• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

by Voice of Victims
February 1, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ରବିବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ଛଅ ଦିନ ଲୋକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି । ରକ୍ଷଣାବେକ୍ଷଣା କାରଣରୁ ସୋମବାର ଉଦ୍ୟାନ ବନ୍ଦ ରହିବ । ପୂର୍ବରୁ ଏହି ଉଦ୍ୟାନ ମୋଗଲ ଗାର୍ଡେନ୍ ନାମରେ ଜଣାଯାଉଥିଲା । କିନ୍ତୁ ପରେ ଏହାର ନାମ ବଦଳାଯାଇ ଅମୃତ ଉଦ୍ୟାନ କରାଯାଇଥିଲା । ଉଦ୍ୟାନରେ ବୁକିଂ ଏବଂ ପ୍ରବେଶ ନିଃଶୁକ୍ଳ ରହିଛି । ଏଥିପାଇଁ ରାଷ୍ଟ୍ରପତି ଭବନର ଅଫିସିଆଲ୍ ପୋର୍ଟାଲରୁ ପାସ୍ ନେବାକୁ ପଡ଼ିବ । ବୁକିଂ କରି ନ ଥିଲେ, ଲୋକଙ୍କୁ ଉଦ୍ୟାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସମସ୍ତ ପରିଦର୍ଶକଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ରୁ ହେବ, ଯାହା ଉତ୍ତର ଆଭେନ୍ୟୁରୁ ରାଷ୍ଟ୍ରପତି ଭବନ ନିକଟରେ ରହିଛି ।କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନମ୍ବର ୩୫ ପର୍ଯ୍ୟନ୍ତ ପ୍ରତ୍ୟେକ ୩୦ ମିନିଟରେ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସଟଲ୍ ବସ୍ ସେବା ଉପଲବ୍ଧ ହେବ । ଚଳିତ ବର୍ଷ ପରିଦର୍ଶକମାନେ ଅମୃତ ଉଦ୍ୟାନରେ ଟ୍ୟୁଲିପ୍ ସହିତ ୧୪୦ ପ୍ରଜାତିର ଗୋଲାପ ଏବଂ ୮୦ରୁ ଅଧିକ ପ୍ରକାରର ଫୁଲ ଦେଖିପାରିବେ ।

Post Views: 148
Share198Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In