• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପ୍ରତି ବ୍ଲକ୍‌ରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ

by Voice of Victims
February 10, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରତି ବ୍ଲକ୍‌ରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ପ୍ରତି ବ୍ଲକରେ ନିର୍ମାଣ ହେବ ଷ୍ଟାଡ଼ିୟମ୍ ଓ ସ୍ପୋର୍ଟସ କମ୍ପେ୍ଲକ୍ସ। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ପରିବର୍ତ୍ତନକାରୀ ପଦକ୍ଷେପ ଓଡ଼ିଶାରେ ଏକ ଦୃଢ଼ କ୍ରୀଡ଼ା ପରିବେଶକୁ ପ୍ରତିଷ୍ଠିତ କରିବା ସହ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ସାହାଯ୍ୟ କରିବ। ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଷ୍ଟି କରିବା ସହ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା। ବ୍ଲକସ୍ତର୍‌ରେ, ଯେଉଁଠାରେ ସୁବିଧାଗୁଡ଼ିକ ଅନୁନ୍ନତ ଅବସ୍ଥାରେ ରହିଛି, ସେଠାରେ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା। ରାଜ୍ୟ ସରକାର ଖେଳାଳିଙ୍କ ପାଇଁ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରେ ଅଧିକ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ସେ କହିଛନ୍ତି, “ଓଡ଼ିଶାର ୩୧୪ ବ୍ଲକରେ ସ୍ପୋର୍ଟସ୍ କମ୍ପେ୍ଲକ୍ସ କରିବା ପାଇଁ ରାଜ୍ୟ ସରକାର କ୍ୟାବିନେଟ୍‌ରେ ମଞ୍ଜୁର ହୋଇଛି। ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କ ଇଚ୍ଛାଥିଲା ଯେ କେବଳ ସହର ଆଧାରିତ ବ୍ୟବସ୍ଥା ନହୋଇ କ୍ରୀଡ଼ା ବ୍ୟବସ୍ଥା ଗ୍ରାମାଞ୍ଚଳକୁ ଆସୁ। ସ୍ପୋର୍ଟସ୍ କମ୍ପେ୍ଲକ୍ସ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତି ବ୍ଲକ୍‌କୁ ୧୪ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ। ଏଥିରେ ସାଢ଼େ ୬ କୋଟି ଟଙ୍କାର ଇଣ୍ଡୋର୍ ହଲ୍‌, କ୍ରିକେଟ୍‌, ଖୋ ଖୋ, କବାଡ଼ି, ବ୍ୟାଟ୍‌ମିଣ୍ଟନ୍‌, ରନିଂ ଟ୍ରାକ୍‌, ଭଲିବଲ୍ ଓ ଫୁଟବଲ୍ ଭଳି ଖେଳ ପାଇଁ ଷ୍ଟାଡିୟମ୍‌ରେ ବ୍ୟବସ୍ଥା ରହିବ। ସ୍ପୋର୍ଟସ କମ୍ପେ୍ଲକ୍ସ ପାଇଁ ଅନୁନ୍ୟ ୩ ଜଣ ପ୍ରଶିକ୍ଷକଙ୍କୁ ରଖାଯିବ, ସିକ୍ୟୁରିଟି, ହାଇସ କିପିଂ ରହିବେ। ଷ୍ଟାଡିୟମ୍‌, ଓ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ହେବ। ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ୮-୧୦ ଏକର ଜମିରେ ନିର୍ମାଣ ହେବ। ଏଥିରେ ଫୁଟବଲ୍‌, କ୍ରିକେଟ ପଡ଼ିଆ, ଥ୍ରୋ ଏବଂ ଜମ୍ପ୍ କ୍ଷେତ୍ର ସହିତ ଆଥଲେଟିକ୍ ଟ୍ରାକ୍‌, ଭଲିବଲ୍‌, ଖୋ ଖୋ, କବାଡ଼ି କୋର୍ଟ, ଇଣ୍ଡୋର ହଲ୍ (ବ୍ୟାଡମିଣ୍ଟନ୍‌, ଟେବୁଲ ଟେନିସ୍ ଇତ୍ୟାଦି), ସୁବିଧା କେନ୍ଦ୍ର ଆଦି ରହିବ। ଗୋଟିଏ ବ୍ଲକ୍‌ରେ ଷ୍ଟାଡିୟମ୍ ପାଇଁ ୧୪.୫୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଇଣ୍ଡୋର୍ ହଲ ପାଇଁ ୮ କୋଟି ଟଙ୍କା ଆନୁମାନିକ ମୂଲ୍ୟ ରହିଛି। ଫୁଟବଲ ପଡ଼ିଆ ଏବଂ କ୍ରିକେଟ୍ ଟ୍ରାକ୍ ପାଇଁ ୨.୭୦ କୋଟି ଥିବା ବେଳେ ଇଣ୍ଡୋର୍ ହଲ୍ ପାଇଁ ୨.୭୦ କୋଟି ରହିଛି। ଆଥଲେଟ୍ ଟ୍ରାକ୍ ପାଇଁ ୦.୮୦ କୋଟି ରହିଥିବା ବେଳେ ଇଣ୍ଡୋର୍ ହଲ ପାଇଁ ୦.୮୦ କୋଟି, ଭଲିବଲ୍ କୋର୍ଟ ପାଇଁ ୦.୧୦ କୋଟି ଥିବାବେଳେ ଇଣ୍ଡୋର୍ ହଲ୍ ପାଇଁ ୦.୧୦ କୋଟି ରହିଛି। ସାଧାରଣ ସୁବିଧା କେନ୍ଦ୍ର ପାଇଁ ୧.୧୦ କୋଟି ଥିବା ବେଳେ ଇଣ୍ଡୋର୍ ହଲ୍ ପାଇଁ ୧.୧୦ କୋଟି ଟଙ୍କା ରହିଛି। ପାଚେରି ତଥା ଫାଟକ ପରିସର ପାଇଁ ୧.୫୦ କୋଟି ଟଙ୍କା ରହିଥିବା ବେଳେ ୧.୫୦ ଇଣ୍ଡୋର୍ ହଲ୍ ପାଇଁ ରହିଛି। ସେହିପରି ଅନ୍ତଃ ସଡ଼କ, ଜଳ ଯୋଗାଣ ଆଦି ପାଇଁ ୧.୮୦ କୋଟି ଟଙ୍କା ୧.୮୦ କୋଟି ଟଙ୍କା ଇଣ୍ଡୋର୍ ହଲ୍ ପାଇଁ ରହିଛି।

Post Views: 58
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In