• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସତ୍ୟବାଦୀ ଥିଲା ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

by Voice of Victims
February 16, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସତ୍ୟବାଦୀ ଥିଲା ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର। ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ। ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହାସହ ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମଗ୍ର ଓଡ଼ିଶାକୁ ଶିକ୍ଷାର ଜ୍ୟୋତିରେ ଆଲୋକିତ କରୁଥିବା ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ବିଦ୍ୟାଳୟର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବର୍ତ୍ତମାନର ପିଢ଼ିକୁ ଅବଗତ କରାଇବା ପାଇଁ ବକୁଳ ବନରେ ଏହାର ମୌଳିକ ଢାଞ୍ଚା ଅନୁରୂପ ଶିକ୍ଷା ପରିବେଶ ବିକଶିତ କରାଯିବ। ବକୁଳ ବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ଓ ବିକାଶ କରାଯାଇ ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ। ଏଥିସହିତ ସାକ୍ଷୀଗୋପାଳ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ମଧ୍ୟ ବିକାଶ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସେ ସମୟରେ ଓଡ଼ିଶାର ଏକ ମଣିଷ ତିଆରି କାରଖାନା। ପଣ୍ଡିତ ଗୋପବନ୍ଧୁଙ୍କ ତତ୍ତ୍ୱାବଧାନରେ ଗୁରୁମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ଫଳରେ ଏହି ବନ ବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ଆଦର୍ଶ ଶିକ୍ଷାକେନ୍ଦ୍ର ଭାବରେ ପରିଗଣିତ ହେଉଥିଲା। ଏହି ବିଦ୍ୟାଳୟ ଛାତ୍ରମାନଙ୍କୁ ଚରିତ୍ରବାନ୍‌, ସେବା ପରାୟଣ ଓ ସ୍ୱାର୍ଥତ୍ୟାଗୀ କରି ଗଢ଼ି ତୋଳୁଥିଲା, ଫଳରେ ସେମାନେ ମାନବ ସେବାକୁ ପ୍ରକୃତ ସେବା ଭାବେ ଗ୍ରହଣ କରୁଥିଲେ। ସତ୍ୟବାଦୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବିଶ୍ୱ ବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ମହୋତ୍ସବରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉନ୍ନତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସତ୍ୟବାଦୀଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତ୍ୱରାନିତ କରାଯିବ। ଏହାକୁ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସତ୍ୟବାଦୀର ଇତିହାସକୁ ଅବତାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶ ସ୍ୱାଧୀନତାର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ପଞ୍ଚସଖା ସତ୍ୟବାଦୀ ବନ ବିଦ୍ୟାଳୟ ପରିଚାଳନା କରିବା ସହିତ ନିଜ ନିଜ ଲେଖନୀ ଚାଳନା ବଳରେ ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଏଠାରୁ ଇନ୍ଧନ ଯୋଗାଉଥିଲେ। ପ୍ରାଚୀନ ଗୁରୁକୁଳ ଆଦର୍ଶରେ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ ଆଭିମୁଖ୍ୟ ରଖିଥିବା ଏହି ବନ ବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ଅଟଳ ମନୋବୃତ୍ତି, ନୀଳକଣ୍ଠଙ୍କ ସାଙ୍ଗଠନିକ ଶକ୍ତି, ଗୋଦାବରୀଶଙ୍କ ଶିକ୍ଷାଦାନର ଆଦର୍ଶ, କୃପାସିନ୍ଧୁଙ୍କ ଐତିହ୍ୟ ଓ ପରମ୍ପରା ପ୍ରତି ଅଗାଧ ବିଶ୍ୱାସ ଏବଂ ଆଚାର୍ଯ୍ୟ ହରିହରଙ୍କ ଋଷିପ୍ରାଣତା ଓ ପିତୃସୁଲଭ ବାତ୍ସଲ୍ୟ ମନୋଭାବ ଶିଷ୍ୟମାନଙ୍କୁ ବାନ୍ଧି ରଖିଥିଲା ଓ ଅନୁପ୍ରାଣିତ କରୁଥିଲା। ଓଡ଼ିଆ ଭାଷା ସାହିତ୍ୟକୁ ମଧ୍ୟ ସତ୍ୟବାଦୀର ଅବଦାନ ଅତୁଳନୀୟ। ସତ୍ୟବାଦୀ ସାହିତ୍ୟ ଥିଲା ଓଡ଼ିଆ ଜାତି ଗଠନର ପ୍ରେରଣା ଓ ପ୍ରୋତ୍ସାହନ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ବିକଶିତ ଓ ସମୃଦ୍ଧ ଓଡ଼ିଶାର ଏକ ପ୍ରମୁଖ ଅଂଶ ପୁରୀ ଜିଲ୍ଲାର ବିକାଶରେ ସତ୍ୟବାଦୀର ପ୍ରମୁଖ ଭୂମିକା ରହିବ। ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଓ ମୌଳିକ ସୁବିଧା ସୁଯୋଗର ବିକାଶ କରାଯାଇ ସତ୍ୟବାଦୀକୁ ବିକଶିତ ଓଡ଼ିଶା ଗଠନର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ୱିତ ପାତ୍ର, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସତ୍ୟବାଦୀର ବିକାଶ ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ପୁରଣ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

Post Views: 57
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In