ଭୁବନେଶ୍ବର: ରୋଟାରି କ୍ଲବ୍ ଅଫ୍ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ଆଠଟି ଭିନ୍ନ ଦଳକୁ ନେଇ ଏକ ଶହ ପଚାଶ ଯୁବକଙ୍କ ମଧ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର ନହରକଣ୍ଟା ଖେଳ ପଡ଼ିଆରେ ଖେଳାଯାଇଥିଲା। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ରୋଟାରୀ ଜିଲ୍ଲା ୩୨୬୨ କ୍ରୀଡା ଅଧ୍ୟକ୍ଷ ରୋଟାରୀନ୍ ସଞ୍ଜୟ ଚୌଧୁରୀଙ୍କ ଦ୍ୱାରା କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମର ମୁଖ୍ୟ ମୂଳମନ୍ତ୍ର ହେଉଛି ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ ଏବଂ ଶାନ୍ତି ବିକାଶ କରିବା। କ୍ଳବ୍ ସଦସ୍ୟମାନେ ଦର୍ଶକଙ୍କ ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କ୍ରିକେଟ୍ ମ୍ୟାଚ୍ ଭେଟେରାନ୍ ଲାୟନ୍ସ ଦଳ ବ୍ଲୁ ଡାର୍ଟ ସର୍ଭିସ୍ ଦଳକୁ ପରାସ୍ତ କରି ଚାମ୍ପିଅନ୍ ଟ୍ରଫି ଜିତିଥିଲା। ସଭାପତି ରୋଟାରୀଆନ୍ ଶୁଭ୍ରା ମହାନ୍ତିଙ୍କ ଠାରୁ ଭେଟେରାନ୍ ଲାୟନ୍ସ ଦଳ ୮୦୦୦ଟଙ୍କା ପୁରସ୍କାର ସହିତ ଚାମ୍ପିଅନ୍ କପ୍ ଗ୍ରହଣ କରିଥିଲେ ଏବଂ ରନର୍ସ ଅପ୍ ବ୍ଲୁ ଡାର୍ଟ ଦଳ ୪୦୦୦ ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ। ରୋଟାରିଆନ୍ ଅବଦୁଲ ହାକିମ୍ ଖାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଶ୍ରେଷ୍ଠ ଖେଳାଳି ଏବଂ ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।
ରୋଆରିଆନ୍ ବିଶ୍ୱଜିତ ସେନାପତିଙ୍କ ତତ୍ତ୍ୱାବଧାନ ଏବଂ ସମନ୍ୱୟରେ କାର୍ଯ୍ୟକ୍ରମଟି ଏକ ଶୃଙ୍ଖଳିତ ଏବଂ ସଫଳ ଉପାୟରେ ଅନୁଷ୍ଠିତ ହୋଇଥିଲା। କ୍ଲବର ଅନ୍ୟାନ୍ୟ ସଦସ୍ୟ ପ୍ରଭୃତ ମିଶ୍ର, ସୁରେନ୍ଦ୍ର ପାତ୍ର, ଅନଙ୍ଗ ନାୟକ, ରୂପେଶ ଦାସ ଏବଂ ଟୁନା ପ୍ରଧାନ ଯୋଗ ଦେଇଥିଲେ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରୋରାରି କ୍ୟାଣ୍ଟନମେଣ୍ଟ କ୍ଲବ୍ ସର୍ବଦା ସାମୁହିକ ବିକାଶ କାର୍ଯ୍ୟକ୍ରମ ପଥରେ ଆଗେଇ ଚାଲିଛି।
