• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବାରାଣାସୀ କାଶୀ-ତାମିଲ୍ ସଙ୍ଗମ ୩.୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

by Voice of Victims
February 24, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବାରାଣାସୀ କାଶୀ-ତାମିଲ୍ ସଙ୍ଗମ ୩.୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ, କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ। ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି । ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ। ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧିହୋଇ ରହିଛୁ। ସୋମବାର ବାରାଣାସୀଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ। ଭାରତର ସାଂସ୍କୃତିକ ଏକତାକୁ ସୁଦୃଢ଼ କରିବା ପାଇଁ ଓ ଏହାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ରେ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତବର୍ଷ ଏହା ଫେବୃଆରୀ ୧୫ ତାରିଖରୁ ବାରାଣାସୀର ନମୋ-ଘାଟରେ ଆୟୋଜିତ ହେଉଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମ୍‌ଦାର ଏବଂ ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଅନିଲ ରାଜଭର ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ନିଜକୁ ଖୁବ୍ ଗୌରବାନ୍ୱିତ ମନେକରୁଛି। କାଶୀ ଓ ତାମିଲନାଡ଼ୁ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଖୁବ୍ ପ୍ରାଚୀନ। କାଶୀ କେବଳ ଏକ ସହର ନୁହେଁ, ଏହା ଭାରତର ସାଶ୍ୱତ, ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ। ସେହିପରି ତାମିଲନାଡ଼ୁର ଶାସ୍ତ୍ରୀୟ ଭାଷା, ସାହିତ୍ୟ, ଭବ୍ୟମନ୍ଦିର ଓ ଦାର୍ଶନିକ ପରମ୍ପରା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି। କାଶୀ-ତାମିଲ ସଙ୍ଗମ ହେଉଛି ବିବିଧତା ମଧ୍ୟରେ ଆମ ଏକତାର ପ୍ରତୀକ। ଆମର ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବର ଆଦାନ ପ୍ରଦାନ ଦେଶର ଭବିଷ୍ୟତର ପିଢ଼ିକୁ ପ୍ରେରଣା ଦେଇ ଏକତାର ବନ୍ଧନରେ ବାନ୍ଧି ରଖିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଓଡ଼ିଶା ମଧ୍ୟ ସେହି ଭାରତୀୟ ସାଂସ୍କୃତିକ ଭାବଧାରାର ପରିଚୟ ବହନ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଦେଶର ସବୁକୋଣରୁ ଭକ୍ତମାନେ ଆସିଥାନ୍ତି ଏବଂ ମହାପ୍ରଭୁଙ୍କ ରଥଯାତ୍ରାରେ ସବୁଧର୍ମ, ସବୁ ସଂସ୍କୃତିର ଲୋକ ଯୋଗଦେଇଥାନ୍ତି। ଏହି ମହାଭାରତୀୟ ଐଶ୍ୱରିକ ଚିନ୍ତାଧାରାର ପ୍ରସାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ତାମିଲନାଡ଼ୁର ଭାରତନାଟ୍ୟମ୍ ଆଞ୍ଚଳିକ ଭାଷାଗତ ପାର୍ଥକ୍ୟର ଉପରକୁ ଯାଇ ଶାସ୍ତ୍ରୀୟ ନୃତ୍ୟକଳା ଜରିଆରେ ଭକ୍ତିଭାବର କାହାଣୀ ବର୍ଣ୍ଣନା କରିଥାନ୍ତି। କାଶୀ ଓ ତାମିଲନାଡ଼ୁର ସାସ୍କୃତିକ ଐତିହ୍ୟକୁ ଯୋଡ଼ିବା ପାଇଁ ଏହି ଅନନ୍ୟ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହିତ ଆୟୋଜକଙ୍କୁ ମଧ୍ୟ ପ୍ରଂଶସା କରିଥିଲେ।

Post Views: 181
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In