• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଗ୍ରୀଷ୍ମ ପୂର୍ବ ବନାଗ୍ନିରେ ତୃତୀୟ ସ୍ଥାନରେ ଓଡ଼ିଶା

by Voice of Victims
January 27, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗ୍ରୀଷ୍ମ ପୂର୍ବ ବନାଗ୍ନିରେ ତୃତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ଆଗକୁ ଖରାଦିନ। ଜାନୁଆରୀ ମାସ ସରିନି କିନ୍ତୁ ଆରମ୍ଭ ହେଲାଣି ତାତି। ଏପଟେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଗଲାଣି। ଜଙ୍ଗଲ ନିଆଁ ଘଟଣାରେ ଭାରତବର୍ଷରେ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା। ଯାହା ପୂର୍ବ ୭ ଦିନ ମଧ୍ୟରେ ରେକର୍ଡ କରିଛି ଏଫ୍‌ଏସ୍‌ଆଇ। ଏପଟେ ଗତ ସପ୍ତାହକ ମଧ୍ୟରେ କର୍ଣ୍ଣାଟକରେ ସର୍ବାଧିକ ବନାଗ୍ନି ଘଟିଥିବାବେଳେ ଦ୍ୱିତୀୟରେ ରହିଛି ନାଗାଲାଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା ଜଙ୍ଗଲ। ଗତ ୨୪ ତାରିଖ ସୁଦ୍ଧା ରାଜ୍ୟରେ ୪୨ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଉପଗ୍ରହ ତଥ୍ୟକୁ ଆଧାର କରି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଏଆଇ) ଏହି ସୂଚନା ଜାରି କରିଛି। ଖରା ବଢ଼ିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ହୋଇଥାଏ। ଫଳରେ ଅନେକ ମୂଲ୍ୟବାନ ଗଛ ସହିତ ବନ୍ୟ ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା ଅନେକ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଗାଁର ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ରହିଛି। ରାଜ୍ୟରେ ଦେଖାଯାଉଥିବା ଜଙ୍ଗଲ ନିଆଁ ବିଶେଷ ଭାବରେ ଗ୍ରାଉଣ୍ଡ ଫାୟାର୍ ଅର୍ଥାତ୍ ଜଙ୍ଗଲର ତଳେ ପଡ଼ିଥିବା ଶୁଖିଲା ପତ୍ର ଓ ଶୁଖିଲା କାଠରେ କୁହୁଳି କୁହୁଳି ଲାଗିଥାଏ ନିଆଁ। ସେଥିପାଇଁ ଅଧିକରୁ ଅଧିକ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ଲୋକଙ୍କୁ ସଚେତନ କରିବା ଆବଶ୍ୟାକତା ରହିଛି। ଏହାଛଡ଼ା ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି କହିଛନ୍ତି ପରିବେଶ ବିଶେଷଜ୍ଞ। ବନ୍ୟାପ୍ରାଣୀ ବିଶେଷଜ୍ଞ କହିଛନ୍ତି ଯେ “ଖରାଦିନେ ଜଙ୍ଗଲରେ ନିଆଁ ଲାଗିଲେ ଦରକାରୀ ବୃକ୍ଷରାଜି ସହିତ ବନ୍ୟପ୍ରାଣୀ ପୋଡ଼ିଯିବା ସହ ଆଖପାଖ ପରିବେଶ ପ୍ରଦୂଷିତ ହୋଇଥାଏ। ଏହା ସହ ବିଶେଷ ଭାବରେ ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥାଏ। ଜଙ୍ଗଲରେ ନିଆଁ ଲାଗିବା ୯୦% ହେଉଛି ମନୁଷ୍ୟକୃତ। ଯେମିତିକି ଜଙ୍ଗଲ ମଧ୍ୟରେ ଶୀକାର କରିବା ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଅଧିକାଂଶ ସ୍ଥାନରେ ନିଆଁ ଲଗାଯାଉଛି। ସେହିପରି ଅଧାଜଳା ସିଗାରେଟ୍‌/ବିଡି ଫୋପାଡ଼ିବା, ଭଲ ଉତ୍ପାଦନ ପାଇଁ ଗଛଲତାରେ ନିଆଁ ଲଗାଇବା ସହିତ ଡାଳକୁ ଡାଳ ଘଷିହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ। ଏହାକୁ ଦୃଷ୍ଟିରେ ରଖି ବନାଞ୍ଚଳରେ ଥିବା ପ୍ରାୟ ଗାଁଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି। ଏନେଇ ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାକୁ ନେଇ ଗତବର୍ଷ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଆଗକୁ ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବା ନେଇ ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ୭ ଦିନ ମଧ୍ୟରେ ବନାଗ୍ନି ଘଟଣାରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା। ଆଗକୁ ଗ୍ରୀଷ୍ମଋତୁ କାରଣରୁ ନିଆଁ ଆହୁରି ବ୍ୟାପିବା ନେଇ ମଧ୍ୟ ସମ୍ଭାବନା ରହିଛି। ୨୦୨୪ ମସିହା ପ୍ରାରମ୍ଭରେ ଜଙ୍ଗଲରେ ନିଆଁ ଲାଗିବାରେ ଓଡ଼ିଶା ଦେଶରେ ୨ନଂ. ନମ୍ବର ରାଜ୍ୟ ଭାବରେ ମାନ୍ୟତା ହାସଲ କରିଥିଲା। ଯାହା ଫଳରେ ରାଜ୍ୟ ସରକାର ଏକ ଟାକ୍ସଫୋର୍ସ ଗଠନ କରାଯାଇଥିଲା। ସ୍ଥାନୀୟ ଲୋକଙ୍କର ସହାୟତା ନେଲେ ଜଙ୍ଗଲରେ ନିଆଁକୁ ବହୁମାତ୍ରାରେ କମ୍ କରାଯାଇପାରିବ। ତେବେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ବଡ଼ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୨ତାରିଖ ରିପୋର୍ଟ ଅନୁସ।।ରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। କିନ୍ତୁ ଗତ ବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି। ଏଫ୍‌ଏସ୍‌ଆଇର ଗତ ୫ ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ ୍‌ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। ୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୨ ହଜାର ୮୬୧, ୨୦୨୨ରେ ୩୧୯ ଓ ୨୦୨୩ରେ ୧୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା। ତେବେ ଓଡ଼ିଶାରେ ବିଶେଷ ଭାବରେ ଶିମିଳିପାଳରେ ସର୍ବାଧିକ ନିଆଁ ଲାଗିଥାଏ। ଏହାସହ କୋରାପୁଟ ସର୍କଲ, ସମ୍ବଲପୁର ସର୍କଲ୍‌, ରେଙ୍ଗାଲି ରେଞ୍ଜ୍‌ରେ, କୁଚିଣ୍ଡା ରେଞ୍ଜ୍‌, ବେଲପାହାଡ଼, ବରଗଡ଼, ଭବାନୀପାଟଣା ସର୍କଲ, ଅନୁଗୁଳ ସର୍କଲ, ତାଳଚେର ରେଞ୍ଜ୍‌, କେନ୍ଦ୍ରପଡ଼ା ରେଞ୍ଜ ଆଦି ସ୍ଥାନରେ ନିଆଁ ଲାଗିଥିଲା। ଶିମିଳିପାଳ ସମେତ ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ୩୦୦ ଫାୟାର୍ ସ୍କ୍ୱାଡ୍ ସହିତ ଓଡ୍ରାଫ୍‌ର ୨୨ ସ୍ୱତନ୍ତ୍ର ଗାଡ଼ି ଓ ଫାୟାର୍ ସ୍କ୍ୱାଡ୍ ପାଇଁ ୨୦ ଗାଡ଼ି ନିୟୋଜିତ ହୋଇଛି।

Post Views: 77
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In