• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁସିସି

by Voice of Victims
January 27, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁସିସି

ଡେରାଡୁନ : ବହୁ ପ୍ରତୀକ୍ଷିତ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତାକୁ ସ୍ୱାଧୀନ ଭାରତ ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ କରିଛି ଉତ୍ତରାଖଣ୍ଡ। ସୋମବାର ରାଜ୍ୟ ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଆଇନ୍‌କୁ ବିଧିବଦ୍ଧ ଭାବେ ରାଜ୍ୟବ୍ୟାପୀ ଲାଗୁ କରିଛନ୍ତି। ଏହିକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ୟୁସିସି ପୋର୍ଟାଲ୍‌କୁ ମଧ୍ୟ ସେ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ରାଜ୍ୟବାସୀ ୟୁସିସି ସମ୍ପର୍କୀତ ସବିଶେଷ ଜ୍ଞାନ ପାଇପାରିବେ ଏବଂ ଆବଶ୍ୟକ କ୍ଷେତ୍ରରେ ବିଭିନ୍ନ ସ୍ତରରେ ଆବେଦନ ମଧ୍ୟ କରିପାରିବେ। ତେବେ ୟୁସିସି ସଂହିତା ଲାଗୁ ହେବା ଫଳରେ ଏଣିକି ରାଜ୍ୟରେ ବିବାହ, ଲିଭ-ଇନ୍‌-ରିଲେସନଶିପ, ସମ୍ପତ୍ତି ଏବଂ ବହୁବିବାହ ପ୍ରସଙ୍ଗ ଆଦି ଉପରେ କଟକଣା ବ୍ୟାପକ ହେବ। ଏହି ଅବସରରେ ଧାମୀ କହିଛନ୍ତି, ‘ୟୁସିସି ଧର୍ମ, ଲିଙ୍ଗ, ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ଭେଦଭାବ ମୁକ୍ତ ଏକ ସମନ୍ୱିତ ସମାଜର ମୂଳଦୁଆ ସ୍ଥାପନ କରିବ। ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି।’ ରିପୋର୍ଟ ଅନୁସାରେ ୟୁସିସି ଲାଗୁ ହେବା ପରେ ଏଣିକି ଉତ୍ତରାଖଣ୍ଡରେ ବିବାହ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି, ଯାହାଫଳରେ କାହାକୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ୟୁସିସି ଅନ୍ତର୍ଗତ ୨୦୧୦ ମାର୍ଚ୍ଚ ୨୭ ପରଠାରୁ ଯେଉଁମାନେ ବିବାହ କରିଛନ୍ତି ସେମାନେ ପଞ୍ଜୀକରଣ କରିବା ଅନିବାର୍ଯ୍ୟ। ବିବାହର ୬ ମାସ ମଧ୍ୟରେ ପଞ୍ଜୀକରଣ କରାଯିବା ଜରୁରି ବୋଲି ଏଥିରେ ପ୍ରାବଧାନ ରହିଛି। ସେହିପରି ୟୁସିସି ଅନ୍ତର୍ଗତ ଲିଭ-ଇନ-ରିଲେସନଶିପ୍‌ରେ ରହୁଥିବା କୌଣସି ଯୁବକ ଓ ଯୁବତୀଙ୍କୁ ନିଜ ନିଜ ମା’ବାପାଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଅବିବାହିତ ଦମ୍ପତିଙ୍କୁ ନିଜର ସମ୍ପର୍କ ବିଷୟରେ ଅବଗତ କରିବାକୁ ହେବ, ଯାହାକି ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଯଦି ସେମାନେ ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହାନ୍ତି, ତେବେ ଏ ନେଇ ମଧ୍ୟ ରେଜିଷ୍ଟ୍ରାରଙ୍କୁ ସୂଚିତ କରାଇବେ। ସେମାନଙ୍କଠାରୁ ଜନ୍ମିତ ସନ୍ତାନଙ୍କୁ ବୈଧ ମାନ୍ୟତା ମିଳିବ। ଏପରିକି ସମ୍ପର୍କ ଚ୍ଛିନ୍ନ ହେବା ପରେ ମହିଳା ଭରଣପୋଷଣ ଭତ୍ତା ଦାବି କରିପାରିବେ। ବିନା ସୂଚନାରେ ଲିଭ୍‌-ଇନ୍‌ରେ ରହିଲେ କିମ୍ବା ମିଥ୍ୟା ତଥ୍ୟ ଦେଇଥିବା କ୍ଷେତ୍ରରେ ୧୦ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଅନ୍ୟପକ୍ଷେ ଏହି ଆଇନ୍ ଅଧୀନରେ ପୁଅ-ଝିଅଙ୍କୁ ସମ୍ପତ୍ତିରେ ସମାନ ଅଧିକାର ପ୍ରଦାନ କରାଯାଇଛି। ସମ୍ପତ୍ତି ଅଧିକାର କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ଲିଭ-ଇନ୍‌- ସମ୍ପର୍କରେ ଜନ୍ମିତ ସନ୍ତାନ ବି ଏହି ଅଧିକାର ପାଇବେ। ଏହି ଆଇନ ଅଧୀନରେ ସମସ୍ତ ବର୍ଗ ଏବଂ ସମ୍ପ୍ରଦାୟର ଝିଅଙ୍କୁ ବି ସମ୍ପତ୍ତିରେ ସମାନ ଅଧିକାର ଦିଆଯିବ। ଏପରିକି ମା’ବାପାଙ୍କୁ ବି ସମ୍ପତ୍ତିରେ ଅଧିକାର ମିଳିବ। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ସମ୍ପତ୍ତିକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଯେପରି କୌଣସି ପ୍ରକାର ମତଭେଦ ସୃଷ୍ଟି ନ ହୁଏ, ସେଥିଲାଗି ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କ ସ୍ତ୍ରୀ, ପିଲା ଏବଂ ମା’ବାପାଙ୍କ ସମାନ ଅଧିକାର ରହିବ। ଏତଦ୍‌ବ୍ୟତୀତ ୟୁସିସି ଅନୁସାରେ ଇସଲାମ୍ ଧର୍ମରେ ପ୍ରଚଳିତ ହଲାଲା ଏବଂ ବହୁବିବାହ ଭଳି ପ୍ରଥା ଉପରେ ରୋକ୍ ଲଗାଯାଇଛି। ସମସ୍ତ ଧର୍ମ ଲାଗି ଛାଡ଼ପତ୍ର ଆଇନ ସମାନ ରହିବ। ବିବାହ କ୍ଷେତ୍ରରେ ପୁଅଙ୍କ ସର୍ବନିମ୍ନ ବୟସ ୨୧ ଓ ଝିଅଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ରଖାଯାଇଛି। ଅର୍ଥାତ୍ ବୟସ ପୂର୍ବରୁ ବିବାହ ହୋଇପାରିବ ନାହିଁ। ମୁସଲମାନ ସମ୍ପ୍ରଦାୟର ଝିଅମାନଙ୍କ କ୍ଷେତ୍ରରେ ବି ଏହି ବୟସ ନିୟମ ଲାଗୁ ହୋଇଛି। ତେବେ ସମସ୍ତ ଧର୍ମର ନାଗରିକ ନିଜ ନିଜର ରୀତିନୀତି ଅନୁସାରେ ବିବାହ କରିପାରିବେ। ୟୁସିସି ପ୍ରାବଧାନ ଅନୁସାରେ ଅନ୍ୟ ଧର୍ମର ସନ୍ତାନଙ୍କୁ କେହି ମଧ୍ୟ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ। ଅନ୍ୟପକ୍ଷେ ଏସବୁ ମଧ୍ୟରେ ଉତ୍ତରାଖଣ୍ଡ ସରକାର ନିଜ ରାଜ୍ୟର ଅନୁସୂଚିତ ଜନଜାତି (ଏସ୍‌ଟି) ଏବଂ ଅନ୍ୟ ସଂରକ୍ଷିତ ବର୍ଗଙ୍କୁ ଏହି ୟୁସିସି ସଂହିତାରୁ ବାଦ୍ ଦେଇଛନ୍ତି। ଅର୍ଥାତ୍ ଏସ୍‌ଟି ଏବଂ ଅନ୍ୟ ସଂରକ୍ଷିତ ବର୍ଗର ହିତାଧିକାରୀଙ୍କ ପାଇଁ ୟୁସିସି ଲାଗୁ କରାଯିବ ନାହିଁ। ସମ୍ବିଧାନର ଅନୁଚ୍ଛେଦ ୩୪୨ ଅନୁସାରେ ଅନୁସୂଚିତ ଜନଜାତି ଏବଂ ସଂରକ୍ଷିତବର୍ଗଙ୍କୁ ୟୁସିସିରୁ ବାଦ୍ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଏମାନଙ୍କ ରୀତିନୀତି ଓ ପରମ୍ପରାର ସଂରକ୍ଷଣ କରାଯାଇପାରିବ। ଏହା ବ୍ୟତୀତ କିନ୍ନରମାନଙ୍କ ପରମ୍ପରାରେ ମଧ୍ୟ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ ବୋଲି ଏଥିରେ ପ୍ରାବଧାନ ରହିଛି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି ଯେ ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ରାଜ୍ୟ ବାସିନ୍ଦାଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ। ପ୍ରକାଶ, କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ୟୁସିସି ଲାଗୁ କରି ନଥିଲେ ହେଁ ଉତ୍ତରାଖଣ୍ଡ ସରକାର ଏହାଗୁ ରାଜ୍ୟରେ ପ୍ରଣୟନ କରିଛନ୍ତି।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In