• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୧୮ରୁ ଯୁକ୍ତଦୁଇ ପରୀକ୍ଷା, ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସରେ ହବ୍ କେନ୍ଦ୍ର

by Voice of Victims
February 4, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୧୮ରୁ ଯୁକ୍ତଦୁଇ ପରୀକ୍ଷା, ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସରେ ହବ୍ କେନ୍ଦ୍ର

ଭୁବନେଶ୍ୱର : ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା। ସୁରୁଖୁରୁରେ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଭୁବନେଶ୍ୱର କଟକ ପୋଲିସ କମିଶନର, ପରୀକ୍ଷା ପରିଚାଳନା ହବ ସୁପର ଭାଇଜରଙ୍କ ସହିତ ଆଲୋଚନା କରିଛନ୍ତି। ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। ମୋଟ ୨୨ଟି ସିଟିଂରେ ହେବ ପରୀକ୍ଷା। ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ଚଳିତବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଦିନ ବିଜ୍ଞାନ ବିଭାଗର ସାହିତ୍ୟ ପରୀକ୍ଷା ରହିଛି। ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ହେବ ଏହି ପରୀକ୍ଷା କରାଯିବ। ଏନେଇ ଆଜି(ମଙ୍ଗଳବାର) ଯୁକ୍ତଦୁଇ ପରୀକ୍ଷା ନେଇ ବସିଛି ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସପି, ଭୁବନେଶ୍ୱର କଟକ ପୁଲିସ କମିଶନର, ପରୀକ୍ଷା ପରିଚାଳନା ହବ୍ ସୁପର ଭାଇଜର୍ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏଥିରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୨୦୫ଟି ହବ୍ କେନ୍ଦ୍ର ହୋଇଛି। ସେଥିରେ ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ହଲ୍‌ରେ ପହଞ୍ଚିବ। ୧,୨୭୬ ପରୀକ୍ଷା ସେଣ୍ଟର୍ ରହିଛି। ୩୦ ଜିଲ୍ଲାରେ ୩୫ ସ୍ଥାନରେ ସ୍କ୍ୱାର୍ଡ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ପ୍ରଶ୍ନ ପତ୍ର ଲିକ୍ ନ ହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ପ୍ରଶ୍ନପତ୍ର ଲିକ୍ କରିବେ କିମ୍ବା କୌଣସି ଭୁଲ ଖବର କିମ୍ବା ଗୁଜବକୁ ପ୍ରଚାର କରିବେ ସେମାନଙ୍କ ବିରୋଧରେ ୧୯୮୮ ପରୀକ୍ଷା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟରେ ଖରା ତାତିକୁ ଦୃଷ୍ଟିରେ ରଖି ପରୀକ୍ଷା ହଲରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ହଲରେ ପିଲାମାନଙ୍କ ପାଇଁ ଓଆର୍‌ଏସ୍ ପାଣିର ବ୍ୟବସ୍ଥା କରାଯାଇଛି। ଏହା ସହ ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ୍ ମଧ୍ୟ ଲଗାଯାଉଛି। ତେବେ ରାଜ୍ୟରେ ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଛନ୍ତି। କଳା ବିଭାଗରେ ରେଗୁଲାର ୨,୩୦,୬୭୭, ଏକ୍ସରେଗୁଲାରରେ ୧୬,୭୧୪, ସର୍ବମୋଟ ୨,୪୭,୩୯୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିଭଳି ବାଣିଜ୍ୟ ବିଭାଗରେ ରେଗୁଲାର ୨୩,୬୫୬ ଓ ଏକ୍ସରେଗୁଲାର୍‌ରେ ୧,୮୭୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବାଣିଜ୍ୟ ବିଭାଗରେ ସର୍ବମୋଟ ୨୫,୫୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ରେଗୁଲାର ୧,୦୬,୫୦୫ ଓ ଏକ୍ସରେଗୁଲାର୍ ୮,୪୭୫ ପରୀକ୍ଷା ଦେବେ। ମୋଟ ୧,୧୪,୯୮୦ ଜଣ ପରୀକ୍ଷାର୍ଥୀ ବିଜ୍ଞାନରେ ପରୀକ୍ଷା ଦେବେ। ସେହିଭଳି ଧନ୍ଦାମୂଳକ ଶିକ୍ଷା ବିଭାଗରେ ରେଗୁଲାର ୫,୦୪୯, ଏକ୍ସରେଗୁଲାର ୬୭୨, ମୋଟ ଆକାରରେ ୫,୭୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରେଗୁଲାର ପିଲା ସଂଖ୍ୟା ୩,୬୫,୮୮୭ ଥିବା ବେଳେ ଏକ୍ସରେଗୁଲାର୍ ଛାତ୍ରଛାତ୍ରୀ ହେଉଛନ୍ତି ୨୭,୭୩୧। ମୁଖ୍ୟ ଶାସନ ସଚିବ କହିଛନ୍ତି, ପରୀକ୍ଷା ପରିଚାଳନା ପାଇଁ ଯେଉଁ ବ୍ୟବସ୍ଥା ବା ପ୍ରୋଟୋକଲ୍ ରହିଛି, ସେହି ଅନୁସାରେ ସମସ୍ତେ କାର୍ଯ୍ୟ କରିବେ। ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଉପରେ କଟକଣା ଲଗାଯାଇଛି। ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନୋଡାଲ ଅଧିକାରୀ ରହିବେ। ସେହିପରି ବିଭାଗୀୟ ସଚିବ ସାଲିନ ପଣ୍ଡିତ ବିଗତ ବର୍ଷରେ ପରୀକ୍ଷା ପରିଚାଳନା ଅଭିଜ୍ଞତାକୁ ପାଥେୟ କରି ତଦନୁସାରେ ପ୍ରସ୍ତୁତି ପୂର୍ବକ ଏ ବର୍ଷର ଉଭୟ ଯୁକ୍ତ ଦୁଇ ଏବଂ ମାଟ୍ରିକ୍ ପରୀକ୍ଷା ଭଲ ଭାବରେ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Post Views: 56
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In