• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ: ମୁଖ୍ୟ ଆକର୍ଷଣ ମଇଁଷି ଷଣ୍ଢ ‘ଭୀମ’

by Voice of Victims
February 14, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ: ମୁଖ୍ୟ ଆକର୍ଷଣ ମଇଁଷି ଷଣ୍ଢ ‘ଭୀମ’

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ମତ୍ସ୍ୟଚାଷୀ ଓ ବିଭିନ୍ନ ବର୍ଗର ପଶୁପାଳକ। ଏହି ସମାବେଶରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି ରାଜସ୍ତାନ ଯୋଧପୁରର ମଇଁଷି ଷଣ୍ଢ ‘ଭୀମ’। ‘ଭୀମ’ର ଜୀବନଶୈଳୀ, ଖାଦ୍ୟ ପ୍ରଣାଳୀ ଓ ଭାବଭଙ୍ଗିମା ଲୋକଙ୍କ ମଧ୍ୟରେ ବିଶେଷ କୌତୁହଳ ସୃଷ୍ଟି କରିଛି। ‘ଭୀମ’ ହେଉଛି ମୁରା ପ୍ରଜାତିର ମଇଁଷି ଷଣ୍ଢ। ‘ଭୀମ’ର ରଙ୍ଗ ଚିକ୍କଣ କଳା, ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ୍ ଓ ଉଚ୍ଚତା ପ୍ରାୟ ୬ ଫୁଟ। ‘ଭୀମ’କୁ ବର୍ତ୍ତମାନ ୯ ବର୍ଷ। ରାଜସ୍ଥାନର ଜବାହରଲାଲ ଜାଙ୍ଗିଦଙ୍କ ଦ୍ୱାରା ପ୍ରତିପାଳିତ ‘ଭୀମ’ର ସୁନ୍ଦର ଓ ବଳିଷ୍ଠ ସ୍ୱାସ୍ଥ୍ୟ, ବିଶାଳ ଆକାର ଓ ଉଚ୍ଚକୋଟିର ଶୁକ୍ରାଣୁ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଖ୍ୟାତି ରହିଛି। ଶ୍ରୀ ଜାଙ୍ଗିଦଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ମଇଁଷି ଷଣ୍ଢ ‘ଭୀମ’ର ପ୍ରତିପାଳନରେ ଦୈନନ୍ଦିନ ଖାଦ୍ୟ ପାଇଁ ପ୍ରାୟ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ‘ଭୀମ’ ପ୍ରତିଦିନ ୨୦ ଲିଟର ମହୁମିଶା କ୍ଷୀର ପିଇଥାଏ। ଏହା ସହ କାଜୁ, ପେସ୍ତାବାଦାମ, ଗାଜର, ବନ୍ଧାକୋବି, ଋତୁଜାତୀୟ ପରିବା, ଶୁଖିଲା ନଡ଼ା ଓ ସବୁଜ ଘାସ ଖାଇଥାଏ। ଏଥିସହିତ ଭୀମ ପ୍ରତିଦିନ ବିଲୋନା ଘିଅର ପ୍ରାୟ ୧ କିଲୋ ହାଲୁଆ ଖାଇବାକୁ ଭଲପାଏ ବୋଲି ତା’ର ପ୍ରତିପାଳକ କହିଛନ୍ତି। ସୁନ୍ଦର ଓ ବଳିଷ୍ଠ ସ୍ୱାସ୍ଥ୍ୟ ପାଇଁ ମଇଁଷି ଷଣ୍ଢ ‘ଭୀମ’ ପ୍ରତିଦିନ ଖୋଲାପଡ଼ିଆରେ ବ୍ୟାୟମ କରିଥାଏ ଓ ସନ୍ତରଣ କୁଣ୍ଡରେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସନ୍ତରଣ କରିଥାଏ।

Post Views: 225
Tags: State-wide Wildlife Gathering: Main attraction is 'Bheem'
Share205Tweet128Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In