• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜୁନିୟର୍ କଲେଜରେ ହେବ ଟୋଲ୍‌-ଫ୍ରି ବ୍ୟବସ୍ଥା

by Voice of Victims
January 31, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଜୁନିୟର୍ କଲେଜରେ ହେବ ଟୋଲ୍‌-ଫ୍ରି ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଟୋଲ୍‌-ଫ୍ରି ନମ୍ବର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ସ୍କୁଲଗୁଡିକରେ ଶିକ୍ଷକଙ୍କ କାର୍ଯ୍ୟକଳାପ ସାଙ୍ଗକୁ ଶିକ୍ଷାଦାନ ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥାଏ। ଫଳରେ ଏପରି ବ୍ୟବସ୍ଥା ପାଇଁ ରାଜ୍ୟର ଅନେକ ସ୍କୁଲରେ ପରିବର୍ତ୍ତନ ହୋଇଥିଲା। ସେହି ବ୍ୟବସ୍ଥାକୁ ପୁଣି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜୁନିୟର୍ କଲେଜରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛି। ଏନେଇ ରାଜ୍ୟର ସବୁ ଜୁନିୟର କଲେଜ ଲାଗି ଏକ ସ୍ୱତନ୍ତ୍ର ଟୋଲ୍ ଫ୍ରି ନମ୍ବର ଲାଗୁ କରାଯିବ। କଲେଜରେ ଶିକ୍ଷାଦାନ ପ୍ରସଙ୍ଗଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପିଲାମାନେ ସିଧାସଳଖ ବିଭାଗକୁ ଅଭିଯୋଗ କରିପାରିବେ। ଏପରିକି ଦୈନିକ କେତେ ସମୟ କ୍ଲାସ୍ ହେଉଛି, ଶିକ୍ଷାଦାନରେ ମାନ, ଶୈକ୍ଷିକପରିବେଶ ସାଙ୍ଗକୁ କ୍ୟାମ୍ପସ୍‌ରେ ଯଦି କିଛି ବିଶୃଙ୍ଖଳା ଉପୁଜେ ସେ ସବୁ ସମ୍ପର୍କରେ ଏଣିକି ପିଲାମାନେ ସିଧାସଳଖ ଅଭିଯୋଗ କରିପାରିବେ। ପୂର୍ବରୁ ସ୍କୁଲଗୁଡ଼ିକରେ କେବଳ ଟୋଲ୍‌-ଫ୍ରି ନମ୍ବର ଦିଆଯାଇଥିଲା। ଅଭିଯୋଗ ଜଣାଇବା ଲାଗି କୌଣସି ଫୋନ୍ କିମ୍ବା ମୋବାଇଲ ତଥା କିଛି ଉପକରଣ ସୁବିଧା ପ୍ରଦାନ କରାଯାଇନଥିଲା। ତେଣୁ ସ୍କୁଲର କିଛି ଅଭିଯୋଗକୁ ପିଲାମାନେ ସେମାନଙ୍କର ସୁବିଧା ଅନୁଯାୟୀ ବିଭାଗକୁ ଜଣାଉଥିଲେ। ମାତ୍ର ଜୁନିୟର୍ କଲେଜଗୁଡିକରେ ଟୋଲ ଫ୍ରି ନମ୍ବର ଦିଆଯିବା ସହ ଲ୍ୟାଣ୍ଡ୍‌ଲାଇନ୍ ଫୋନ୍ ସଂଯୋଗ ସୁବିଧା ଦିଆଯିବ। ଏପରକି ଏହି ସୁବିଧା ଲାଗି ପିଲାଙ୍କୁ ମୋବାଇଲ୍ ମେସେଜ୍ ବ୍ୟବସ୍ଥା ମଧ୍ୟ କରାଯିବ। ଏହି ଫୋନ୍ ଅଧ୍ୟକ୍ଷଙ୍କ ରୁମ୍‌ରେ ରହିବ। ଯଦି କୌଣସି ଛାତ୍ରଛାତ୍ରୀଙ୍କ କିଛି ଅଭିଯୋଗ ରହିଥାଏ ତେବେ ପିଲାମାନେ ପ୍ରଥମେ ସେମାନଙ୍କର ଅଭିଯୋଗକୁ ଏକ ଦରଖାସ୍ତ ମାଧ୍ୟମରେ ଅଧ୍ୟକ୍ଷଙ୍କୁ ଜଣାଇବା ପରେ ଟୋଲ ଫ୍ରି ନମ୍ବର ମାଧ୍ୟମରେ ବିଭାଗକୁ ଜଣାଇବେ। ଏହାବ୍ୟତୀତ ସମ୍ପୃକ୍ତ ଫୋନ୍‌ରେ ରେକର୍ଡିଂ ସୁବିଧା ମଧ୍ୟ ରହିବ। ପିଲାମାନେ ଯେଉଁ ସବୁ ଅଭିଯୋଗ କରିବେ ତାହା ରେକର୍ଡିଂ ହୋଇ ରହିବ। ଏପରିକି ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ନକରିବା ଲାଗି ଚାପ ପକାଯାଏ ତେବେ ପିଲାମାନେ ମୋବାଇଲ ମାଧ୍ୟମରେ ମେସେଜ୍ ଦେଇପାରିବେ। ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଜୁନିୟର କଲେଜରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଅଧ୍ୟାପକ, ଅଧ୍ୟାପିକାଙ୍କ ଶିକ୍ଷାଦାନ ସମ୍ପର୍କରେ ପିଲାଙ୍କ ଠାରୁ ଏଣିକି ସିଧାସଳଖ ଖବର ସଂଗ୍ରହ କରାଯିବ। ଯଦି କୌଣସି ଶିକ୍ଷକ ପିଲାଙ୍କ ଉପରେ କିଛି ବି ଅନ୍ୟାୟ କରନ୍ତି କିମ୍ବା କଲେଜ କର୍ତ୍ତୃପକ୍ଷ ଅନ୍ୟାୟକୁ ପଶ୍ରୟ ଦିଅନ୍ତି ତେବେ ଏଣିକି ପିଲାମାନେ ସେମାନଙ୍କର ଅଧିକାର ମାଧ୍ୟମରେ ବିଭାଗକୁ ଏ ସମ୍ପର୍କରେ ଅବଗତ କରିପାରିବେ। ଏନେଇ ପ୍ରାୟ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥରେ କଲେଜରେ ଫୋନ୍ ଏବଂ ରେକର୍ଡିଂ ବ୍ୟବସ୍ଥା ରହିବ। ତେବେ ପିଲାମାନେ ଯେଉଁ ପ୍ରସଙ୍ଗ ଉପରେ ଅଭିଯୋଗ କରନ୍ତି ତାହା ୨୪ଘଣ୍ଟା ମଧ୍ୟରେ ସମାଧାନ କରାଯିବ। ଏହାବ୍ୟତୀତ ଯଦି କୌଣସି ପିଲା ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ବିଭାଗର ଅଧିକାରୀଙ୍କୁ ହଇରାଣ ହରକତ କରନ୍ତି ତେବେ ସମ୍ପୃକ୍ତ ପିଲାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Post Views: 119
Share201Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In