• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଡାକ୍ତର ଓ କ୍ରୀଡାବିତ୍‌ଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ସମର୍ଥନ

by Voice of Victims
February 1, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସ୍ୱାସ୍ଥ୍ୟ
ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଡାକ୍ତର ଓ କ୍ରୀଡାବିତ୍‌ଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ସମର୍ଥନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ତେଲ ବ୍ୟବହାର କମାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାକୁ ଡାକ୍ତର, କ୍ରୀଡାବିତ୍ ତଥା ଜୀବନର ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ବ୍ୟାପକ ସମର୍ଥନ ମିଳିଛି। ଡେରାଡୁନ୍‌ରେ ୩୮ତମ ଜାତୀୟ ଖେଳ ଉଦ୍‌ଘାଟନୀ ସମାରୋହରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା ମେଦବହୁଳତାର ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହା ଏବେ ଚିନ୍ତାର ବିଷୟ, କାରଣ ମେଦବହୁଳତା ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ାଇଥାଏ। ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ୍ ଉପରେ ଆଲୋଚନା କରି ସେ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ ଏବଂ ଖାଦ୍ୟର ଗୁରୁତ୍ୱ ବିଷୟରେ କହିଥିଲେ। ଖାଦ୍ୟରେ ଅସ୍ୱାସ୍ଥ୍ୟକର ଚର୍ବି ଏବଂ ତେଲ ହ୍ର୍ରାସ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ଓ ଦୈନିକ ତେଲ ବ୍ୟବହାର ୧୦% କମାଇବାକୁ ପରାମର୍ଶ ଦେଇଥିଲେ। ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପ୍ରଶଂସା କରିବା ସହ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସ୍ୱାସ୍ଥ୍ୟଜଗତ ବହୁ ସଂଖ୍ୟାରେ ସମର୍ଥନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ-ପୂର୍ବ ଏସିଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିୟମିତ ଶାରୀରିକ କାର୍ଯ୍ୟକଳାପ ଏବଂ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପାଇଁ ଆହ୍ୱାନକୁ ଉଲ୍ଲେଖ କରାଯାଇଛି। ହିନ୍ଦୁଜା ହସ୍ପିଟାଲ୍‌ର ସିଇଓ ଗୌତମ ଖନ୍ନା ଏହାକୁ ମେଦବହୁଳତା ଏବଂ ଏଥିସହ ଥିବା ଆନୁସଙ୍ଗିକ ବିପଦକୁ ହ୍ରାସ କରିବାର ଗୁରୁତ୍ୱ ଉପରେ ଏହା ଏକ ସାମୟିକ ସନ୍ଦେଶ ବୋଲି କହିଛନ୍ତି। ମହାଜନ ଇମେଜିଂ ଆଣ୍ଡ୍ ଲ୍ୟାବ୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ହର୍ଷ ମହାଜନ ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପ୍ରଶଂସା କରିଛନ୍ତି। ଉଜାଲା ସିଗ୍ନସ୍ ସ୍ୱାସ୍ଥ୍ୟ ସେବାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଶୁଚିନ୍ ବଜାଜ କହିଛନ୍ତି ଯେ, ମେଦବହୁଳତା ଏକ ଗୁରୁତର ଆହ୍ୱାନ, ଯାହା ବିରୋଧରେ ଏକ ଦେଶ ଭାବରେ ଆକୁ ତୁରନ୍ତ ଏବଂ ଏକତ୍ର ଲଢ଼ିବାକୁ ପଡିବ। ମେଦବହୁଳତା ବିପଦର ମୁକାବିଲା କରିବାର ଗୁରୁତ୍ୱକୁ ସମର୍ଥନ କରି ଅନ୍ୟ ବହୁ ଡାକ୍ତର ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି। ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍‌, ଟାଟା ମେମୋରିଆଲ୍ ହସ୍ପିଟାଲ୍‌, ଦିଲ୍ଲୀର ଏଣ୍ଡୋକ୍ରାଇନ୍ ସୋସାଇଟି ସମେତ ଅନେକ ହସ୍ପିଟାଲ୍ ଓ ଆସୋସିଏନ୍ ମେଦବହୁଳତା ବିରୋଧରେ ଆନ୍ଦୋଳନର ସମର୍ଥନରେ ଆଗକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ କ୍ରୀଡାବିତ୍‌ମାନେ ମଧ୍ୟ ସମର୍ଥନ କରିଛନ୍ତି। ବକ୍ସର ବିଜେନ୍ଦର ସିଂହ କହିଛନ୍ତି ଯେ, ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିôବା ଅଭିଯାନ ପ୍ରଶଂସନୀୟ। ଫିଟ୍‌ନେସ୍ କୋଚ୍ ମିକି ମେହତା ଏବଂ ବିଶ୍ୱ ଚାମ୍ପିଅନ୍‌ସିପ୍ ବ୍ରୋଞ୍ଚପଦକ ବିଜେତା ବକ୍ସର୍ ଗୌରବ ବିଘୁଡି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି।

Post Views: 60
Tags: Prime Minister's calls to fight obesity receive support from a range of sectors
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In