• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଆ ପୁଅ ଶକ୍ତିକାନ୍ତଙ୍କୁ ନୂଆ ଦାୟିତ୍ୱ, ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ମିଳିଲା ନିଯୁକ୍ତି

by Voice of Victims
February 22, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଆ ପୁଅ ଶକ୍ତିକାନ୍ତଙ୍କୁ ନୂଆ ଦାୟିତ୍ୱ, ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଜଣେ ଓଡ଼ିଆ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସେ ନିଜର ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଓଡ଼ିଆ ପୁଅ ପିକେ ମିଶ୍ରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ତେବେ କିଛିମାସ ପୂର୍ବେ ଆର୍‌ବିଆଇ ଗଭର୍ଣ୍ଣର ପଦରୁ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ୨ୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେବାକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଶକ୍ତିକାନ୍ତ ଏବେ ପିକେ ମିଶ୍ରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଅନ୍ୟତମ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୧୯୫୭ ଫେବୃଆରି ୨୬ତାରିଖରେ ଓଡ଼ିଶାର ଭୁବନେଶ୍ୱର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପାଙ୍କ ନାମ କେଶବାନନ୍ଦ ଦାସ ଓ ମାତାଙ୍କ ନାମ ଶୋଭାମଞ୍ଜରୀ ଦାସ। କେଶବାନନ୍ଦ-ଶୋଭାମଞ୍ଜରୀ ୫ପୁତ୍ରଙ୍କ ମଧ୍ୟରୁ ଶକ୍ତିକାନ୍ତ ଥିଲେ ଦ୍ୱିତୀୟ। ସେମାନେ ଥିଲେ କଟକ ଜିଲ୍ଲା ଆଠଗଡ଼ର ମୂଳବାସିନ୍ଦା। କିନ୍ତୁ ସମୟକ୍ରମେ କେଶବାନନ୍ଦ ଭୁବନେଶ୍ୱରରେ ସ୍ଥାୟୀ ଭାବେ ରହିଯାଇଥିଲେ। ଏହିଠାରେ ହିଁ ଶକ୍ତିକାନ୍ତଙ୍କ ଜନ୍ମ ହୋଇଥିଲା। ଶକ୍ତିକାନ୍ତ ଭୁବନେଶ୍ୱରସ୍ଥିତ ଡିଏମ୍ ସ୍କୁଲରୁ ନିଜ ସ୍କୁଲରେ ଶିକ୍ଷା ସମାପ୍ତ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ସମୟକ୍ରମେ ୧୯୮୦ ମସିହାରେ ଶକ୍ତିକାନ୍ତ ଦାସ ତାମିଲନାଡୁ ଆଇଏଏସ୍ କ୍ୟାଡର୍ ଭାବେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଶକ୍ତିକାନ୍ତ ଦାସ ଉଭୟ ତାମିଲନାଡୁରେ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୧୫ରୁ ୨୦୧୭ ମସିହା ଯାଏ ସେ କେନ୍ଦ୍ରରେ ଅର୍ଥନୀତିକ ବ୍ୟାପାର ସଚିବ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରୁ ୨୦୧୮ପର୍ଯ୍ୟନ୍ତ ସେ ଅର୍ଥ କମିଶନ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ ଜୁନ୍ ୧୬ରୁ ୨୦୧୫ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ କେନ୍ଦ୍ର ସରକାରଙ୍କ ଫର୍ଟିଲାଇଜର୍ ବିଭାଗର ସଚିବ ଥିଲେ। ସେ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀରେ ଶେରପା ଭାବେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ତେବେ ସେ ୨୦୧୭ ମେ’ ୨୮ରେ ପ୍ରଶାସନିକ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ। ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ବସ୍ତୁ ଏବଂ ସେବା କର(ଜିଏସ୍‌ଟି)-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଶକ୍ତିକାନ୍ତ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଏବଂ ଖର୍ଚ୍ଚ ବିଭାଗର ଯୁଗ୍ମ ସଚିବ, ତାମିଲନାଡୁ ସରକାରଙ୍କ ସ୍ୱତନ୍ତ୍ର ରାଜସ୍ୱ କମିଶନର, ଶିଳ୍ପ ବିଭାଗର ସଚିବଙ୍କ ସହ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ ୨୦୧୮ ଡିସେମ୍ବରରେ ସେ ୨୫ତମ ଆର୍‌ବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଦୀର୍ଘ ୬ ବର୍ଷ ଧରି ସେ ଏହି ପଦରେ କାର୍ଯ୍ୟକରିବା ପରେ ଗତ ଡିସେମ୍ବର ୨୦୨୪ରେ ଅବସର ନେଇଥିଲେ। ପ୍ରକାଶ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ପଦବି ହାସଲ କରିବାରେ ଶକ୍ତିକାନ୍ତ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ। ଶକ୍ତିକାନ୍ତଙ୍କ ପୂର୍ବରୁ ଅନ୍ୟ କୌଣସି ଓଡ଼ିଆ ଏହି ପଦ ଅଳଙ୍କୃତ କରିନଥିଲେ।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In