• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘ମନ୍ କି ବାତ୍‌’ର ୧୧୯ତମ ସଂସ୍କରଣ, ମେଦବହୁଳତା ହ୍ରାସ କରିବାକୁ ମୋଦୀଙ୍କ ଅପିଲ୍‌

by Voice of Victims
February 23, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
‘ମନ୍ କି ବାତ୍‌’ର ୧୧୯ତମ ସଂସ୍କରଣ, ମେଦବହୁଳତା ହ୍ରାସ କରିବାକୁ ମୋଦୀଙ୍କ ଅପିଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ କି ବାତ’ର ୧୧୯ତମ ଏପିସୋଡ୍‌ରେ ସମ୍ବୋଧିତ କରି ବୃଦ୍ଧି ପାଉଥିବା ମେଦବହୁଳତା, ପରୀକ୍ଷା ଉପରେ ଚାପ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ ବକ୍ତବ୍ୟ ରଖିଥିଲେ। ସେ ମହାକାଶରେ ଇସ୍ରୋର ସଫଳତାକୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଯୁବପିଢ଼ିଙ୍କୁ ‘ବିଜ୍ଞାନ ପାଇଁ ଗୋଟିଏ ଦିନ’ ଉତ୍ସର୍ଗ କରିବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’ ସାରା ଦେଶରୁ ବହୁ ସଂଖ୍ୟାରେ ଲୋକଙ୍କ ଏବଂ ଦଳୀୟ କର୍ମୀମାନେ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଦେଶବାସୀଙ୍କୁ ପ୍ରଣାମ ଜଣାଇ ‘ମନ୍ କି ବାତ୍‌’କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଡେରାଡୁନ୍‌ରେ ରାଷ୍ଟ୍ରୀୟ କ୍ରୀଡ଼ାର ଉଦ୍ଘାଟନ ଅବସରରେ ମୁଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇଥିଲି, ଯାହା ଦେଶରେ ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି। ଏହି ବିଷୟଟି ହେଉଛି ‘ଓବେସିଟି’ ବା ମେଦବହୁଳତା। ଏକ ଫିଟ୍ ଓ ସୁସ୍ଥ ଦେଶ ହେବା ପାଇଁ ଆମକୁ ମେଦବହୁଳତା ସମସ୍ୟାକୁ ଦୂର କରିବାକୁ ହେବ। ଏକ ଅନୁଧ୍ୟାନ ଅନୁଯାୟୀ ଆଜି ପ୍ରତ୍ୟେକ ୮ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ସମସ୍ୟା ଭୋଗୁଛନ୍ତି। ବିଗତ ବର୍ଷଗୁଡ଼ିକରେ ମେଦବହୁଳତାର ମାମଲା ଦୁଇଗୁଣ ହୋଇଯାଇଛି, କିନ୍ତୁ ଏହାଠାରୁ ମଧ୍ୟ ଅଧିକ ଚିନ୍ତାର କଥା ହେଲା ପିଲାଙ୍କ ଭିତରେ ବି ମେଦବହୁଳତା ସମସ୍ୟା ଚାରିଗୁଣ ବଢ଼ିଯାଇଛି। ଡବ୍ଲ୍ୟୁଏଚ୍‌ଓର ତଥ୍ୟ କହୁଛି ଯେ ୨୦୨୨ରେ ସମଗ୍ର ପୃଥିବୀରେ ପ୍ରାୟ ଅଢ଼େଇ ଶହ କୋଟି ଲୋକ ଅଧିକ ଓଜନର ଥିଲେ, ଅର୍ଥାତ୍ ସେମାନଙ୍କର ଆବଶ୍ୟକତାଠୁ ବହୁତ ଅଧିକ ଓଜନ ଥିଲା। ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ଓ ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି ଯେ ଅନ୍ତତଃ ଏପରି ହେଉଛି କାହିଁକି? ଅଧିକ ଓଜନ ବା ମେଦ ବହୁଳତା ଅନେକ ପ୍ରକାରର ଅସୁବିଧାକୁ, ରୋଗକୁ ମଧ୍ୟ ଜନ୍ମ ଦେଇଥାଏ। ଆମେ ସମସ୍ତେ ମିଶି ଛୋଟ ଛୋଟ ପ୍ରୟାସ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରିପାରିବା, ଯେଉଁଭଳି ମୁଁ ଗୋଟିଏ ଉପାୟ କହିଥିଲି ‘ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍ କରିବା’। ଆପଣ ସ୍ଥିର କରିନିଅନ୍ତୁ ଯେ ପ୍ରତ୍ୟେକ ମାସରେ ୧୦ପ୍ରତିଶତ ତେଲ କମ୍ ବ୍ୟବହାର କରିବେ। ତେଲ କିଣିବା ସମୟରେ ଏବେ ୧୦ ପ୍ରତିଶତ କମ୍ ହିଁ କିଣିବେ। ଏହା ମେଦହୁଳତା କମ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ୍ କରିଥିଲେ। ତେବେ ମେଦ ବହୁଳତା ସମ୍ପର୍କରେ ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା, ଜଣାଶୁଣା ଆଥଲେଟ୍ ତଥା ଦୁଇ ଥରର ୱାଲ୍ର୍ଡ ବକ୍ସିଙ୍ଗ୍ ଚାମ୍ପିଅନ୍ ନିଖତ୍ ଜରିନ୍ ଏବଂ ପ୍ରତିଷ୍ଠିତ ଡାକ୍ତର ଡ. ଦେବୀଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ। ଯାହା ଦ୍ୱାରା ଲୋକମାନଙ୍କୁ ମେଦବହୁଳତା ହ୍ରାସ କରିବା କିମ୍ବା ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ପ୍ରଭାବିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମହାକାଶରେ ଇସ୍ରୋର ସଫଳତାକୁ ପ୍ରଶଂସା କରିଥିଲେ ଏବଂ ଯୁବପିଢ଼ିଙ୍କୁ ‘ବିଜ୍ଞାନ ପାଇଁ ଗୋଟିଏ ଦିନ’ ଉତ୍ସର୍ଗ କରିବାକୁ ଆହ୍ୱାନ କରିଥିଲେ। ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ “ଖୁସି ଏବଂ ଚାପମୁକ୍ତ’ ରହିବାକୁ କହିଥିଲେ ଏବଂ ପରୀକ୍ଷା ପେ ଆଲୋଚନାର ନୂତନ ଫର୍ମାଟ୍ ଅନେକ ଲୋକଙ୍କଠାରୁ ପ୍ରଶଂସା ପାଇଛି ବୋଲି କହିଥିଲେ। ଏହା ସହିତ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ସନ୍ଦେଶ ପ୍ରଦାନ କରିବା ସହିତ ଦେଶବାସୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Post Views: 45
Tags: 119th edition of 'Mann Ki Baat'
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In