• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତରେ ୟୁଏସ୍ ସି-୧୭, ସ୍ୱଦେଶ ଫେରିଲେ ୧୦୪ ବେଆଇନ ପ୍ରବାସୀ ଭାରତୀୟ

by Voice of Victims
February 5, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଭାରତରେ ୟୁଏସ୍ ସି-୧୭, ସ୍ୱଦେଶ ଫେରିଲେ ୧୦୪ ବେଆଇନ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ : ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରଥମ ପର୍ଯ୍ୟାୟରେ ୨୦୫ ଜଣ ପ୍ରବାସୀ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆମେରିକା ସରକାରଙ୍କ ନୂଆ ନାଗରିକତା ଆଇନ୍ ଅନ୍ତର୍ଗତ ଏମାନଙ୍କୁ ସ୍ୱଦେଶ ଫେରିବାକୁ ପଡ଼ୁଛି। ତେବେ ଏହି ପର୍ଯ୍ୟାୟ ଅନ୍ତର୍ଗତ ଆଜି ୧୦୪ ଜଣ ପ୍ରବାସୀ ଭାରତୀୟଙ୍କୁ ନେଇ ଏକ ଆମେରିକୀୟ ସାମରିକ ବିମାନ ସି-୧୭ ବୁଧବାର ଦିନ ଅମୃତସର ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏହି ଲୋକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଏବଂ ଗୁଜରାଟର ବୋଲି ଜଣାପଡିଛି। ଏଠାରୁ ଏମାନେ ଏବେ ନିଜ ରାଜ୍ୟକୁ ଗସ୍ତ କରିବେ। ଏହି ତାଲିକାରେ ପଞ୍ଜାବର ମୋଟ ୩୦ ଜଣ ଲୋକ ଅଛନ୍ତି। ସେହିପରି ଆଜି ଅମୃତସର ବିମାନବନ୍ଦରରେ ଅବତରଣ କରିଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଥିବା ୪୮ଜଣଙ୍କ ବୟସ ୨୫ ବର୍ଷରୁ ମଧ୍ୟ କମ୍ ବୋଲି ଜଣାପଡିଛି। ସେହିପରି ଏହି ୧୦୪ଜଣଙ୍କ ମଧ୍ୟରେ ୨୫ଜଣ ମହିଳା ଓ ୧୨ଜଣ ଶିଶୁ ମଧ୍ୟ ସାମିଲ ରହିଛନ୍ତି। ରାଜ୍ୟସଭା ସାଂସଦ ତଥା ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, ଆମେରିକା ସରକାରଙ୍କ ପକ୍ଷରୁ ପ୍ରାୟ ୭.୨୫ ଲକ୍ଷ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଆମେରିକା ପର୍ଯ୍ୟାୟକ୍ରମେ ଭାରତ ପଠାଇବ। ଆମେରିକାରେ ଦୀର୍ଘ ସମୟ ଧରି ରହୁଥିବା ପ୍ରବାସୀମାନଙ୍କୁ ଏପ୍ରକାର ଆକସ୍ମିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଉପରେ ଆମେରିକା ସରକାର ପୁନର୍ବିଚାର କରିବା ଜରୁରି ଥିଲା। ଏହି ପ୍ରବାସୀ ନାଗରିକମାନେ ହିଁ ଆମେରିକା ଅର୍ଥନୀତିକୁ ସମ୍ବୃଦ୍ଧ ହେବାରେ ଏକ ବଡ଼ ଅଂଶୀଦାର ସାଜିଥିଲେ। ସେହିପରି ପଞ୍ଜାବ ପ୍ରବାସୀ ଭାରତୀୟ ବ୍ୟାପାର ମନ୍ତ୍ରୀ କୁଲଦୀପ ସିଂହ ଧାଲିୱାଲ ଆମେରିକା ସରକାରଙ୍କ ନିଷ୍ପତ୍ତି ଉପରେ ନିରାଶା ପ୍ରକାଶ କରି କହିଛନ୍ତି ଯେ ଆମେରିକା ଅର୍ଥନୀତିରେ ଅବଦାନ ରଖିଥିବା ଏହି ଲୋକମାନଙ୍କୁ ନିର୍ବାସିତ କରାଯିବା ପରିବର୍ତ୍ତେ ସ୍ଥାୟୀ ବାସସ୍ଥାନ ପ୍ରଦାନ କରାଯିବା ଉଚିତ୍ ଥିଲା। ଅନ୍ୟପକ୍ଷେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ରାଜ୍ୟ ପୁଲିସ୍ ପ୍ରଶାସନ ପକ୍ଷରୁ ପ୍ରବାସୀମାନଙ୍କୁ ସ୍ୱାଗତ କରାଯାଇଛି। ଏମାନଙ୍କ ସୁବିଧା ପାଇଁ ବିମାନବନ୍ଦରରେ ହିଁ କାଉଣ୍ଟର ସ୍ଥାପନ କରାଯାଇଥିଲା ଏବଂ ସେମାନଙ୍କୁ ସେମାନଙ୍କ ରାଜ୍ୟ ଫେରିବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In