• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମିଶନଶକ୍ତି ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ୍‌: ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ

by Voice of Victims
February 19, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମିଶନଶକ୍ତି ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ୍‌: ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମିଶନଶକ୍ତିରେ ଗୈରିକରଣ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି କାରଣରୁ ପ୍ରଥମାର୍ଦ୍ଧ ବୈଠକ ଅଧା ମିନିଟ୍ ଚାଲିପାରିନାହିଁ। ଦ୍ୱିତୀୟାର୍ଦ୍ଧ ବୈଠକରେ ବି ବିରୋଧୀ ଅନୁରୁୂପ ଆଚରଣ ପ୍ରଦର୍ଶନ କରିବାରୁ ବାଚସ୍ପତି ସୁରମା ପାଢ଼ୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପବିତ୍ର ଗୃହରେ ଏମିତି ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଅସନ୍ତାଷ ବ୍ୟକ୍ତ କରି ବିରୋଧୀମାନେ କକ୍ଷତ୍ୟାଗ କରିଥିଲେ। ବଜେଟ୍ ଅଧିବେଶନର ବୁଧବାର ଥିଲା ଷଷ୍ଠ ଦିନ। ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ସୁରମା ପାଢ଼ୀ ଗୃହ ପରିଚାଳନା ପାଇଁ ଆସନକୁ ଆସିବା କ୍ଷଣି କଂଗ୍ରେସ ଓ ବିଜେଡି ସଭ୍ୟମାନେ ମିଶନ ଶକ୍ତିକୁ ଗୈରୀକରଣ କରିଥିବା ଅଭିଯୋଗ କରି ଅସନ୍ତାଷ ବ୍ୟକ୍ତ କରିଥିଲେ। ଉଭୟ ଦଳର ସଭ୍ୟମାନେ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖକୁ ଆସି ସରକାରୀ ବିରୋଧୀ ନାରାବାଜି ଦେଇ ହୋହାଲ୍ଲା କରିଥିଲେ। ଏଭଳି ହଙ୍ଗମା ଯୋଗୁଁ ଗୃହ ହୁଲସ୍ତୁଲ ହୋଇଥିଲା। ଗୃହ ଚଳାଇବା ଆଉ ସମ୍ଭବ ହୋଇନଥିଲା। ଫଳରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ବିରୋଧୀ ସଭ୍ୟଙ୍କୁ ବାରମ୍ବାର ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ ତାହାକୁ ଗ୍ରହଣ କରିନଥିଲେ। ତେବେ ବିଜେଡି ସଭ୍ୟମାନେ ସ୍ୱତନ୍ତ୍ର ଆଲୋଚନା ଦାବିରେ ଅଡ଼ି ବସିିଥିଲେ। ହେଲେ ବାଚସ୍ପତି ରାଜି ନହେବାରୁ ବିଜେଡି ସଦସ୍ୟ ବିଧାନସଭାରୁ ପଟୁଆରରେ ବାହାରି ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଧାରଣାରେ ବସିିଥିଲେ। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୂଲତବୀ ଆଲୋଚନା ହୋଇପାରିନାହିଁ। ଫଳରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପୂର୍ବାହ୍ନ ୧୦ଟା୩୧ରୁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କରିଥିଲେ। ଅପରାହ୍ଣ ବୈଠକ ହେବା ମାତ୍ରେ ଅନୁରୂପ ଭାବେ ବିରୋଧୀସଭ୍ୟମାନେ ମିଶନଶକ୍ତିକୁ ଗୈରୀକରଣ କରିଥିବା ଅଭିଯୋଗ କରି ବାଚସ୍ପତିଙ୍କ ପୋଡିଅମ୍ ସମ୍ମୁଖରେ ସରକାରୀ ବିରୋଧୀ ନାରାବାଜି ସହ ହଟ୍ଟଗୋଳ କରିଥିଲେ। ଏଥିରେ ଖପ୍ପା ହୋଇ ହୋଇଥିଲେ ବାଚସ୍ପତି। ଏମିତି ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହୋହାଲ୍ଲା କରୁଥିବା ସଭ୍ୟଙ୍କୁ ବାଚସ୍ପତି ଚେତାବନୀ ଦେଇଥିଲେ। ପରେ ବିରୋଧୀମାନେ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲେ। ଗୃହ ବାହାରେ ଧାରଣାରତ ବିଜେଡି ବିଧାୟିକା ଶୁଭାସିନୀ ଜେନା ‘ନିତିଦିନ’କୁ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମିଶନଶକ୍ତି ମହିଳାଙ୍କୁ ସଶକ୍ତ କରିବା ନିମନ୍ତେ ବଡ଼ ପଦଷକ୍ଷପ ନେଇଥିଲେ। ସେଥିପାଇଁ ରାଜ୍ୟରେ ୭୦ ଲକ୍ଷ ମହିଳା ରୋଜଗାରକ୍ଷମ ହୋଇଥିଲେ। ମାତ୍ର ବିଜେପି ସରକାର ମିଶନ ଶକ୍ତିକୁ ବନ୍ଦ୍ କରିବାକୁ ଚକ୍ରାନ୍ତ କରିଛି ଓ ନିଜ ଇଚ୍ଛା ଅନୁସାରେ ମିଶନ ଶକ୍ତିକୁ ଗୈରିକ କରିବାକୁ ଚେଷ୍ଟା କରିଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ତେଣୁ ଗାନ୍ଧୀମୂର୍ତ୍ତୀ ତଳେ ଧାରଣା ଦେଇଛୁ ବୋଲି ଶ୍ରୀମତୀ ଜେନା ପ୍ରକାଶ କରିଥିଲେ।

Post Views: 50
Tags: House adjourns on mission power issue: Speaker warns
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In