• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଧାନସଭାରେ ‘ଡିଜିଟାଲ୍ ହାଉସ୍‌’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

by Voice of Victims
February 12, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଧାନସଭାରେ ‘ଡିଜିଟାଲ୍ ହାଉସ୍‌’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଇ-ବିଧାନ ଆପ୍ଲିକେସନ୍ ମାଧ୍ୟମରେ ବିଧାନସଭାରେ ‘ଡିଜିଟାଲ୍ ହାଉସ୍‌’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି, ପେପରଲେସ୍ ହାଉସ୍ ଯୋଗୁଁ ଗୃହର ଗୌରବ ବୃଦ୍ଧିହେବ। ଏହି ପଦକ୍ଷେପ ଫଳରେ ଆମର ବିଧାନସଭା ଏକ ଡିଜିଟାଲ୍ ଯୁଗକୁ ଆଉ ଏକ ପାଦ ଅଗ୍ରସର ହୋଇଛି। ବୁଧବାର ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ-ବିଧାନସଭା ଆପ୍ଲିକେସନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠାରୁ ଏହି ଗୃହ ‘ନେଭା ଡିଜିଟାଲ୍ ହାଉସ୍‌’ ଭାବରେ ପରିଗଣିତ ହେଲା। ଏଣିକି ବିଧାନସଭାରେ ଗୃହର ସବୁ କାର୍ଯ୍ୟକ୍ରମ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ ହେବ। ଏହା ମୋ ପାଇଁ ଏବଂ ଗୃହର ସମସ୍ତ ସଦସ୍ୟଙ୍କ ପାଇଁ ନିଶ୍ଚିତ ଭାବରେ ଗୌରବର ବିଷୟ। ଏହାଦ୍ୱାରା ବିଧାନସଭାର ସମସ୍ତ ସଦସ୍ୟ ସେମାନଙ୍କ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ଡିଭାଇସ୍‌ରେ ରିଏଲ୍ ଟାଇମ୍ ତଥ୍ୟ ପାଇପାରିବେ। ଗୃହର କାର୍ଯ୍ୟକ୍ରମର ଯେ’କୌଣସି ସମୟର ତଥ୍ୟ ସେହି ସମୟରେ ହିଁ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ବାସ୍ତବିକ୍ ଏକ ଯୁଗାନ୍ତକାରୀ ପରିବର୍ତ୍ତନ। ଏକ ପେପରଲେସ୍ ହାଉସ୍ ଭାବରେ ଗୃହର ଗୌରବ ବୃଦ୍ଧି ହେବ। ଡିଜିଟାଇଜେସନ୍ ବିପ୍ଲବ ସହିତ ତାଳଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବରେ ‘ଡିଜିଟାଲ୍ ଇଣ୍ଡିଆ’ ଏବଂ ‘ଗୋ ଗ୍ରୀନ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଭାରତ ଏକ ଡିଜିଟାଲ୍ ସଶକ୍ତ ସମାଜ ଓ ଜ୍ଞାନଭିତ୍ତିକ ଅର୍ଥନୀତିରେ ପରିଣତ ହେବା ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଏବେ ଫ୍ରାନସ୍‌ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମିଟ୍‌ରେ ମଧ୍ୟ ସହ-ଅଧ୍ୟକ୍ଷ ଭାବରେ ଯୋଗଦେଇ ଭାରତ ସହିତ ସମଗ୍ର ବିଶ୍ୱର କଲ୍ୟାଣରେ କିପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଉପଯୋଗ ହୋଇପାରିବ, ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ବା ନେଭା ହେଉଛି ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ୪୪ଟି ମିଶନ ମୋଡ୍ ପ୍ରକଳ୍ପ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ସୁଦ୍ଧା ପୂରା ଦେଶରେ ଲୋକସଭା ଓ ରାଜ୍ୟସଭା ବ୍ୟତୀତ, ଓଡ଼ିଶା, ଗୁଜୁରାଟ, ଆସାମ, ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ବିହାର କାଉନସିଲ୍‌, ନାଗାଲାଣ୍ଡ, ଉତ୍ତରପ୍ରଦେଶ (ଉଭୟ ଗୃହ), ହରିୟାଣା, ମିଜୋରାମ, ମଣିପୁର, ମେଘାଳୟ, ତାମିଲନାଡୁ, ତ୍ରିପୁରା ଓ ସିକିମ ଭଳି ୧୬ଟି ବିଧାନସଭା ଗୃହରେ ନେଭା କାର୍ଯ୍ୟକାରୀ ହୋଇସାରିଲାଣି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା, ନେଭା ମାଧ୍ୟମରେ ବ୍ୟବସ୍ଥାପକ ପଦ୍ଧତିର ଡିଜିଟାଇଜେସନ୍ କାର୍ଯ୍ୟକାରୀ କରିବାରେ ଦେଶର ପ୍ରଥମ ରାଜ୍ୟ ବିଧାନସଭାଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇପାରିଛି। ନେଭା ସପ୍ଟୱେର ଆପ୍ଲିକେଶନ୍ କାର୍ଯ୍ୟକାରୀ ହେବା ସହିତ ଓଡ଼ିଶା ବିଧାନସଭାର କାଗଜପତ୍ରର ବ୍ୟବହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୨୦୨୧ରେ ବିଧାନସଭାରେ ନେଭା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇନଥିଲା। ହାଉସ୍‌ରେ ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଆମର ବିଧାନସଭା ଗୃହ ନେଭା ଡିଜିଟାଲ୍ ହାଉସ୍ ଭାବେ ସଦସ୍ୟମାନଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଧାନସଭାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ବା କାଗଜବିହୀନ କରିବା। ଏହାର ପ୍ରମୁଖ ମଡ୍ୟୁଲଗୁଡ଼ିକ ହେଉଛି, ନେଭା ଇ-ବୁକ୍‌, ରାଜ୍ୟପାଳଙ୍କ ଅଭିଭାଷଣ, ଗୃହ କାର୍ଯ୍ୟସୂଚୀର ତାଲିକା ଏବଂ ପ୍ରଶ୍ନାବଳୀର ଡିଜିଟାଲ୍ ପ୍ରଦର୍ଶନ, ଇ-ଭୋଟିଂ, ଇ-ଉପସ୍ଥିତି, ସ୍ପିଚ ଟାଇମ୍ ମ୍ୟାନେଜ୍‌ମେଣ୍ଟ, ସ୍ପିକର ପ୍ୟାଡ୍‌, ମିନିଷ୍ଟର ପ୍ୟାଡ୍‌, ଡାଇନାମିକ୍ ଇଭେଣ୍ଟସ୍‌, ଟାଇମ୍ ପୁସ୍‌, ଜନ୍ମଦିନର ଶୁଭେଚ୍ଛା, ନୋଟ୍‌, ସର୍କୁଲାର୍ ଏବଂ ଅନ୍ୟାନ୍ୟ ସୂଚନା ଇତ୍ୟାଦି ରହିଛି। ଏହା ଗୃହର ସମସ୍ତ ସଦସ୍ୟଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ, ଆଜି ଓଡ଼ିଶା ବିଧାନସଭା ପାଇଁ ଏକ ସ୍ମରଣୀୟ ଦିନ। ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ସମସ୍ତ କାର୍ଯ୍ୟ ପେପରଲେସ୍ ହେବା ସହ ଖୁବ୍‌ଶୀଘ୍ର ସମ୍ଭବ ହୋଇପାରିବ। ସମସ୍ତ କାଗଜପତ୍ରର ଇ-ଲେୟିଙ୍ଗ, ଇଲେକ୍‌ଟ୍ରୋନିକ୍ ପ୍ୟାଡ୍ ବ୍ୟବହାର ଜରିଆରେ ବାଚସ୍ପତି ଓ ସଚିବଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା, ଗୃହକାର୍ଯ୍ୟ ସମୟରେ ନୋଟ୍ ବିନିମୟ ପାଇଁ ମନ୍ତ୍ରୀ ଏବଂ ପ୍ରଶାସନିକ ସଚିବମାନଙ୍କ ମଧ୍ୟରେ ଯୋଗାଯୋଗ, ଗୃହର ଯେକୌଣସି କାର୍ଯ୍ୟସୂଚୀର ସୂଚୀ ଉପରେ ଇ-ଭୋଟିଂ, ସଦସ୍ୟ ବା ସଦସ୍ୟାମାନଙ୍କ ଇଉପସ୍ଥିତି, ଗୃହ କାର୍ଯ୍ୟର ସୂଚୀଗୁଡିକର ଡିଜିଟାଲ୍ ଡିସପ୍ଲେ ସିଷ୍ଟମ୍‌, ବକ୍ତା ଏବଂ ସଦସ୍ୟ ବା ସଦସ୍ୟାମାନଙ୍କ ଆଲୋଚନା ସମୟ ପରିଚାଳନା ଆଦି ଅନେକ କାର୍ଯ୍ୟ ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ ବୃନ୍ଦ, କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗର ଶାସନ ସଚିବ ଉମଙ୍ଗ ନରୁଲ, ରାଜ୍ୟ ସଂସଦୀୟ ବ୍ୟପାର ବିଭାଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ଓ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ନୂଆଦିଲ୍ଲୀସ୍ଥିତ ନେଭାର ମୁଖ୍ୟ ସଞ୍ଜୀବ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In