• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମାଧ୍ୟମିକ ସ୍କୁଲ୍‌ସ୍ତରରେ ପ୍ରାକ୍ଟିକାଲ୍ ବାଧ୍ୟତାମୂଳକ, ଖର୍ଚ୍ଚ ହେବ ୪୯ କୋଟି ୩୬ ଲକ୍ଷ

by Voice of Victims
February 2, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମାଧ୍ୟମିକ ସ୍କୁଲ୍‌ସ୍ତରରେ ପ୍ରାକ୍ଟିକାଲ୍ ବାଧ୍ୟତାମୂଳକ, ଖର୍ଚ୍ଚ ହେବ ୪୯ କୋଟି ୩୬ ଲକ୍ଷ

ଭୁବନେଶ୍ୱର : ଯୁକ୍ତଦୁଇରେ ପ୍ରାକ୍ଟିକାଲ୍ ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ କମାଇବା ପାଇଁ ସରକାରୀ ସ୍କୁଲ୍‌ସ୍ତରରୁ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ଯୋଜନା। ରାଜ୍ୟର ସମସ୍ତ ସରକାରୀ ମାଧ୍ୟମିକ ସ୍କୁଲଗୁଡ଼ିକରେ ବିଜ୍ଞାନ ଲାବୋରୋଟୋରୀ ଏବଂ ଲାବୋରୋଟୋରୀଆନ୍ ନିଯୁକ୍ତ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଏବଂ ଦଶମଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରୋଟୋରୀ ବ୍ୟବସ୍ଥା ଯୋଗାଇବା ସହ ଏନେଇ ଲାବୋରୋଟୋରୀଆନ୍‌ଙ୍କୁ ନିଯୁକ୍ତ କରାଯିବ। ଏଥିପାଇଁ ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ। ରାଜ୍ୟରେ ମୋଟ୍ ୬୭ହଜାର ୯୬୧ଟି ସ୍କୁଲ ରହିଛି। ସେଥିରୁ କେବଳ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି ରହିଛି। ତେବେ ରାଜ୍ୟରେ ଉଭୟ ନବମ ଏବଂ ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ ରହିଛି। ସ୍କୁଲ୍‌ସ୍ତରରେ ବିଜ୍ଞାନକୁ ଅଧିକ ଆଦୃତ କରିବା ଲାଗି ସରକାର ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରୁଥିବା ବେଳେ ସ୍କୁଲ୍‌ଗୁଡ଼ିକରେ ଉନ୍ନତ ବିଜ୍ଞାନ ଲାବୋରୋଟୋରୀର ସୁବିଧା ହୋଇପାରି ନାହିଁ। କେବଳ ବିଜ୍ଞାନ ପାଠ୍ୟପୁସ୍ତକକୁ ପଢ଼ା ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଲାବୋରୋଟୋରୀରେ ପ୍ରାକ୍ଟିକାଲ ୍‌ସୁବିଧାରୁ ବଞ୍ôଚତ ହେଉଛନ୍ତି। ଫଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ପିଲାମାନେ ଉଭୟ ବିଜ୍ଞାନ ଏବଂ ପ୍ରାକ୍ଟିକାଲ୍‌ରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି। ଗଣଶିକ୍ଷା ବିଭାଗ ପ୍ରଥମଥର ପାଇଁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପାଠକ୍ରମ ସାଙ୍ଗକୁ ବିଷୟଭିତ୍ତିକ ପ୍ରାକ୍ଟିକାଲ୍ ଯେପରି ପିଲାମାନେ ପାଇପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ସବୁ ମାଧ୍ୟମିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷଠାରୁ ଏନେଇ ବ୍ୟବସ୍ଥା କରାଯିବ। ପ୍ରତି ସ୍କୁଲ୍ ପିଛା ୫୦ହଜାର ଟଙ୍କା ବ୍ୟୟ କରାଯିବ। ତେବେ ମୋଟ୍ ଉପରେ ବିଜ୍ଞାନ ଲାବୋରୋଟୋରୀ ଲାଗି ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ। ଏହା ସହିତ ପ୍ରତି ବିଜ୍ଞାନ ଲାବୋରୋଟୋରୀ ଲାଗି ଜଣେ ଲେଖାଏଁ ଲାବୋରୋଟୋରୀଆନ୍ ରହିବେ। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ଭିତ୍ତିିଭୂମି ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ସୁରଭି ଭଳି ବିଜ୍ଞାନମେଳା ଏବଂ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଆୟୋଜନ କରୁଥିବାବେଳେ ସ୍କୁଲସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି ବିଜ୍ଞାନ ପ୍ରଦର୍ଶନୀରେ ନବମ ଓ ଦଶମଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ଉଚ୍ଚମାନର ପ୍ରକଳ୍ପ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇପାରୁଛନ୍ତି। ମାତ୍ର ସେମାନଙ୍କ ଲାଗି ସ୍କୁଲ୍‌ସ୍ତରରେ ପ୍ରାକ୍ଟିକାଲ ଲାଗି କୌଣସି ସୁବିଧା ନାହିଁ। ଯଦି ବିଜ୍ଞାନ ଲାବୋରୋଟୋରୀର ସୁବିଧା ଏବଂ ପ୍ରାକ୍ଟିକାଲ୍ ଯୋଗାଇବା ପାଇଁ ଲାବୋରୋଟୋରୀଆନ୍‌ଙ୍କୁ ନିଯୁକ୍ତ କରାଯାଏ ତେବେ ସରକାରୀ ସ୍କୁଲ୍‌ରେ ପଢ଼ୁଥିବା ଓଡ଼ିଆ ପିଲାମାନେ ବିଜ୍ଞାନରେ ବେଶ ଆଗକୁ ବଢ଼ିପାରିବେ। ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଆସନ୍ତା ୬ମାସ ମଧ୍ୟରେ ସବୁ ମାଧ୍ୟମିକ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଯିବ। କେଉଁ ସ୍କୁଲ୍‌ରେ କେତେ ପିଲା ପଢ଼ୁଛନ୍ତି ତାହାର ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀମାନେ ଦାଖଲ କରିବେ।

Post Views: 69
Tags: Practicals to be made compulsory at secondary school level
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In