• About Us
  • Contact Us
Sunday, March 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଯୋଡ଼ା-ବଡ଼ବିଲ, ବଡ଼ବିଲ-ବରଷୁଆଁ ରେଳ ଲାଇନ ସମ୍ଭାବନା ଉଜ୍ଜ୍ୱଳ

by Voice of Victims
February 21, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଯୋଡ଼ା-ବଡ଼ବିଲ, ବଡ଼ବିଲ-ବରଷୁଆଁ ରେଳ ଲାଇନ ସମ୍ଭାବନା ଉଜ୍ଜ୍ୱଳ

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି। ୨୫୦ କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ ଓ ନୂଆପଡ଼ା-ଗୁଣୁପୁର-ଥେରୁବାଲି ରେଳଲାଇନ୍‌ର ଦୋହରୀକରଣ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ମଞ୍ଜୁର କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଫୋକସ୍ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା ବିକାଶର ଯେଉଁ ଲକ୍ଷ୍ୟରଖିଛି, ତାହା ନିଶ୍ଚୟ ହାସଲ କରିବ। ଦିଲ୍ଲୀ ଗସ୍ତରେ ଥିବା ସମୟରେ ସେ କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ନୂଆ ପ୍ରକଳ୍ପ ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ଆଲୋଚନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଯୋଡ଼ା-ବଡ଼ବିଲ ଓ ଯୋଡ଼ା-ବରଷୁଆଁ ରେଳଲାଇନ୍ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ବଡ଼ବିଲ, ଯୋଡ଼ା ଓ କେନ୍ଦୁଝରକୁ ନେଇ ଏକ ଇଣ୍ଡଷ୍ଟ୍ରିଆଲ୍ କରିଡର୍ ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଏହା ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ଦୁଇଟି ରେଳ ଲାଇନ୍ ନିର୍ମାଣର ସମ୍ଭାବନା ମଧ୍ୟ ଉଜ୍ୱଳ ହୋଇଛି। ଏହାସହିତ ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଦକ୍ଷିଣ ଓଡ଼ିଶାର ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଅର୍ଥନୈତିକ ଅଭିବୃଦ୍ଧିରେ ରେଳ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ବିକାଶର ଗତି ବହୁଗୁଣିତ ହେବା ସହିତ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ଏହି ଦୁଇଟି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସକରାତ୍ମକ ଦୃଷ୍ଟି ରଖି ପଦକ୍ଷେପ ନେଉଛନ୍ତି। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଫୋକସ୍ ରହିଛି। ଆଗାମୀ ୨୫ ବର୍ଷର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡ଼ିଶାକୁ ଦେଶର ଅର୍ଥନୀତିର ଇଞ୍ଜିନ୍ ଭାବେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ରେଳ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ।

Post Views: 178
Tags: Joda-Badabil
Share198Tweet124Send
Voice of Victims

Voice of Victims

Recent Posts

  • ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଏପ୍ରିଲ ୯, ୨୩ ଓ ୨୯ରେ ହେବ ନିର୍ବାଚନ, ମେ ୪ ତାରିଖରେ ଭୋଟ ଗଣତି
  • ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜାରିକଲା ନିର୍ଦ୍ଦେଶନାମା
  • ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ, ଉପୁଡିଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ
  • ଆତ୍ମସମର୍ପଣ କଲେ ୧୧ ମାଓବାଦୀ, ମାଓମୁକ୍ତ ହେଲା କଳାହାଣ୍ଡି ଜିଲ୍ଲା
  • ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In