• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ

by Voice of Victims
February 14, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ

ଭୁବନେଶ୍ୱର: ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିବା ଯୋଗୁଁ ଗୃହ ଅଚଳ ହୋଇଛି। ଫଳରେ ପୂର୍ବାହ୍ନ ବୈଠକ ଦୁଇ ମିନିଟ୍ ବି ଚାଲିପାରନାହିଁ। ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନର ଶୁକ୍ରବାର ଥିଲା ଦ୍ୱିତୀୟ ଦିନ। ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ସୁରମା ପାଢ଼ୀ ଗୃହ ପରିଚାଳନା ପାଇଁ ଆସନକୁ ଆସିବା କ୍ଷଣି ପ୍ରଥମେ କଂଗ୍ରେସ ସଭ୍ୟମାନେ ଗୃହ ମଝିକୁ ଆସି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଆଲୋଚନା ଦାବିକରି ହଟ୍ଟଗୋଳ କରିଥିଲେ। ଗୃହ ସ୍ଥିତି ଅଶାନ୍ତ ଥିବାବେଳେ ବିଜେଡି ସଦସ୍ୟମାନେ ଚାଷୀମାରଣ ନୀତିକୁ ନେଇ ନାରାବାଜି କରିଛନ୍ତି। ସେମାନେ ବାଚସ୍ପତିଙ୍କ ପୋଡିଅମ୍ ସମ୍ମୁଖରେ ସରକାରୀ ବିରୋଧୀ ନାରାବାଜି ଦେଇ ହୋହାଲ୍ଲା କରିଥିଲେ। ସେମାନେ ଚାଷ, ଚାଷୀ ସମସ୍ୟା ଓ କଟ୍‌ନି-ଛଟ୍‌ନୀ ପ୍ରସଙ୍ଗ ଉଠାଇଥିଲେ। ଉଭୟ ଦଳର ସଭ୍ୟଙ୍କ ହଙ୍ଗମା ଯୋଗୁଁ ଗୃହ ଚଳାଇବା ସମ୍ଭବ ହୋଇନଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ ବିରୋଧୀ ସଭ୍ୟଙ୍କୁ ବାରମ୍ବାର ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ। ହେଲେ ସେମାନେ ତାହାକୁ ଅଗ୍ରାହ୍ୟ କରିଥିଲେ। ଏତିକି ବେଳେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବିଭାଗ ଉପରେ ଉତ୍ତର ରଖୁଥିଲେ ହେଁ କିଛି ଶୁଣାଯାଇନଥିଲା। ଗୃହରେ ଅସ୍ୱାଭାବିକ ସ୍ଥିତି କାରଣରୁ ବାଚସ୍ୱତି ବାଧ୍ୟହୋଇ ଗୃହକୁ ୧୦ଟା୨ରୁ ବାରଟା ଯାଏ ମୁଲତବୀ କରିଥିଲେ। ପୁଣି ଗୃହ ଆରମ୍ଭହେବା ପରେ ବିରୋଧୀ ଅନୁରୂପ ଭାବେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସେଥିପାଇଁ ଗୃହକୁ ପୁଣି ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇପାରିନାହିଁ। ଏହାକୁ ନେଇ ଗୃହ ଭିତରେ ଓ ବାହାରେ ରାଜନୀତି ସରଗରମ ହୋଇଥିଲା। ଗୃହ ବାହାରେ ବିରୋଧୀଙ୍କୁ ଟାର୍ଗେଟ୍ କରିବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ପ୍ରସଙ୍ଗ ନଥିବାରୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ। ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ। କଂଗ୍ରେସ ଯେଉଁ ମୁଲତବି ପ୍ରସ୍ତାବ ଆଣିବାକୁ ଚାହୁଁଛି, ତାହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ପ୍ରଶ୍ନକାଳରେ ବିକ୍ଷୋଭର କୌଣସି ଆବଶ୍ୟକତା ନଥିଲା। ଉଲ୍ଲେଖନୀୟ, ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ ୧୭ରେ ୨୦୨୫-୨୬ ଆର୍ôଥକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଏହି ବଜେଟ୍ ଅଧିବେଶନ ମୋଟ ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବାବେଳେ ଏଥିରେ ୨୮ଟି କାର୍ଯ୍ୟ ଦିବସ ରହିଛି। ଫେବୃଆରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ।

Post Views: 114
Tags: Day 2 of Budget Session: Opposition's tussle
Share202Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In