• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ

by Voice of Victims
February 8, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ଦଖଲ କରିଛି ବିଜେପି। ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିଛି। ଯାହା କେହି କେବେ ଆଶା କରି ନ ଥିଲା। ବର୍ତ୍ତମାନ ବିଜେପି ଗୋଟିଏ ପରେ ଗୋଟିଏ ବିଧାନସଭା ଆସନ ଦଖଲ କରିବାରେ ଲାଗିଛି। ଆଜିର ଫଳାଫଳ ଅନୁସାରେ ଦିଲ୍ଲୀର ମୋଟ 70ଟି ବିଧାନସଭା ଆସନରୁ ବିଜେପି ଖାତାକୁ ଯାଇଛି 47 ଟି ଆସନ। ଆମ ଆଦମୀ ପାର୍ଟିକୁ ମିଳିଛି ମାତ୍ର 23 ଟି ଆସନ। ଏହି ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଦଖଲ କରିବାରେ ସକ୍ଷମ ହୋଇପାରି ନାହିଁ। ଦୀର୍ଘ ବର୍ଷ ଧରି କଂଗ୍ରେସ ଏହି ବିଧାନସଭା ଆସନରେ ରାଜ କରୁଥିଲା। ହେଲେ ସେଠାରେ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେବେ ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିବା ସହିତ ଦୁଇ ବଡ ନେତା ମଧ୍ୟ ହାରି ଯାଇଛନ୍ତି। ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ। ଅରବିନ୍ଦ କେଜ୍ରାୱାଲ ପ୍ରାୟ 3 ହଜାର ଭୋଟରେ ହାରିଥିବା ବେଳେ ମନୀଷ ମାତ୍ର 6 ଶହ ଭୋଟରେ ପରାଜୟ ସ୍ବୀକାର କରିଛନ୍ତି। ତେବେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଆତୀଶ ବିଜୟ ଲାଭ କରିଛନ୍ତି।

Post Views: 45
Tags: BJP captures Delhi
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In