• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସୁଭଦ୍ରା ଶକ୍ତି ମେଳାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩ ଲକ୍ଷରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜିଙ୍କୁ ଫେରସ୍ତ ହେବ ୩୦୦ କୋଟିର ସୁଧ

by Voice of Victims
February 22, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସୁଭଦ୍ରା ଶକ୍ତି ମେଳାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩ ଲକ୍ଷରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜିଙ୍କୁ ଫେରସ୍ତ ହେବ ୩୦୦ କୋଟିର ସୁଧ

ଭୁବନେଶ୍ୱର : ରାଜ୍ୟରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯେପରି ଜୀବିକା ଅର୍ଜନରେ ଅଧିକ ସହାୟତା ପାଇବେ, ଅଧିକ ପୁଞ୍ଜି ବିନିଯୋଗ କରି ନିଜ ଉଦ୍ୟୋଗକୁ ଆଗକୁ ବଢ଼ାଇବେ, ସେଥିପାଇଁ ସେମାନଙ୍କ ସୁଧ ଛାଡ଼ ପାଇଁ ବ୍ୟବସ୍ଥା କରାଯାଇଛି। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ରାଜ୍ୟ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। ୨୦୨୪-୨୫ ଆର୍ôଥକ ବର୍ଷରେ ୩ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ। ‘ସୁଭଦ୍ରା ଶକ୍ତି ମେଳା’କୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି। ଶନିବାର ଭୁବନେଶ୍ୱରର ଜନତା ମୈଦାନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୌଭାଗ୍ୟଦାୟିନୀ ଶକ୍ତିର ପ୍ରତିରୂପ ହେଉଛନ୍ତି ଆମ ସୁଭଦ୍ରା ମା’। ସେମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି। ସେମାନେ ହେଉଛନ୍ତି ‘ସୁଭଦ୍ରା ଶକ୍ତି’। ସୁଭଦ୍ରା ମା’ମାନଙ୍କ ସେଇ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଆଜି ଏହି ‘ସୁଭଦ୍ରା ଶକ୍ତି’ ମେଳାର ଆୟୋଜନ କରାଯାଇଛି। ସୁଭଦ୍ରା ଶକ୍ତି ମେଳାରେ ୭୦୦ରୁ ଅଧିକ ଏସ୍‌ଏଚ୍‌ଜିମାନେ ୩୦୦ରୁ ଅଧିକ ଷ୍ଟଲ୍‌ରେ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି। ଏହି ମେଳା ୯ ଦିନ ଧରି ଚାଲିବ। ଏଥିରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ୍ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ। ଏହା ଆମ ଓଡ଼ିଶାର ମା, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ। ସେମାନଙ୍କ ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ମାତୃ ଶକ୍ତିର ଉତ୍ଥାନ ପାଇଁ ‘ଲକ୍ଷପତି ଦିଦି’ ଯୋଜନାକୁ ଆଧାର କରି ଆମ ସରକାର ଆଗାମୀ ତିନି ବର୍ଷ ମଧ୍ୟରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଚଳିତବର୍ଷ ଆମ ସରକାର ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ପ୍ରଣୟନ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ବର୍ଷକୁ ଯେପରି ଅତି କମ୍‌ରେ ଏକ ଲକ୍ଷ ଟଙ୍କା ରୋଜଗାର କରିପାରିବେ, ତାହା ଆମର ଉଦ୍ଦେଶ୍ୟ। ଚଳିତ ବର୍ଷ ଆମ ସରକାର, ରାଜ୍ୟର ପ୍ରାୟ ୫.୮୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦିଆଯାଉଥିବା ରିଭଲ୍‌ଭିଙ୍ଗ୍ ଫଣ୍ଡର ପରିମାଣକୁ ଦୁଇଗୁଣା କରିଛନ୍ତି। ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଗ୍ରାମପଞ୍ଚାୟତ ସ୍ତରୀୟ ଫେଡରେସନ ବା ଜିପିଏଲ୍‌ଏଫ୍‌ମାନଙ୍କୁ ପ୍ରଦାନ କରାଯାଉଥିବା କମୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌କୁ ୩୫ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ଏହି ଅନୁଷ୍ଠାନ ଗୁଡିକ ଆର୍ôଥକ ଦୃଷ୍ଟିରୁ ସଶକ୍ତ ହୋଇପାରିବ ଓ ଭବିଷ୍ୟତରେ ମା’ମାନେ ଏଥିରୁ ଅଧିକ ଲାଭାନ୍ୱିତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ମାନଙ୍କ ପାଇଁ ଆମର ସବୁଠାରୁ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ ଯୋଜନା। ଓଡ଼ିଶାର ଅର୍ଥନୈତିକ ଇତିହାସରେ ଏହା ସବୁଠାରୁ ବଡ଼ ଯୋଜନା। ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ସୁଭଦ୍ରା ମା’ଙ୍କୁ ୪ ହଜାର ୯୦୦ କୋଟିରୁ ଅଧିକ ଟଙ୍କା ଦିଆଯାଇ ସାରିଲାଣି। ଆସନ୍ତା ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ମା’ଙ୍କୁ ଦ୍ୱିତୀୟ କିସ୍ତି ଭାବରେ ଆଉ ୫ହଜାର ଟଙ୍କା ଲେଖାଏ ଦିଆଯିବ। ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଲେଖାଏ ଦେଇ ଆମେ ଚୁପ୍ ହୋଇ ବସିଯିବୁ ନାହିଁ। ସୁଭଦ୍ରା ଯୋଜନା ହେଉଛି, ମହିଳା ସଶକ୍ତିକରଣର ଏକ ମେରୁଦଣ୍ଡ ସଦୃଶ। ତେବେ ସୁଭଦ୍ରା ପ୍ଲାଟ୍‌ଫର୍ମରେ ଆମର ମା’, ଭଉଣୀ ଓ ଝିଅମାନଙ୍କ ପାଇଁ ଆମେ ଖୁବ୍‌ଶୀଘ୍ର ଆରମ୍ଭ କରିବୁ ଆହୁରି ଅନେକ ଯୋଜନା। କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ ବା କ୍ଲବ୍‌, କୁହ ସୁଭଦ୍ରା ବା ସୁଭଦ୍ରା କଲ୍ ସେଣ୍ଟର୍‌, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ୍‌, ସୁଯୋଗ୍ୟ ସୁଭଦ୍ରା ଭଳି ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯିବ । ସୁଭଦ୍ରା ଯୋଜନାରେ ଆଗାମୀ ଆର୍ôଥକ ବର୍ଷରେ ୧୦,୧୪୫ କୋଟି ଟଙ୍କା ବରାଦ ରଖା ଯାଇଛି । ୨୦୩୬ ରେ ଯେତେବେଳେ ଆମେ ସମୃଦ୍ଧ ଓଡ଼ିଶା ପାଳନ କରିବା, ଓଡ଼ିଶାର ପ୍ରଗତିରେ ଆପଣଙ୍କର ସବୁଠାରୁ ବଡ ଅବଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମେଳାରେ ଆୟୋଜିତ ଷ୍ଟଲ ବୁଲି ଦେଖିବା ସହିତ ସ୍ୱୟଂ ସହାୟକ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ। ଉପ-ମୁଖ୍ୟମନ୍ତ୍ରୀ, ପ୍ରଭାତୀ ପରଡ଼ା କହିଥିଲେ ଯେ, ଏହି ସୁଭଦ୍ରା ମେଳା ଏକ ସାଂସ୍କୃତିକ ଓ ଐତିହ୍ୟ ସମ୍ପନ୍ନ ମେଳା ନୁହେଁ ବରଂ ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ। ଯଦି ଓଡ଼ିଶାର ମା ମାନେ, ଭଉଣୀ ମାନେ ନିରନ୍ତର ପରିଶ୍ରମ କରିବେ, ସଫଳ ହେବା ପାଇଁ ଚେଷ୍ଟା କରିବେ, ତେବେ ୨୦୩୬ ମସିହା ପୂର୍ବରୁ ଆମେ ବିକଶିତ ଓଡ଼ିଶା ଗଠନ କରିବାରେ ସକ୍ଷମ ହେବା। ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ତାଙ୍କ ଅଭିଭାଷଣ ରଖିଥିବା ବେଳେ ମିଶନଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ, ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶିକା, ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।

Post Views: 55
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In