନ) ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଖୁସିର ଖବର। ୧୯ତମ କିସ୍ତିର ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାରେ ଆସନ୍ତା ମାସ ଟଙ୍କା ଜମା ହେବ। ଏ ନେଇ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇ ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସ ୨୪ରେ ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ। ଏହା ପୂର୍ବରୁ ଯୋଜନାର ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା। ଏହି ଯୋଜନାରେ ୯.୫ କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ ୬ ହଜାର ମିଳୁଥିବା ବେଳେ ପ୍ରତି ଚାରି ମାସରେ ୨ ହଜାର ଟଙ୍କା ତିନୋଟି କିସ୍ତିରେ ବିତରଣ କରାଯାଉଛି। ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି।  ପିଏମ କିଷାନ ଯୋଜନାର ଉଦ୍ଦେଶ୍ୟ ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା। ଏହା ଦ୍ଵାରା ଚାଷୀଙ୍କୁ ଦେଶର ଉତ୍ପାଦନ ବଢାଇବା ପାଇଁ ପ୍ରୋତ୍ସାହନ କରିବ।  ନିଜର ଜୀବିକା ସୁରକ୍ଷିତ ହୋଇ ପାରିବ। 

Post Views: 68
Share198Tweet124Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In