• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଓଡ଼ିଶା ଶାଖାର ୭୪ତମ ସମ୍ମିଳନୀ, ସ୍ୱାସ୍ଥ୍ୟସେବାରେ ପଛୁଆ ଓଡ଼ିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

by Voice of Victims
February 9, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଓଡ଼ିଶା ଶାଖାର ୭୪ତମ ସମ୍ମିଳନୀ, ସ୍ୱାସ୍ଥ୍ୟସେବାରେ ପଛୁଆ ଓଡ଼ିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ଓଡ଼ିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ। ଡାକ୍ତରମାନେ ହେଉଛନ୍ତି ଭଗବାନ, ସେମାନେ ନିରନ୍ତର ଭାବେ ସେବା ଯୋଗାଇ ଦେଉଥିବାରୁ ସାଧାରଣ ଲୋକେ ସୁସ୍ଥହୋଇ ଏକ ବିକଶିତ ରାଷ୍ଟ୍ରର ପରିକଳ୍ପନା କରିପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଧରଣୀଧର ମେଡିକାଲ୍ କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌, ଓଡ଼ିଶା ଶାଖାର ୭୪ତମ ବାର୍ଷିକ ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ବଜେଟ୍‌ରେ ସ୍ୱାସ୍ଥ୍ୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ବିଶ୍ୱର ବୃହତମ ଜନଆରୋଗ୍ୟ ଯୋଜନା ଯେଉଁଥିରେ ଦେଶର ୬୦କୋଟି ଲୋକ ଅନ୍ତର୍ଭୁକ୍ତ ସେହି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାବାସୀଙ୍କୁ ଅଧିକ ସେବା ପ୍ରଦାନ କରିବ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ୧୩ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଥିବାବେଳେ କେବଳ ସ୍ୱାସ୍ଥ୍ୟକ୍ଷେତ୍ରରେ ୫୦ହଜାର କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ରେ ଆମ ସରକାର ସ୍ୱାସ୍ଥ୍ୟ ସେବାରେ ୨୧ହଜାର କୋଟି ବଜେଟ ୍‌ବ୍ୟବସ୍ଥା କରିଥିଲେ। ୨୦୩୬ ମସିହାରେ ଓଡ଼ିଶା ପ୍ରତିଷ୍ଠାର ଏକଶହ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମେ ଏକ ବିକଶିତ ଓଡ଼ିଶା କିପରି ଗଠନ କରିପାରିବା ସେଥିପାଇଁ ଏବେଠାରୁ ଚିନ୍ତା କରିବା ଆବଶ୍ୟକ। ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହୋଇଛି। ଏଥିପାଇଁ ରାଜ୍ୟ ସରକାର ୪୦ପ୍ରତିଶତ ଓ କେନ୍ଦ୍ର ସରକାର ୬୦ପ୍ରତିଶତ ଦେବାର ନିୟମ ଥିବାବେଳେ କେନ୍ଦୁଝରରେ ପ୍ରତିଷ୍ଠା ଲାଭ କରିଥିବା ମେଡିକାଲ୍ କଲେଜ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରୁ ବିନିଯୋଗ ହୋଇଛି। ଏହି ମେଡିକାଲ୍ କଲେଜ ଉଦ୍‌ଘାଟନ ହେବାର ଦୁଇବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ କେବଳ ନାମକୁମାତ୍ର ୪ଟି ବିଭାଗକୁ ଛାଡ଼ି ଅନ୍ୟ କୌଣସି ବର୍ହିବିଭାଗ ଖୋଲି ନଥିବା ସହ ତୁରନ୍ତ ଅର୍ନ୍ତବିଭାଗ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଓଡ଼ିଶା ଶାଖାର ୭୪ତମ ସମ୍ମିଳନୀ କେନ୍ଦୁଝରରେ ଅୟୋଜିତ ହୋଇଥିବାରୁ ସେ ଶାଖାର ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ପୂର୍ବରୁ ଅବହେଳିତ ହୋଇ ଆସୁଥିବାବେଳେ ଏଠାରେ ମ୍ୟାଲେରିଆ ଓ ସଡ଼କ ଦୁର୍ଘଟଣା ଲୋକଙ୍କକ ଜୀବନ ନେଉଥିଲା ବୋଲି ସେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଧରଣୀଧର ମେଡିକାଲ କଲେଜର ଅଧ୍ୟକ୍ଷା ତଥା ଡିନ୍ ଡାକ୍ତର ଚିନ୍ମୟୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରତାପ କୁମାର ମହାନ୍ତି ଯୋଗଦେଇଥିଲେ। ଆଇଏମଏର ରାଜ୍ୟ ସମ୍ପାଦକ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର, ରାଜ୍ୟ ଅର୍ଥ ସମ୍ପାଦକ ଡା. ସମ୍ରାଟ କର, ଅଭ୍ୟର୍ଥନା କମିଟିର ସଭାପତି ଡା. ଅନୀଲ କୁମାର ଦାଶ, ଆୟୋଜନ କମିଟିର ସଭାପତି ଡା. ଉମେଶ ଚନ୍ଦ୍ର ସାହୁ, ସଭାପତି ଡା. ପ୍ରଭାତ କୁମାର ପଣ୍ଡା, ନବନିଯୁକ୍ତ ସଭାପତି ଡା. ଜୟନ୍ତ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ଏହି ଅବସରରେ ସଂଘର ମୁଖପତ୍ର, ସ୍ୱାସ୍ଥ୍ୟସୁରଭି ପତ୍ରିକା ଓ ଭୁବନେଶ୍ୱର ସଂଘ ପକ୍ଷରୁ ଆଇଏମ୍‌ଏ ଭିଜନ୍ ଉନ୍ମୋଚିତ ହୋଇଥିଲା। ସଂଗଠନ ସମ୍ପାଦକ ଡା. ମହେଶ ପ୍ରସାଦ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In