• About Us
  • Contact Us
Saturday, March 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

by Voice of Victims
February 2, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ମା’, ମାତୃଭୂମି ଏବଂ ମାତୃଭାଷା ଯେ କୌଣସି ମାନବର ସବୁଠାରୁ ବଡ ପରିଚୟ। ଯଦି କେହି ଏହାର ହତାଦର କରେ, ତାକୁ ସ୍ଵଭାବ କବି ଅଜ୍ଞାନ କହିଥିଲେ ନିଜ କାଳଜୟୀ ରଚନାରେ। ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ଭକ୍ତକବି କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍‍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା। ଘରେ ଘରେ ବର୍ଣ୍ଣବୋଧ ପହଞ୍ଚିଲା। ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏଭଳି ବଢିଗଲାଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ସବୁ ଏହି ‘ବର୍ଣ୍ଣବୋଧ’କୁ ପଢି ବଡ ହୋଇଛୁ, ଓଡିଆ ଭାଷାକୁ ଶିଖିଛୁ। ବର୍ଣ୍ଣବୋଧ ଆମ ମାଟି,ପାଣି ଓ ପବନରେ ପ୍ରଗାଢ଼ ଆସ୍ଥାର ଅଣୁ ପରମାଣୁ ହେଇ ସଂଚରିଯାଇଛି। ଆମ ପାଇଁ ‘ବର୍ଣ୍ଣବୋଧ’ କହିଲେ ଥିଲା, ‘ଛବିଳ ମଧୁ ବର୍ଣ୍ଣବୋଧ’। ଓଡ଼ିଆ ଭାଷା ଶିକ୍ଷାଦାନ କରିବା ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ। ଶୁଦ୍ଧ ଓଡ଼ିଆ ପଢିବା ପାଇଁ ବର୍ଣ୍ଣବୋଧ ଅତ୍ୟନ୍ତ ଆବଶ୍ୟକ। ଆଜି ଆମ ଆଧୁନିକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଛି ‘Joyful Teaching & Learning’ ଅର୍ଥାତ ‘ଆନନ୍ଦମୟ ଶିକ୍ଷା।’ ଏହାର ଲକ୍ଷ୍ୟ ହେଉଛି, ଶିକ୍ଷାଦାନକୁ ଚିତ୍ର, ଖେଳଣା, ଉଦାହରଣ ମଧ୍ୟମରେ କରାଗଲେ ତାହା ପିଲାଙ୍କ ପାଇଁ ବୋଧଗମ୍ୟ ହେବ। ପ୍ରକୃତରେ, ଏହି ଶିକ୍ଷାର ଜନକ ଥିଲେ ମଧୁସୁଦନ ରାଓ। ସରଳ ଭାଷାରେ ଓ ଛୋଟ ଛୋଟ ପଦ୍ୟ ମାଧ୍ୟମରେ ଶିକ୍ଷାଦାନକୁ ସେ ବୋଧଗମ୍ୟ କରିଥିଲେ। ସେ ପୁଣି କହିଥିଲେ, ବର୍ଣ୍ଣବୋଧ, ପ୍ରତି ଓଡ଼ିଆଙ୍କ ପ୍ରିୟ ପୁସ୍ତକ। ଏହା ଗୋଟିଏ ରାଜ୍ୟ ତଥା ସମୃଦ୍ଧ ଜାତିର ଶିକ୍ଷାକୁ କାଳ କାଳ ଧରି ପ୍ରଭାବିତ କରି ଆସିଥିବା ଏକ ଚିରନ୍ତନ ମହକ। ୧୩୦ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ। ଭାଷା ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଆମେ ଗୁରୁତ୍ୱ ଦେଉଛୁ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ବହିଟିର ନୂଆ ଶୋଭନ (illustration) ସଂସ୍କରଣ ପାଇଁ ବିଶିଷ୍ଟ ଭାଷାବିତ୍ ଓ ସାହିତ୍ୟିକ କୈଳାଶ ଚନ୍ଦ୍ର ଟିକାୟତ ରାୟ, ଦାଶ ବେନହୁର, ବୈଷ୍ଣବ ଚରଣ ମହାନ୍ତି, ହରପ୍ରସାଦ ମିଶ୍ର ଓ ସନ୍ତୋଷ କୁମାର ରଥଙ୍କ ଅବଦାନ ପ୍ରଶଂସନୀୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଏହି ନୂତନ ସଂସ୍କରଣ, କୁନି କୁନି ପିଲାମାନଙ୍କୁ ଖୁବ୍‍ ଭଲ ଲାଗିବ ଓ ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ ସଂସ୍କରଣ, ଭାଷା ପ୍ରତିଷ୍ଠାନର ମୁଖପତ୍ର “ଭାଷାପତ୍ର”, ସତ୍ୟନାରାୟଣ ବହିଦାର ଏବଂ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ ଏବଂ ଭକ୍ତକବିଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେଯେ, ବର୍ତ୍ତମାନ ସମୟରେ ସ୍ମାର୍ଟ କ୍ଲାସରୁମରେ ପିଲା ମାନଙ୍କୁ ଚିତ୍ର ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ୧୮୫୩ ମସିହାରେ ଜନ୍ମିତ ଭକ୍ତକବି, ପିଲାଙ୍କୁ ସ୍ମାର୍ଟ ବହି ସେତେବେଳେ ଧରାଇଥିଲେ। ସେତେବେଳେ ସ୍ରଷ୍ଟା ମାନେ ସାହିତ୍ୟ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିଥିଲେ। ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ଏବଂ ଆପଣ ମାନଙ୍କ ସହଯୋଗରେ ଏହା ନିଶ୍ଚୟ ସୁଦୃଢ ହେବ। ବିଧାୟକ ବାବୁ ସିଂ କହିଥିଲେ ଯେ, ଆମ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିଥାଉ। ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜିର ଏହି ଶୁଭଦିନ ଶ୍ରୀ ପଞ୍ଚମୀ, ଆମପାଇଁ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାକୁ ବଜାୟ ରଖିବା ପାଇଁ ଏକ ସଂକଳ୍ପର ଦିନ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 36
Share197Tweet123Send
Voice of Victims

Voice of Victims

Recent Posts

  • କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ୍ୟୁ, ୫୯ ଆହତ
  • ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ, ଆମେରିକା-ଇସ୍ରାଏଲ କଲେ ବୋମାବର୍ଷା
  • ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ
  • ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
  • ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In